Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ, ଆପ୍ ବିଧାୟକ ରାଘବ ଚଢାଙ୍କ ବିରୋଧରେ FIR

29/03/2020 at 2:55 PM

ନୋଏଡା ୨୯।୩: ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ରାଘବ ଚଢାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ରାଘବ ଚଢାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିବା ଜଣାପଡିଛି । ଏହି ଅଭିଯୋଗ ନୋଏଡାରେ ଓକିଲ ପ୍ରଶାନ୍ତ ପଟେଲ ରୁଜୁ କରିଛନ୍ତି ।
ରାଘବ ଚଢା ଦିଲ୍ଲୀର ରାଜେନ୍ଦ୍ର ନଗରରୁ ବିଧାୟକ ଅଛନ୍ତି । ନୋଏଡାରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀରୁ ପଳାଇ ଆସୁଥିବା ଲୋକଙ୍କୁ ମାଡପିଟ୍ କରାଉଥିବା ରାଘବ ଚଢା ଅଭିଯୋଗ କରିଛନ୍ତି । ରାଘବ ଚଢା ଏକ ଟ୍ବିଟରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଲକ୍ ଡାଉନ୍ ପରେ କାମ ବନ୍ଦ ହେତୁ ହଜାର ହଜାର ଶ୍ରମିକ ଦିଲ୍ଲୀରୁ ପଳାୟନ କରୁଛନ୍ତି । ଦିଲ୍ଲୀର ଆମ୍ ଆଦମୀ ପାର୍ଟି ଏନେଇ ପ୍ରଶ୍ନ ଘେରରେ ରହିଛି । ଶନିବାର ଉତ୍ତରପ୍ରଦେଶର ବିଜେପି ସରକାର ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।
ଯେତେବେଳେ ପଳାୟନକୁ ନେଇ କେଜ୍ରିୱାଲ ସରକାରଙ୍କ ଉପରେ ପ୍ରଶ୍ନ ଉଠିଥିଲା, ସେତେବେଳେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବାହାରିଥିଲେ । ସିସୋଦିଆ ଟ୍ବିଟ୍ କରି କହିଥିଲେ ଯେ, ମୋତେ ଦୁଃଖ ଲାଗୁଛି କି କରୋନା ମହାମାରୀ ମଧ୍ୟରେ ବିଜେପି ନେତାମାନେ ରାଜନୈତିକରଣ କରୁଛନ୍ତି । ଯୋଗୀ ଆଦିତ୍ୟନାଥଙ୍କ ସରକାର ଅଭିଯୋଗ କରିଛନ୍ତି ଯେ, ଅରବିନ୍ଦ କେଜ୍ରିୱାଲ ବିଦ୍ୟୁତ୍ ଓ ପାଣି କାଟି ଦେଇଛନ୍ତି ତେଣୁ ଲୋକମାନେ ଦିଲ୍ଲୀରୁ ପଳାଉଛନ୍ତି । ସମସ୍ତେ ଗମ୍ଭୀରତାର ସହ ଏକଜୁଟ୍ ହୋଇ ଦେଶକୁ ବଞ୍ଚାଇବା ସମୟ, ଶସ୍ତା ରାଜନୀତି କରିବାର ସମୟ ନୁହେଁ ।

   Related Posts