ହ୍ବାଟ୍‌ସଆପ୍‌ରେ ଆସିଲା ଫିଙ୍ଗରପ୍ରିଣ୍ଟ ଲକ୍ ସୁବିଧା, ଜାଣନ୍ତୁ ଏହାକୁ ସେଟ୍‌ କରିବାର କୌଶଳ…

Published By : Prameya-News7 Bureau | August 22, 2019 IST

ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ସୋସିଆଲ ମେସେଜିଂ ଆପ ହ୍ବାଟ୍‌ସଆପ ନିଜ ଆଣ୍ଡ୍ରୋଏଡ୍‌ ୟୁଜର୍ସଙ୍କ ପାଇଁ ଏକ ନୂଆ ମଜେଦାର ଫିଚର ଲଂଚ କରିଛି। ହ୍ବାଟ୍‌ସଆପ୍‌ ଆଇଓଏସ୍‌ ପାଇଁ ଏହାକୁ ସ୍କ୍ରୀନ ଲକ୍‌ ନାଁରେ ଲଂଚ କରିଥିଲା ଓ ଆଣ୍ଡ୍ରୋଏଡ୍‌ ୟୁଜର୍ସଙ୍କ ପାଇଁ ଏହାକୁ ଫିଙ୍ଗରପ୍ରିଣ୍ଟ ଲକ୍‌ ନାଁରେ ଲଂଚ କରିଛି।

ଫିଙ୍ଗରପ୍ରିଣ୍ଟ ଲକ୍‌ ଆସିଥିବାରୁ ୟୁଜର୍ସ ନିଜ ସ୍ମାର୍ଟଫୋନ୍‌ର ଫିଙ୍ଗରପ୍ରିଣ୍ଟ ସ୍କାନର ହ୍ବାଟ୍‌ସଆପ ଖୋଲିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଅର୍ଥାତ ହ୍ବାଟ୍‌ସଆପ୍‌ ଖୋଲିବା ପାଇଁ ଫିଙ୍ଗରପ୍ରିଣ୍ଟ ଲକ୍‌ ବ୍ୟବହାର କରିହେବ।

ହ୍ବାଟ୍‌ସଆପରେ କଲ ଆସୁଥିବା ବେଳେ ଲକ୍‌ ନଖୋଲି ମଧ୍ୟ କଲ ରିସିଭ କରିହେବ।  ହ୍ବାଟ୍‌ସଆପର ଅପଡେଟ୍‌ ରଖୁଥିବା ୱେବସାଇଟ୍‌ ଡବ୍ଲୁଏବି ଟାଇଫୋନ୍‌ ଅନୁସାରେ ଏହି ଫିଚରକୁ କେବଳ ଆଣ୍ଡ୍ରୋଏଡ୍‌ ବିଟା ୟୁଜର୍ସଙ୍କ ପାଇଁ ଆକ୍ଟିଭ କରାଯାଇଛି। କମ୍ପାନୀ ଏହାର ଷ୍ଟେବଲ ଭର୍ସନ ଆଣିବା ପାଇଁ ପ୍ରଥମେ ଏହାକୁ ବଗ୍ସ ଓ ପର୍ଫମାନ୍ସକୁ ଟେଷ୍ଟ କରିବାକୁ ଚାହେଁ।

ଫିଙ୍ଗରପ୍ରିଣ୍ଟ ଲକ୍‌ର ଷ୍ଟେବଲ ଭର୍ସନ କେବେ ଜାରି କରାଯିବ ସେ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ। ଯଦି ଏହି ଫିଚରକୁ କିଏ ବ୍ୟବହାର କରିବାକୁ ଚାହେଁ ତାହେଲେ ପ୍ରଥମେ ବିଟା ୟୁଜର ହେବାକୁ ପଡିବ। ଏହି ଫିଚର ବ୍ୟବହାର କରିବାର ଷ୍ଟେପ୍‌ ଜାଣନ୍ତୁ।

ଷ୍ଟେପ୍‌୧- ବିଟା ୟୁଜର ହେବା ପାଇଁ ପ୍ରଥମେ ସ୍ମାର୍ଟଫୋନ୍‌ ପ୍ଲେ ଷ୍ଟୋରକୁ ଯିବା ଜରୁରୀ। ଏହା ପରେ ସର୍ଚ୍ଚ ମେନୁରେ ହ୍ବାଟ୍‌ସଆପ ସର୍ଚ୍ଚ କରିବା ଉଚିତ୍‌ । ସ୍କ୍ରୋଲ କଲେ ତଳେ ବିକମ୍‌ ଏ ବିଟା ଟେଷ୍ଟର ଅପସନ୍‌ ଆସିବ। ଏହା ପରେ ଆଇ ଏମ୍‌ ଇନ୍‌ ଅପସନ୍‌ ଆସିବ। ଏହି ଅପସନ୍‌ରେ କ୍ଲିକ୍‌ କରି ଜଏନ୍‌ ମାରିଲେ ବିଟା ୟୁଜର ହେବା ପାଇଁ କନ୍‌ଫର୍ମ କରିବା ଉଚିତ୍‌।

ଷ୍ଟେପ୍‌୨- ବିଟା ୟୁଜର ହେବା ପରେ ହ୍ବାଟ୍‌ସଆପ ଖୋଲିଲେ ଡାହାଣରେ ୩ଟି ଡଟ୍‌ସ ଆସିବ। ଏଥିରେ କ୍ଲିକ୍‌ କଲେ ଡ୍ରପ୍‌ ଡାଉନ୍‌ ମେନୁକୁ ଯାଇ ସେଟିଙ୍ଗକୁ ଯିବା ଜରୁରୀ।

ଷ୍ଟେପ୍‌୩- ଆକାଉଣ୍ଟରେ ଯାଇ କ୍ଲିକ୍‌ କରିବା ଆବଶ୍ୟକ। ଆକାଉଣ୍ଟ ଅପସନ୍‌ ଠିକ୍‌ ପ୍ରୋଫାଇଲ ପିକଚର ତଳେ ଆସେ।

ଷ୍ଟେପ୍‌୪- ଆକାଉଣ୍ଟ ପରେ ପ୍ରାଇଭେସିରେ କ୍ଲିକ୍‌ କରି ଲିଷ୍ଟ ସ୍କ୍ରୋଲ କରାଯାଏ। ଏହା ପରେ ବ୍ଲକ୍‌ଡ କନଟେକ୍‌ଷ୍ଟ ତଳେ ଫିଙ୍ଗରପ୍ରିଣ୍ଟ ଅପସନ ଆସିବ।

ଷ୍ଟେପ୍‌୫- ଏହି ଫିଚରରେ କ୍ଲିକ୍‌ କଲେ ଅନଲକ୍‌ ୱିଥ୍‌ ଫିଙ୍ଗରପ୍ରିଣ୍ଟ ସେନସର ଅପସନ୍‌ ଆସିବ।  ଏହି ଅପସନକୁ ଓପନ କଲେ କନଫର୍ମେସନ ମାଗିବ। ଶେଷରେ ଲକ୍‌ ଟାଇମ୍‌ ସେଟ କଲେ ଏହି ଫିଚର ବ୍ୟବହାର କରିହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.