ହାଟରୁ ଫେରୁଥିବା ବେଳେ ସ୍ବାମୀଙ୍କୁ ରଖିଲେ ବନ୍ଧକ, ମହିଳାଙ୍କୁ ଜଙ୍ଗଲକୁ ଟେକିନେଇ ୧୭ଜଣ ମିଶି କଲେ ଦୁଷ୍କର୍ମ

Published By : Prameya-News7 Bureau | December 10, 2020 IST

ଦୁମକା ୧୦।୧୨: ଝାଡଖଣ୍ଡ ଦୁମକାରେ ମହିଳାଙ୍କ ସ୍ବାମୀଙ୍କୁ ବାନ୍ଧି ୧୭ ଜଣ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ସହ ହାଟରୁ ଘରକୁ ଫେରୁଥିବା ବେଳେ ଏଭଳି କାଣ୍ଡ ଘଟାଇଛନ୍ତି । ୧୭ ଜଣଙ୍କ ନାଁରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଝାଡଖଣ୍ଡ ଦୁମକା ଅଞ୍ଚଳର ଜଣେ ମହିଳା ମହିଳା ମଙ୍ଗଳବାର ଦିନ ସ୍ବାମୀଙ୍କ ସହ ବଜାରକୁ ଯାଇଥିଲେ । ହାଟରୁ ଫେରୁଥିବା ବେଳେ ରାସ୍ତାରେ ୧୭ ଜଣ ଲୋକ ସେମାନଙ୍କୁ ଅଟକାଇଥିଲେ । ସମସ୍ତେ ନିଶାସକ୍ତ ଅବସ୍ଥାରେ ଥିଲେ । ସେମାନଙ୍କ ମଧ୍ୟରୁ ୫ଜଣ ସ୍ବାମୀଙ୍କୁ ଏବଂ ୨ ଜଣ ମହିଳାଙ୍କୁ କାବୁ କରିନେଇଥିଲେ । ଏହାପରେ ସେମାନେ ମହିଳାଙ୍କୁ ଜଙ୍ଗଲ ଭିତରକୁ ଟେକି ନେଇଥିଲେ । ସେଠାରେ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିବାକୁ ଲାଗିଥିଲେ । ରାତି ପ୍ରାୟ ୧୨ଟା ପର୍ଯ୍ୟନ୍ତ ମହିଳାଙ୍କ ସହ ସେମାନେ ଦୁଷ୍କର୍ମ କରିଥିଲେ । ଘଟଣା ସଂପର୍କରେ କାହାରିକୁ ନକହିବାକୁ ଉଭୟଙ୍କୁ ଧମକ ଦେଇଥିଲେ । ସେଠାରେ ସମସ୍ତେ ଫେରାର ହୋଇଯାଇଥିଲେ ।

ଅଭିଯୋଗ ପରେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.