ଏହି ଆଇଲ୍ୟାଣ୍ଡରେ ପୁରୁଷଙ୍କୁ ଯିବା ମନା : କେବଳ ମହିଳାଙ୍କୁ ମିଳିଥାଏ ଏଣ୍ଟ୍ରି , ଜାଣନ୍ତୁ କେଉଁଠି?

Published By : Prameya-News7 Bureau | July 10, 2019 IST

ଆପଣ ଏପରି ସ୍ଥାନ ବିଷୟରେ ଶୁଣିଛନ୍ତି କି ଯେଉଁଠି କେବଳ ମହିଳାମାନେ ଯାଇପାରିବେ। ଆମେ ଆପଣଙ୍କୁ ଏକ ଏପରି ଯାଗା ବିଷୟରେ କହିବା ଯେଉଁଠି ପୁରୁଷମାନଙ୍କୁ ଯିବା ନିଷେଧ। ଏହି ଯାଗାକୁ କେବଳ ମହିଳାମାନଙ୍କ ପ୍ରବେଶ ହୋଇପାରିବ।

{"id":132172}

ଏହି ସ୍ଥାନର ନାଁ ସୁପରସି ଆଇଲ୍ୟାଣ୍ଡ,ଯାହା ଫିନଲ୍ୟାଣ୍ଡର ବଲ୍ଟିକ୍ ସି ପାଖରେ ଅବସ୍ଥିତ। ଏହି ଆଇଲ୍ୟାଣ୍ଡକୁ ଏହି ବର୍ଷ ଖୋଲାଯିବ। ୮.୪୭ ଏକରରେ ପରିବ୍ୟାପ୍ତ ଏହି ଆଇଲାଣ୍ଡକୁ ଆମେରିକାର ଜଣେ ବ୍ୟବସାୟୀ ମହିଳା କ୍ରିଷ୍ଟିନା ରାଥ କିଣିଛନ୍ତି।

{"id":132173}

ପ୍ରକୃତରେ କ୍ରିଷ୍ଟିନା ରାଥ ଏକ ଏପରି ସ୍ଥାନର ଅନୁସନ୍ଧାନ କରିଛନ୍ତି,ଯେଉଁଠି ମହିଳା ଆରାମ​‌ରେ ଛୁଟି କାଟିପାରିବେ। ମହିଳାମାନଙ୍କୁ କୈାଣସି ପ୍ରକାରର କିଛି ଅସୁବିଧା ହେବନାହିଁ। କ୍ରିଷ୍ଟିନାଙ୍କ କହିବାନୁସାରେ ଏହି ଆଇଲ୍ୟାଣ୍ଡରେ ମହିଳାଙ୍କୁ ଫିଟନେସ୍,ନ୍ୟୁଟ୍ରିସନ ଏବଂ ସମସ୍ତ ଜିନିଷ ମିଳିବ,ଯାହା ସେମାନଙ୍କୁ ପ୍ରତିଦିନର ବ୍ୟସ୍ତବହୁଳ ଜୀବନରେ ମିଳି ପାରୁନାହିଁ।

{"id":132183}

ସୁପରଶୀ ଆଇଲ୍ୟାଣ୍ଡରେ ଏକ ରିସୋର୍ଟ ଅଛି,ଯାହାର ନିର୍ମାଣ କାର୍ଯ୍ୟ ଏବେ ଚାଲୁଛି। ଏହି ରିସୋର୍ଟରେ ୪ଟି କ୍ୟାବିନ୍ ରହିବ ଏବଂ ଏହି କ୍ୟାବିନରେ ଆରାମରେ ୧୦ଜଣ ମହିଳା ରହିପାରିବେ। ରିସୋର୍ଟରେ ସ୍ପା,ସୈାନା ବାଥ ସହ ଅନେକ ପ୍ରକାରର ସୁବିଧା ମିଳିବ। ସମସ୍ତ କ୍ୟାବିନ୍ ପୂରାପୂରି ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି କରାଯାଇଛି। ଏଥିରେ ଗୋଟିଏ କ୍ୟାବିନର ମୂଲ୍ୟ ୪ଲକ୍ଷ ଟଙ୍କା ରହିବ,ଯେଉଁଥିରେ ମହିଳାମାନେ ୫ଦିନ ଯାଏଁ ଆରାମରେ ଏଞ୍ଜୟ କରିପାରିବେ।

{"id":132179}

ଏହି ଆଇଲ୍ୟାଣ୍ଡରେ ଯିବା ପାଇଁ ଟିକେଟ ବୁକ୍ କରିବା ପୂର୍ବରୁ ମହିଳାଙ୍କୁ ଏଥିପାଇଁ ସ୍ବୀକୃତି ନେବାକୁ ପଡ଼ିବ। କେବଳ ଏତିକି ନୁହେଁ ସ୍ବୀକୃତି ପାଇଁ ସର୍ବପ୍ରଥମେ ସ୍କାଇପ୍ ଜରିଆରେ ତାଙ୍କୁ ସାକ୍ଷାତକାର ଦେବାକୁ ପଡ଼ିବ।

{"id":132186}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.