ଲକଡାଉନ୍ ଉଲଙ୍ଘନକାରୀଙ୍କ ନିସ୍ତାର ନାହିଁ, ରାଜ୍ୟର ବିଭିନ୍ନ ସ୍ଥାନରେ ୨୪୫ଜଣଙ୍କ ବିରୋଧରେ ମାମଲା

Published By : Prameya-News7 Bureau | April 04, 2020 IST

ଭୁବନେଶ୍ୱର, ୦୪|୦୪:  କରୋନା ଭାଇରସକୁ ନେଇ ସାରା ଦେଶକୁ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ସଂକ୍ରମଣକୁ ରୋକିବା ପାଇଁ ସାଧାରଣ ଲୋକଙ୍କୁ ଘରୁ ନ ବାହାରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଉଛି । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି ।

ତେବେ ଓଡିଶାରେ ମଧ୍ୟ ଲକଡାଉନକୁ କଡାକଡି ଭାବେ ପାଳନ କରାଯାଉଛି । ଏପ୍ରିଲ ୩ ତାରିଖ ଅର୍ଥାତ ଶୁକ୍ରବାର ସକାଳରୁ ୪ ତାରିଖ ଶନିବାର ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଲକଡାଉନ ଉଲଙ୍ଘନ କରିଥିବାରୁ ୨୪୫ଟି ମାମଲା ରୁଜୁ ହୋଇଛି । ଏଥିରୁ ୨୩୦ଜଣଙ୍କ ବିରୋଧରେ ଲକଡାଉନ ଉଲଙ୍ଘନ ଅଭିଯୋଗ ଥିବା ବେଳେ ୩ଜଣଙ୍କ ବିରୋଧରେ କ୍ୱାରେଣ୍ଟାଇନର ଖିଲାପ କରିଥିବା ଅଭିଯୋଗ ରହିଛି । ସେହିପରି ୧୨ଟି ମାମଲା କରୋନାକୁ ନେଇ ରୁଜୁ କରାଯାଇଛି । ଏନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.