ବିନା ଫିଙ୍ଗର ପ୍ରିଣ୍ଟରେ ରାସନ ସାମଗ୍ରୀ ନେଇପାରିବେ କାର୍ଡଧାରୀ, ସୂଚନା ଦେଲେ ଯୋଗାଣ ମନ୍ତ୍ରୀ
19/07/2020 at 7:56 AM

ଭୁବନେଶ୍ୱର,୧୯|୦୭: ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ସଂକ୍ରମଣ ମାଡ଼ି ମାଡ଼ି ଚାଲିଥିଲା ବେଳେ ରାସନ ସାମଗ୍ରୀ ପାଇଁ ଫିଙ୍ଗର ପ୍ରିଣ୍ଟ (ଅଙ୍ଗୁଳି ଚିହ୍ନ)କୁ ମନା କରାଯାଇଛି । ଏହାଦ୍ୱାରା କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ଯୋଗାଣ ବିଭାଗ ପକ୍ଷରୁ ଫିଙ୍ଗର ପ୍ରିଣ୍ଟକୁ ପରବର୍ତ୍ତୀ ଆଦେଶ ଯାଏ ବ୍ୟାନ୍ କରାଯାଇଛି । ଏ ନେଇ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।
In view of the #COVID19 pandemic, biometric mode of Aadhar authentication using finger print scanner and IRIS device has been exempted, during distribution of PDS ration through e-PoS device at Fair Price Shops until further orders. @CMO_Odisha
— Ranendra Pratap Swain (@rajaaswain) July 18, 2020
ରାଜ୍ୟରେ ଏବେ ପଏଣ୍ଟ ଅଫ ସେଲସ୍ (ଇ-ପୋସ୍) ମାଧ୍ୟମରେ ବାୟୋ ମେଟ୍ରିକ ପଦ୍ଧତିରେ ରାସନ ସାମଗ୍ରୀ ବଣ୍ଟନ କରାଯାଉଛି । ମାତ୍ର ଏହାଦ୍ୱାରା କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ଫିଙ୍ଗର ପ୍ରିଣ୍ଟ ସ୍କାନର ଓ ଆଇଆରଆଇଏସ୍ ମେସିନ୍ ବ୍ୟବହାରକୁ ବାରଣ କରାଯାଇଛି । ବିନା ଅଙ୍ଗୁଳି ଚିହ୍ନରେ କାର୍ଡଧାରୀମାନେ ରାସନ ନେଇପାରିବେ । ଏ ଆଦେଶ ଏବେ ବଳବତ୍ତର ରହିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।