ସାମାଜିକ ଦୂରତା ନିୟମ ନ ମାନିଲେ ଦେବାକୁ ପଡିବ ଫାଇନ୍: ସିପି

Published By : Prameya-News7 Bureau | May 27, 2020 IST

ଭୁବନେଶ୍ବର୨୭/୫: କରୋନା ଯାଇନି ଏବେ ସତର୍କ ରୁହନ୍ତୁ । ଏଣିକି ଟ୍ବିନ୍ ସିଟିରେ ପୁଣି କଡ଼ାକଡ଼ି ହେବ ଲକ୍ ଡାଉନ ନିୟମ । ଦୋକାନ ବଜାରରେ ଭିଡ ଜମୁଥିବାରୁ ସାମାଜିକ ଦୂରତାକୁ ଅଧିକ ପାଳନ କରିବା ସହ, ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ନହେଲେ ଫାଇନ୍  ସହ ଦଣ୍ଡବିଧାନ କରାଯିବ ବୋଲି ଚେତାଇ ଦେଇଛନ୍ତି ପୋଲିସ କମିଶନର । ସେହିପରି ଆଗକୁ ଟ୍ବିନ୍  ସିଟିରେ ରାତି ୯ରୁ ସକାଳ ୭ ଯାଏଁ କର୍ଫ୍ୟୁ ପାଇଁ ରାଜ୍ୟ ସରକାରଙ୍କୁ କମିଶନରେଟ ପୋଲିସ ପ୍ରସ୍ତାବ ଦେଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି । 

ଏ ନେଇ ବଜାର କମିଟି ସହ କମିଶନରେଟ୍ ପୋଲିସ ଆଲୋଚନା କରିବ । ଡାକବାଜି ଯନ୍ତ୍ର ସାହାଯ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପ୍ରଚାର କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି । ସାମାଜିକ ଦୂରତା ନିୟମ ଉଲଂଘନ କଲେ ଜରିମାନା ଆଦାୟ ହେବ ବୋଲି ସିପି କହିଛନ୍ତି। ଲକ୍‌ଡାଉନ ନିୟମ ଉଲଂଘନ କଲେ ଉଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରେସମିଟ୍‌ରେ ସିପି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.