Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ମାର୍ଚ୍ଚ ୩୧ ତାରିଖ ପୂର୍ବରୁ କରିଦିଅନ୍ତୁ ଏହି ୩ଟି କାମ ; ନଚେତ ଦେବାକୁ ପଡିବ ୧୦ ହଜାର ଟଙ୍କା ଜୋରିମାନା

25/03/2019 at 9:19 AM

ଦିଲ୍ଲୀ ୨୫/୩ : ମାର୍ଚ୍ଚ ମାସ ସାରିବାକୁ ବସିଲାଣି | ମାର୍ଚ୍ଚ ମାସ ଶେଷ ସୁଦ୍ଧା ଅର୍ଥାତ ୩୧ ତାରିଖ ପୂର୍ବରୁ ଏହି ୩ଟି କାମ ସାରି ଦିଅନ୍ତୁ | ନଚେତ ଆପଣଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ | ସମୟ ପୂର୍ବରୁ ଏହି କାମ ନ କଲେ ଆପଣଙ୍କୁ ୧୦ ହଜାର ଟଙ୍କା ଜୋରିମାନା ମଧ୍ୟ ଦେବାକୁ ପଡିପାରେ |


ଆସନ୍ତୁ ଜାଣିବା ସେହି ୩ଟି କାମ କ’ଣ:-
ପାନ କାର୍ଡ ଏବଂ ଆଧାର କାର୍ଡ ଲିଙ୍କ : ଯଦି ଆପଣ ଏପର୍ଯ୍ୟନ୍ତ ପାନ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ କରିନାହାନ୍ତି ତାହେଲେ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ କରିଦିଅନ୍ତୁ | କେନ୍ଦ୍ର ସରକାର ୨୦୧୮ ମସିହା ଜୁନ ୩୦ ତାରିଖରୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପାନ କାର୍ଡ ଏବଂ ଆଧାର କାର୍ଡ ଲିଙ୍କ ପାଇଁ ସମୟସୀମା ବଢାଇଥିଲେ | ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଯଦି ଆପଣ ପାନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ କରିବେନାହିଁ ତାହେଲେ ଆପଣଙ୍କ ପାନ କାର୍ଡ ରଦ୍ଦ ହୋଇଯାଇପାରେ |


ଆଇଟିଆର ରିଟର୍ନ : ଯଦି ଆପଣ ୨୦୧୯ ମସିହାର ଆଇଟିଆର ରିଟର୍ନ ଏବେ ଯାଏଁ କରିନାହାନ୍ତି ତାହେଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି | କାରଣ ଆଇଟିଆର ରିଟର୍ନର ଶେଷ ତାରିଖ ମାର୍ଚ୍ଚ ୩୧ ତାରିଖ | ଯଦି ଧାର୍ଯ୍ୟ ସମୟ ପୂର୍ବରୁ ଆପଣ ଆଇଟିଆର ରିଟର୍ନ ନକରନ୍ତି ତାହେଲେ ଆପଣଙ୍କୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ପଡିପାରେ | ବର୍ଷକୁ ୫ ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଜୋରିମାନା ୧୦୦୦ ଟଙ୍କା ରଖାଯାଇଛି |


ଇନଭେଷ୍ଟମେଣ୍ଟ : ଯଦି ଆପଣ ଇନଭେଷ୍ଟମେଣ୍ଟ କରିବାକୁ ଚାହୁଁଛନ୍ତି ତାହେଲେ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ କରିଦିଅନ୍ତୁ | ଯଦି ଆପଣ ଆଇଟିଆର ରିଟର୍ନରେ ଏହି ଇନଭେଷ୍ଟମେଣ୍ଟକୁ ଦେଖାଇବେ ତାହେଲେ ଆପଣଙ୍କୁ ଟ୍ୟାକ୍ସ ଦେବାକୁ ପଡ଼ିବନାହିଁ |

   Related Posts