ପୋଲିସ ଓ ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା : ୪୦ଜଣଙ୍କ ନାଁରେ ମାମଲା ରୁଜୁ

Published By : Prameya-News7 Bureau | November 27, 2019 IST

ନିଶ୍ଚିନ୍ତକୋଇଲି ୨୭।୧୧: ଭସାଣି ବେଳେ ପୋଲିସ ଓ ଗ୍ରାମବାସୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ୪୦ଜଣରୁ ଅଧିକ ଲୋକଙ୍କ  ନାମରେ ମାମଲା ରୁଜୁ ।

{"id":190610,"sizeSlug":"large"}

ସୂଚନାଯୋଗ୍ୟ ଯେ, ମାହାଙ୍ଗା ଥାନା ସମସରପୁର ଗାଁର ଗତ୨୨ ତାରିଖ ରାତିରେ ମେଢ଼ ଭସାଣି ବେଳେ ଗଣ୍ଡଗୋଳ ଘଟିଥିଲା । ରାଧାକୃଷ୍ଣ ମେଢ଼ ଭସାଣରେ ହୋଇଥିଲା ଆକ୍ରମଣ । ସମସରପୁର ଗାଁ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ କଟକ ଟାଙ୍ଗୀ ଥାନା କରୁଆଳ ଗାଁର ଯୁବକମାନେ। ଗ୍ରାମବାସୀଙ୍କ ସହ ପୋଲିସକୁ ମଧ୍ୟ ଆକ୍ରମଣ ହୋଇଥିଲା । ଆକ୍ରମଣକାରୀ ଯୁବକଙ୍କ ମଧ୍ୟ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାହାଙ୍ଗା ପୋଲିସ । ଏବେ ବି ଅନେକ ଆହତ କଟକ ସମେତ ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.