କୋଭିଡ୍ କଟକଣା କଡାକଡି, ଅମାନିଆଙ୍କୁ ଛାଡ ନାହିଁ : ୨୪ ଘଣ୍ଟାରେ ଆଦାୟ ହେଲା ୩୯ ଲକ୍ଷ ଟଙ୍କା

Published By : Prameya-News7 Bureau | April 10, 2021 IST

ଭୁବନେଶ୍ୱର,୧୦/୦୪:   ରାଜ୍ୟରେ କରୋନା ମାମଲା ବଡିବାରେ ଲାଗିଛି । ଗତ ୨ ଦିନରେ ୨୦୦୦ରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସରକାରଙ୍କ ତରଫରୁ ସାମାଜିକ ଦୂରତା ପାଳନ କରିବା ଓ ମାସ୍କ କଡାକଡି କରାଯାଇଛି । କିନ୍ତୁ କିଛି ଅମାନିଆ ଏହାକୁ ମାନୁ ନାହାଁନ୍ତି । ଏହି ଅମାନିଆଙ୍କୁ ସାବାଡ୍ କରିବା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯାଇଛି । ଗତ ୨୪ ଘଣ୍ଟାରେ ପୋଲିସ ୧୨୧୪୫ ଜଣ ଅମାନିଆଙ୍କୁ ଘରିଛି ।

ଓଡିଶା ପୋଲିସର ଟ୍ୱିଟ୍ ଅନୁସାରେ, ଗତ ୨୪ ଘଣ୍ଟାରେ କରୋନା ଗାଇଡଲାଇନ୍ ପାଳନ କରୁନଥିବାରୁ ୧୨୧୪୫ ଜଣଙ୍କୁ ଜରିମନା ଲାଗିଛି । ସେମାନଙ୍କଠାରୁ ୩୮୯୮୨୫୦ ଟଙ୍କା ଆଦାୟ କରାଯାଇଛି । ଉଲଙ୍ଘନକାରୀମାନେ ମାସ୍କ ପିନ୍ଧି ନଥିଲେ ଏବଂ ସାମାଜିକ ଦୂରତା ପାଳନ କରୁନଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

wp:html /wp:html

କେବଳ କଟକ ସହରରେ ୫୫୮ ଜଣଙ୍କୁ ମାସ୍କ ନପିନ୍ଧିବା ଏବଂ ୪୫୮ ଜଣଙ୍କୁ ସାମାଜିକ ଦୂରତା ପାଳନ ନକରିବାକୁ ଜରିମନା ଲାଗିଛି ।

wp:html /wp:html

ସୂଚନାଯୋଗ୍ୟ, ଗତ ୩ ଦିନ ପକ୍ଷରେ ପୋଲିସ ୩୩୩୪୬ ଜଣ ଅମାନିଆଙ୍କୁ ଧରିଛି । ସେମାନଙ୍କଠାରୁ ୯୦ ଲକ୍ଷ ୬୭ ହଜାର ୬୦୦ ଟଙ୍କା ଆଦାୟ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.