ଅଙ୍କ ଜ୍ୟୋତିଷରୁ ଜାଣନ୍ତୁ ହଜି ଯାଇଥିବା ଜିନିଷ ମିଳିବ କି ନା

Published By : Prameya-News7 Bureau | May 15, 2019 IST

ଜ୍ୟୋତିଷ ଭଳି ଅଙ୍କ ଜ୍ୟୋତିଷର ପ୍ରଭାବ ମଧ୍ୟ ଆମ ଉପରେ ଥାଏ। ଯଦିଓ ଜ୍ୟୋତିଷୀ ଭଳି ଏହା ଏତେଟା ସଠିକ ନୁହେଁ  ତେବେ ଅନେକ ସମୟରେ ଆମ ଉପରେ ଫଳିତ ହୋଇଥାଏ। କେବେ ଘରେ କିଛି ମୂଲ୍ୟବାନ ଜନିଷ ହଜିଗଲେ ଆଗରୁ ଲୋକେ ସନ୍ଧାନ ପାଇବା ପାଇଁ ଜ୍ୟୋତିଷଙ୍କ ପାଖକୁ ଯାଉଥିଲେ। ସେ ଯେଉଁ ଉପାୟ ଅବଲମ୍ବନ କରୁଥିଲେ ତାହା ହିଁ ଅଙ୍କ ଜ୍ୟୋତିଷ। ଗାଈ,ବଳଦ ହଜିଲେ ବା ଚାବି ପେନ୍ଥା କୋଉଠି ଖସିପଡିଲେ ସେ ଚଟ୍ କରି କହି ଦେଉଥିଲେ ଅମକ ଦିଗକୁ ଯାଅ ପାଇଯିବ।

{"id":112240,"width":584,"height":414}

ତେବେ ସାଧାରଣ ଜୀବନରେ ଜ୍ୟୋତିଷଙ୍କ ଉପାୟ ଆମେ ବି ଅବଲମ୍ବନ କରି ଛୋଟ ମୋଟ ସମସ୍ୟାର ପ୍ରତିକାର କରିପାରିବା। ତେବେ ଏଥିପାଇଁ ସାମାନ୍ୟ ଗଣିତ ଜ୍ଞାନ ଥିବା ଦରକାର । ଯଦି କିଏ ହଜି ଯାଇଥିବା ଜିନିଷ ସମ୍ପର୍କରେ କହୁଛି ତେବେ ତାକୁ ୧ ରୁ ୯୦ ମଧ୍ୟରେ ହଠାତ ସଂଖ୍ୟାଟିଏ ପଚାରନ୍ତୁ. । ସେ ଯେଉଁ ଅଙ୍କ କହୁଛନ୍ତି ତାକୁ ୯ ରେ ଭାଗ କରି ତାର ଭାଗଶେଷ କେତେ ରହୁଛି ଦେଖନ୍ତୁ। ଯଦି ଭାଗଶେଷ ୧ ରହୁଥାଏ ତେବେ ଏହା ସୂର୍ଯ୍ୟଙ୍କ ସଂଖ୍ୟା। ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି । ଏଣୁ ହଜି ଥିବା ଜନିଷଟି ପୂର୍ବ ଦିଗରୁହିଁ ମିଳିବ। ବା ଦୈନିନ୍ଦିର ଜୀବନ ଚର୍ଯ୍ୟା ମଧ୍ୟରେ ପାଇଯିବେ।

{"id":112237,"width":585,"height":505}

ସେହିପରି ଯଦି ଭାଗଶେଷ ୨ ରହୁଥାଏ ତେବେ ଏହା ଘରେ କୌଣସି ମହିଳାଙ୍କ ନିକଟରେ ଅଛି ଓ ଏହା ମିଳିବା ଅସମ୍ଭବ ବୋଲି ଜାଣନ୍ତୁ। କାରଣ ମହିଳାମାନେ ସ୍ବଭାବତଃ ଭୁଲା ସ୍ବଭାବର ଓ ସେ ଜିନିଷଟି ଉଠାଇ କେଉଁଠି ରଖିଛନ୍ତି ମନେ ପକାବା କଷ୍ଟକର। ଏଣୁ ହଜି ଯାଇଥିବା ଜିନିଷ ଭୁଲିଯିବା ଭଲ। ଯଦି ଭାଗଶେଷ ୩ ହୁଏ ଅଙ୍କ ଗୁରୁଙ୍କର ଓ ଏହା ଆପଣ କୌଣସି ବନ୍ଧୁଙ୍କ ନିକଟରେ ଛାଡିଛନ୍ତି। ଖୋଜିଲେ ପାଇଯାଇପାରିବେ। ସେହିପରି ଭାଗଶେଷ ୪ ରହୁଥିଲେ ଏହା ଦାୟିତ୍ବହୀନତା ପାଇଁ ହଜି ଯାଇଥିବା ଓ ମିଳିବ ନାହିଁ ବୋଲି ନିଶ୍ଚିତ ହୋଇଯାଆନ୍ତୁ।  

{"id":112238}

ଯଦି ଭାଗଶେଷ ୫ ବାହାରୁଥାଏ ତେବେ ହଜିବା ଜିନିଷ ମିଳିବ, ହେଲେ ବହୁତ ଡେରି ହେବ। ଏଥିପାଇଁ ଆପଣ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦିଅନ୍ତୁ। ଯଦି ୬ ହୁଏ ହଜିଥିବା ବସ୍ତୁଟି ଘରର ଦକ୍ଷିଣ ପୂର୍ବ ଦିଗରେ ଅଥବା ଘରର ରୋଷେଇ ଘରେ  ମିଳିପାରେ।  ଯଦି ୭ ଭାଗଶେଷ ହୁଏ ତେବେ ବହୁତ ମାନସିକ ଦୁଶ୍ଚିନ୍ତା ପରେ ଜିନିଷଟି ମିଳିବବୋଲି ଜାଣନ୍ତୁ। ସେହିପରି ୮ ବାହାରିଲେ ଜିନିଷଟି ଚୋର ହାତରେ ପଡିଯାଇଥିବା ଜାଣନ୍ତୁ ଯାହା ମିଳିବା ମୁସ୍କିଲ । ଯଦି ଭାଗଶେଷ ୯ ବା ଶୁନ ବାହାରେ ତେବେ ହଜିଲା ଜିନିଷ ସେହି ଦିନ ହିଁ ମିଳିଯିବ। ଯଦି ନ ମିଳିଲା ତେବେ ଆଉମିଳିବ ନାହିଁ ବୋଲି ଜାଣନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.