ବଢୁଛି ମାଣ୍ଡିଆର ଚାହିଦା : ପାଲଟିଛି ହାଇଫାଇଙ୍କ ଫେବରେଟ୍ ଫୁଡ୍

Published By : Prameya-News7 Bureau | January 06, 2020 IST

ନବରଙ୍ଗପୁର ୬/୧: ନବରଙ୍ଗପୁରରେ ଆରମ୍ଭ ହେ।ଇଛି ମାଣ୍ଡିଆ ମଣ୍ଡି । ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ମାଣ୍ଡିଆର ଚାହିଦାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ପ୍ରଥମ ଥର ପାଇଁ ମଣ୍ଡିର ଶୁଭାରମ୍ଭ ହେ।ଇଛି ।ମାଣ୍ଡିଆରୁ ଉତ୍ପାଦିତ ବିଭିନ୍ନ ଖାଦ୍ୟ ପଦାର୍ଥକୁ ଜାତୀୟ ସ୍ତରର ମାନରେ ବିଭିନ୍ନ ସ୍ବୟଂ ସହାୟକ ଗେ।ଷ୍ଠୀ ମାନଙ୍କ ଦ୍ବାରା ପ୍ରସ୍ତୁତ କରିବାକୁ ପ୍ରୟାସ କରୁଛି ପ୍ରଶାସନ ।

{"id":207766,"sizeSlug":"large"}

ବଢୁଛି ମାଣ୍ଡିଆର ଚାହିଦା । ଆଦିବାସୀଙ୍କ ପ୍ରିୟ ଖାଦ୍ୟ ମାଣ୍ଡିଆ ଏବେ ବଡ ବଡିଆଙ୍କ ଫେବରେଟ୍ ଫୁଡ୍ ପାଲଟିଛି । ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଓ ରେ।ଗ ପ୍ରତିରେ।ଧକ ଶକ୍ତି ଯେ।ଗୁଁ ଏବେ ସବୁ ବର୍ଗର ଲେ।କଙ୍କ ପସନ୍ଦ ପାଲଟିଛି ମାଣ୍ଡିଆ । ଏହାକୁ ଦୃଷ୍ଟିରେ ରଖି ମିଲେଟ୍ ମିଶନ ଜରିଆରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ମାଣ୍ଡିଆ ମଣ୍ଡି ।ନବରଙ୍ଗପୁର ଜିଲ୍ଲରେ ପ୍ରଥମ ଥର ପାଇଁ ଖେ।ଲିଛି ମାଣ୍ଡିଆ ମଣ୍ଡି । ଚାଷୀଙ୍କ ଠାରୁ ଧାର୍ଯ୍ୟ ଦରରରେ ମାଣ୍ଡିଆ କିଣିବାକୁ ଲକ୍ଷ୍ୟ ରଖାଯାଇଛି। ଯାହାକୁ ନେଇ ଚାଷୀଙ୍କ ଗେ।ଡ ତଳେ ଲାଗୁନି ।

{"id":207767,"sizeSlug":"large"}

ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୫ଟି ବ୍ଳକରେ ମଣ୍ଡି ଖେ।ଲିଛି । ମଣ୍ଡିରେ ୫ ହଜାରରୁ ଅଧିକ ଚାଷୀ ପଞ୍ଜିକରଣ କରିଛନ୍ତି । ଚାଷୀ ପୂର୍ବରୁକ୍ବିଣ୍ଟାଲ ପିଛା ହଜାରେରୁ ୨ ହଜାରରେ ବିକ୍ରି କରୁଥିବା ବେଳେ ସରକାର କ୍ବିଣ୍ଟାଲ ପିଛା ୩୧୫୦ଟଙ୍କାରେ ମାଣ୍ଡିଆ କିଣିବାକୁ ଧାର୍ଯ୍ୟ କରିଛନ୍ତି । ତେବେ ମାଣ୍ଡିଆରୁ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାକୁ ଜିଲ୍ଲାର ବିଭିନ୍ନ ସ୍ବୟଂ ସହାୟକ ଗେ।ଷ୍ଠୀର ସଦସ୍ୟ ହାଇଦ୍ରାବାଦରୁ ଟ୍ରେନିଂ ନେଇଛନ୍ତି । ଆଗକୁ ବିସ୍କିଟ୍, କେକ୍ ଓ ଛତୁଆ ପ୍ରସ୍ତୁତ କରି ବିଭିନ୍ନ ଅଙ୍ଗନଓ।ଡି କେନ୍ଦ୍ରରେ ଯେ।ଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି ।

{"id":207768,"sizeSlug":"large"}

ଯଦି ଜିଲ୍ଲା ପ୍ରଶାସନ ତରଫରୁ  ମାଣ୍ଡିଆ ଚାଷକୁ ନେଇ ଯେଉଁ ଜାତୀୟ ସ୍ତରର ମହତାକାଂକ୍ଷୀ ଯୋଜନା ପ୍ରସ୍ତୁତ କରାଯାଇଛି ଯଦି ତାହା ସଫଳ ହୁଏ ତେବେ ନବରଙ୍ଗପୁର ମାଣ୍ଡିଆ ଏକ ସ୍ବତନ୍ତ୍ର ପରିଚୟ ହାସଲ କରିପାରିବ ।

{"id":207769,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.