Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ଶ୍ରାବଣ ମାସରେ କାହିଁକି କ୍ଷୀର, ଦହି ଆଦି ସେବନ କରିବା ଉଚିତ ନୁହେଁ, ଜାଣନ୍ତୁ କଣ କାରଣ

28/07/2021 at 6:11 PM

ଭୁବନେଶ୍ୱର ୨୮/୦୭ : ଶ୍ରାବଣ ମାସରେ କ୍ଷୀର, ଦହି ଏବଂ ସେଥିରୁ ପ୍ରସ୍ତୁତ ଜିନିଷ ଖାଇବା ଉଚିତ୍ ନୁହେଁ ଆପଣ ମଧ୍ୟ ଆଗରୁ ଶୁଣିଥିବେ। କିନ୍ତୁ ଯଦି ଆପଣ କାହାକୁ ପଚାରନ୍ତି କାହିଁକି ଖାଇବା ଉଚିତ୍ ନୁହେଁ ତେବେ ତାର ଉତ୍ତର ସହଜରେ ମିଳିବନି। ଆସନ୍ତୁ ଜାଣିବା ଶ୍ରାବଣ ମାସରେ କ୍ଷୀର, ଦହି ଆଦି କାହିଁକି ସେବନ କରିବା ଉଚିତ ନୁହେଁ।

ଶ୍ରାବଣ ମାସରେ ବର୍ଷା ହେତୁ ଅନେକ ସ୍ଥାନରେ ଘାସ ଏବଂ ବିଭିନ୍ନ ପ୍ରକାରର ସବୁଜ ଉଦ୍ଭିଦ ଆପେ ଆପେ ଉଠିଥାଏ। ଏହା ସହିତ ଏହି ଋତୁରେ ଅନେକ ପ୍ରକାରର କୀଟପତଂଗ ମଧ୍ୟ ଏହି ଘାସ ଏବଂ ଉଦ୍ଭିଦଗୁଡିକ ଖାଇ ବଢି଼ଥାନ୍ତି। ଗାଈ, ମଇଁଷି, ଛେଳି ଏହି ଘାସକୁ ଚାରା ଭାବେ ଖାଇଥାନ୍ତି। ସେ ସମୟରେ ଘାସରେ କିଛି କୀଟ ପତଙ୍ଗ ମଧ୍ୟ ଥିବାର ଦେଖାଯାଇଥାନ୍ତି । ଚାରା ସହ ଏହି କୀଟପତଙ୍ଗ କ୍ଷୀର ଦେଉଥିବା ଗାଈ, ମଇଁଷି ପେଟକୁ ଚାଲି ଯାଇଥାଏ। ଗାଇ, ମଇଁଷିଙ୍କ କ୍ଷୀରରେ ଏହି କୀଟପତଙ୍ଗ କ୍ଷତିକାରକ ଉପାଦାନ ଆକାରରେ ମଧ୍ୟ ମିଶି ପାରନ୍ତି ଏବଂ ଏହି କ୍ଷୀର ଖାଇବା ଦ୍ୱାରା କୀଟପତଙ୍ଗର ବିଷାକ୍ତ ଅଂଶ ମାନବ ଶରୀରରେ ପହଞ୍ଚିବାର ଆଶଙ୍କା ରହିଥାଏ। ସେଥିପାଇଁ ଶ୍ରାବଣ ମାସରେ କ୍ଷୀର ପିଇବାକୁ ମନା କରାଯାଇଥାଏ। ଏଥି ସହିତ କ୍ଷୀରରୁ ଦହି ଏବଂ ପନିର ପରି ଅନେକ ଜିନିଷ ପ୍ରସ୍ତୁତ କରାଯାଇଥାଏ, ଯେଉଁଥିପାଇଁ ଶ୍ରାବଣ ମାସରେ ଏହାକୁ ନ ଖାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଥାଏ।

ବର୍ଷା ଋତୁରେ ଲୋକଙ୍କ ହଜମ ପ୍ରକ୍ରିୟା ପ୍ରାୟତଃ ଦୁର୍ବଳ ହୋଇଯାଏ। ଯେଉଁ କାରଣରୁ କ୍ଷୀର ଏବଂ ଦହି ଖାଇବା କିମ୍ବା ସେଥିରୁ ତିଆରି ଜିନିଷଗୁଡ଼ିକ ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ ଯେପରିକି ବଦହଜମି, ଗ୍ୟାସ୍, ପେଟ ଯନ୍ତ୍ରଣା, ବାନ୍ତି, ଝାଡା ଏବଂ ଅମ୍ଳ । ତେଣୁ ଶ୍ରାବଣ ମାସରେ କ୍ଷୀର ଦହି ଓ ସେଥିରୁ ପ୍ରସ୍ତୁତ ଜିନିଷ ନ ଖାଇବାକୁ ପରାମର୍ଶ ଦିଆଯାଇଛି।

ଶ୍ରାବଣରେ ବର୍ଷା ଋତୁ ହୋଇଥିବାରୁ ପରିବେଶ ସହିତ ପାଣିରେ ମଧ୍ୟ ସମସ୍ତ ପ୍ରକାର ଜୀବାଣୁ ରହିଥାନ୍ତି । ସମସ୍ତଙ୍କ ଘରେ ୱାଟର ପ୍ୟୁରିଫାୟର ଥିବା ସମ୍ଭବ ନୁହେଁ ଏବଂ ଅଧିକାଂଶ ଲୋକ ଟ୍ୟାପ୍ ୱାଟର ବ୍ୟବହାର କରନ୍ତି। ତେଣୁ ଏହି ଜଳକୁ ସେମାନେ କ୍ଷୀରରେ ମଧ୍ୟ ମିଶାଇଥାନ୍ତି। କ୍ଷୀର ଖାଇବା କିମ୍ବା କ୍ଷୀରରୁ ପ୍ରସ୍ତୁତ ଦହି ଏବଂ ପନିର ଭଳି ଜିନିଷ ମାଧ୍ୟମରେ ଏହି ଜୀବାଣୁ ଆପଣଙ୍କ ଶରୀରରେ ପହଞ୍ଚିବାର ଆଶଙ୍କା ରହିଛି। ଯେଉଁଥିପାଇଁ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇପାରେ ଏବଂ କାଶ, ଥଣ୍ଡା ଏବଂ ଜ୍ୱର ଭଳି ବାନ୍ତି, ଝାଡା, ପେଟ ଯନ୍ତ୍ରଣା ଭଳି ସମସ୍ୟା ହୋଇପାରେ। ସେଥିପାଇଁ ଶ୍ରାବଣ ମାସରେ କ୍ଷୀର, ଦହି ଓ ସେଥିରୁ ପ୍ରସ୍ତୁତ ଜିନିଷ ଖାଇବା ନିଷେଧ।

(ବି: ଦ୍ରଷ୍ଟବ୍ୟ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ। ସେଗୁଡିକ କାର୍ଯ୍ୟକାରୀ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରନ୍ତୁ।)

   Related Posts