କୋଭିଡ୍ ନିୟମ ଉଲଂଘନ ନେଇ ପୋଲିସର ସ୍ବତନ୍ତ୍ର ଅଭିଯାନ, ୨୪ଘଣ୍ଟାରେ ୨୬ଲକ୍ଷ ୬୧ହଜାର ୪ଶହ ୫୦ଟଙ୍କା ଜରିମନା ଆଦାୟ

Published By : Prameya-News7 Bureau | April 09, 2021 IST

କଟକ।୪: କୋଭିଡ୍‌ ସଂକ୍ରମଣର ତୀବ୍ରତାକୁ ରୋକିବା ଲାଗି କିଛି କଠୋର ପଦକ୍ଷେପ ନେଉଛି ପ୍ରଶାସନ । କଟକର ବିଭିନ୍ନ ସ୍ଥାନରେ ଅମାନିଆମାନଙ୍କ ଉପରେ ମୋଟା ଅଙ୍କର ଜରିମନା କସିଛି ପ୍ରଶାସନ। ବର୍ତ୍ତମାନର ସମୟରେ ମାସ୍କ ପିନ୍ଧିବା କେତେ ଜରୁରୀ, ସେ ବାବଦରେ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି ।

ଅନ୍ୟପଟେ କୋଭିଡ୍ ନିୟମ ଉଲଙ୍ଘନ ନେଇ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି ପୋଲିସ । ଏହି ଅଭିଯାନ ଜରିଆରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ଲକ୍ଷ ୬୧ ହଜାର ୪ ଶହ ୫୦ ଟଙ୍କା ଜରିମନା ଆଦାୟ ହୋଇଛି । ୧୧୮୧ ଲୋକ କୋଭିଡ୍ ନିୟମ ଉଲଙ୍ଘନ କରି ଦଣ୍ଡିତ ହୋଇଛନ୍ତି । ଦୁଇ ଦିନରେ ସ୍ବତନ୍ତ୍ର ଅଭିଯାନରେ ଆଦାୟ ହେଲାଣି ୫୧ ଲକ୍ଷ ୬୯ ହଜାର ୩ ଶହ ୫୦ ଟଙ୍କା ଜରିମନା ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.