ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗ : କଂଗ୍ରେସ ନେତାଙ୍କ ଭାଇ ସମେତ ୧୨ଜଣଙ୍କ ବିରୋଧରେ ମାମଲା ରୁଜୁ
2/10/2019 at 4:07 PM

ଜାମ୍ମୁ ୨/୧୦: କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ଭାଇ ସହିତ ୧୨ଜଣଙ୍କ ବିରୋଧରେ ଜାମ୍ମୁ କାଶ୍ମୀରର କିସ୍ତଓ୍ବାଡ଼ରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜହିଦ୍ଦିନ ସହ ସମ୍ପର୍କ ରହିଥିବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଅଧିକାରୀ ଗତକାଲି କହିଛନ୍ତି ଯେ ଏହି ମାମଲା ଦୁଇଟି ଅଲଗା ଅଲଗା ଏଫଆଇଆର ଭାବେ ରୁଜୁ କରାଯାଇଛି।
ପ୍ରଥମ ଏଫଆଇଆରରେ ୬ଜଣଙ୍କ ନାଁ ରହିଛି ଏବଂ ଦ୍ବିତୀୟରେ ରାଜ୍ୟ କଂଗ୍ରେସ୍ ଉପାଧ୍ୟକ୍ଷ ଏବଂ ପୂର୍ବତନ ମନ୍ତ୍ରୀ ଜି ଏମ୍ ସରୁରୀଙ୍କ ଭାଇ ମହମ୍ମଦ ଶଫି ସହ ଅନ୍ୟ ୬ଜଣଙ୍କ ନାଁ ରହିଛି। ଅଭିଯୁକ୍ତ ଏବେ ଯାଏଁ ଫେରାର ରହିଥିବାବେଳେ ପୋଲିସ୍ ଖୋଜାଖୋଜି ଜାରି ରଖିଛି।
Related Posts
ମାଘ ମେଳାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଟ୍ରମ୍ପ ଓ ହିଟଲର ବାବା
23 January 2021
ଜଳେଶ୍ବରରୁ ଜବତ ହେଲା ନକଲି ପାନ ମସଲା, ଦୁଇ ଅଭିଯୁକ୍ତ ଅଟକ
23 January 2021