Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏବେ ନିୟମ ଆହୁରି କଡା, ଅଫିସ ଓ କାର୍ଯ୍ୟକ୍ଷେତ୍ରରେ ଛେପ ପକାଇଲେ ତଣ୍ଡ ଗଣିବେ, ଜାଣନ୍ତୁ ସରକାରଙ୍କ ଗାଇଡଲାଇନ୍…

19/05/2020 at 3:45 PM

ନୂଆଦିଲ୍ଲୀ, ୧୯|୦୫:   ସାରା ଦେଶରେ ଲକଡାଉନକୁ ମେ ୩୧ ଯାଏଁ ବୃଦ୍ଧି କରାଯାଇଛି । ଏବେ ଲକଡାଉନ୍ ୪ ଲାଗୁ ହୋଇଛି । ଏହି ସମୟରେ କଣ ଗାଇଡଲାଇନ୍ ପାଳନ କରାଯିବ ସେନେଇ କେନ୍ଦ୍ର ସରକାର କହିସାରିଛନ୍ତି । ତେବେ କାର୍ଯ୍ୟସ୍ଥଳୀରେ କଣ କରିବା ଉଚିତ ଓ କଣ ଅନୁଚିତ ସେନେଇ ମଧ୍ୟ ଗାଇଡଲାଇନ୍ ଜାରି କରାଯାଇଛି । ଏହି ନିର୍ଦ୍ଦେଶ ଅନୁସାରେ, ଯଦି କୌଣସି ବ୍ୟକ୍ତି ନିଜ ଅଫିସ କାର୍ଯ୍ୟସ୍ଥଳୀରେ ଛେପ ପକାନ୍ତି ତେବେ ଜରିମାନା ସହ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା କରାଯାଇଛି ।

କେତେକ ରାଜ୍ୟ କରୋନା ସଂକ୍ରମଣକୁ ନଜରରେ ରଖି ଅଫିସରେ ଅଳ୍ପସଂଖ୍ୟାକ କର୍ମଚାରୀଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦେଇଥିବା ବେଳେ ଆଉ କିଛି ରାଜ୍ୟରେ ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବା ପାଇଁ କୁହାଯାଇଛି ।

ଗାଇଡଲାଇନରେ ରହିଛି କଣ

୧ ଅଫିସରେ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ବାଧ୍ୟତାମୂଳକ । ଏହା ଅତିକମରେ ୧ ମିଟର ହେବା ଆବଶ୍ୟକ ।

୨ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

୩ ସାବୁନ ବା ସାନିଟାଇଜରରେ କିଛି ସମୟ ବ୍ୟବଧାନରେ ହାତ ସଫା କରିବା ଆବଶ୍ୟକ ।

୪ ଛିଙ୍କିବା ଓ କାଶିବା ସମୟରେ ମୁହଁ ଘୋଡାଇ ରଖିବା ଉଚିତ ।

୫ ଦେହ ଖରାପ ହେଲେ ଏନେଇ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେବା ଜରୁରୀ ।

୬ ଅଫିସ ଯିବା ପୂର୍ବରୁ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ । ସାର୍ବଜନିକ ସ୍ଥାନକୁ ନଯିବା ଭଲ ।

୭ ଯଦି କୌଣସି ଅଫିସର କେହି କର୍ମଚାରୀ କରୋନା ସଂକ୍ରମିତ ହୁଅନ୍ତି ତେବେ ୪୮ ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ଗସ୍ତ ବିବରଣୀ ଟ୍ରେସ୍ କରିବା ଆବଶ୍ୟକ । ଅଫିସକୁ ସାନିଟାଇଜ୍ କରିବା ଆବଶ୍ୟକ । ଦପ୍ତର ବା ବିଲ୍‌ଡିଂକୁ ସମ୍ପୂର୍ଣ୍ଣ ସିଲ୍ କରିବା ଆବଶ୍ୟକ ନାହିଁ ।

୮ କୌଣସି ଅଫିସ୍ ବା ବିଲ୍ଡିଂରେ କରୋନାର ଅଧିକ ମାମଲା ସାମ୍ନାକୁ ଆସିଲେ ଅଫିସ୍ ସିଲ୍ କରିବା ବାଧ୍ୟତାମୂଳକ । ସୁରକ୍ଷିତ ଘୋଷଣା ନହେବା ଯାଏ ଓ୍ୱାର୍କ ଫ୍ରମ୍ ହୋମ କରିବାକୁ ହେବ ।

   Related Posts