ଶେଷ ହେଲା ପକ୍ଷୀ ଗଣନା: ପ୍ରାୟ ୯୦ ପ୍ରଜାତିର ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଆଗମନ

Published By : Prameya-News7 Bureau | January 04, 2020 IST

ଆଠଗଡ଼୪/୧: ଚଳିତ ବର୍ଷ ଆଠଗଡ଼ ବନବିଭାଗ ପକ୍ଷରୁ ଚାଲିଥିବା ପକ୍ଷୀ ଗଣନା ଶେଷ ହୋଇଛି।ଏଥର ପ୍ରାୟ ୯୦ ପ୍ରଜାତିର ୨୧୮୨୪ଟି ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ଆଠଗଡ଼ ବନ ବିଭାଗ ସୂଚନା ଦେଇଛି। ଏକମାତ୍ର ମଧୁର ଜଳ ହ୍ରଦ ଅଂଶୁପା ସହିତ ଆଠଗଡ଼ ବନଖଣ୍ଡର ୫ଟି ରେଞ୍ଜର ବିଭିନ୍ନ ଜଳାଶୟ, ମହାନଦୀର ଜଳଶଯ୍ୟା ଓ ଆର୍ଦ୍ରଭୂମି ଅଞ୍ଚଳରେ ୫୮ ଟି ଟିମ୍ ଏହି ସ୍ଵତନ୍ତ୍ର ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ।

{"id":206734,"sizeSlug":"large"}

ବିଗତ ବର୍ଷ ୧୬୬୭୨ଟି ପକ୍ଷୀ ଗଣନା କରାଯାଇଥିବା ବେଳେ ଗତ ବର୍ଷ ତୁଳନାରେ  ଚଳିତ ବର୍ଷ ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ ଦେଶୀ ଓ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି। ଏ ବର୍ଷର ଅନୁକୂଳ ବାତାବରଣ ଏବଂ ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି କୁହାଯାଇଛି।

{"id":206736,"sizeSlug":"large"}

ଏ ବର୍ଷ ଅଂଶୁପାରେ ୨୦୦୪, ଆଠଗଡ଼ ରେଞ୍ଜ ରେ ୬୨୨୩, ଖୁଣ୍ଟୁଣୀ ୫୭୪୧, ବଡ଼ମ୍ବା ୫୩୪୦, ନରସିଂହପୁର ପୂର୍ବ ୨୫୦୦ ଏବଂ ନରସିଂହପୁର ପଶ୍ଚିମ ରେଞ୍ଜ ରେ ୨୦୨୦ଟି ପକ୍ଷୀ ଗଣନା କରାଯାଇଥିବା ସୂଚନା ଦେଇଛି ଆଠଗଡ଼ ବନବିଭାଗ। ପ୍ରତି ଟିମ୍ ରେ  ୬ ରୁ ୧୦ ଜଣ ବିଭାଗୀୟ କର୍ମଚାରୀ, ସ୍ଵେଚ୍ଛାସେବୀ, ଗଣମାଧ୍ୟମ ପ୍ରତିନିଧି , ପକ୍ଷୀ ପ୍ରେମୀମାନେ ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.