Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

‘ଶୀଘ୍ର ସନ୍ଧାନ କରନ୍ତୁ କେଉଁଠୁ ଆସିଲା କରୋନା, ନଚେତ୍ କୋଭିଡ୍-୨୬, କୋଭିଡ୍-୩୨ ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ’

31/05/2021 at 8:28 PM

ନୂଆଦିଲ୍ଲୀ ୩୧।୦୫: ବିଶ୍ବବାସୀଙ୍କୁ କଲବଲ କରି ସାରିଲାଣି କରୋନା । କରୋନା ଯେତେ  ଭୟଙ୍କର ହେଉଛି ଏହାର ଉତ୍ପତ୍ତିକୁ ନେଇ ବୈଜ୍ଞାନିକଙ୍କ ଅନେକ ଦାବି ସାମ୍ନାକୁ ଆସୁଛି।  ଆଉ ବିଶ୍ବର ସବୁ ଦେଶର ସନ୍ଦେହର କେନ୍ଦ୍ର ବିନ୍ଦୁ ପାଲଟିଛି ଉହାନ। ଯେଉଁଠାରେ ଜିନ୍‌ ମଡିଫିକେସନ କରାଯାଇଛି ସେଠାରେ କୋଭିଡ ୧୯ ଭାଇରସ ପ୍ରସ୍ତୁତ କରାଯାଇଛି ବୋଲି ବାରମ୍ବାର ଅଭିଯୋଗ ହେଉଛି। ଏବେ ଆମେରିକାର ପୂର୍ବତନ ବୈଦେଶିକ ବ୍ୟାପାର ସଚିବ ମାଇକ ପମ୍ପିଓ ଚୀନକୁ ଦୋଷାରୋପ କରିଛନ୍ତି।

ଏବେଠୁ ନଧରିଲେ ଆଗକୁ ସାଂଘାତିକ। ଆଗକୁ କୋଭିଡ ୨୬ କିମ୍ବା କୋଭିଡ ୩୨ ଆସିପାରେ। ତେଣୁ ବର୍ତ୍ତମାନ ଆସିଥିବା କୋଭିଡ-୧୯ର ଉତ୍ପତ୍ତି ଜାଣିବା ନିହାତି ଜରୁରୀ। ଆମେରିକାର ଦୁଇ ବିଶେଷଜ୍ଞ ଏମିତି କିଛି ଚେତାଇଛନ୍ତି। ଏଥିପାଇଁ ଚୀନ ସହଯୋଗ କରିବା ଜରୁରୀ ବୋଲି ସେମାନେ ମତ ଦେଇଛନ୍ତି। ଚୀନର ଉହାନ ଲାବ୍ରୋଟୋରିରୁ ଭାଇରସ ଲିକ୍‌ ହୋଇଛି ନା ବାଦୁଡ଼ି ଦେହରୁ ମଣିଷ ଦେହକୁ ଆସିଛି। ସାର୍ସ କୋଭ ୨ର ଉତ୍ପତ୍ତି ନିକଟରେ ମଣିଷ ପହଞ୍ଚିବା ଜରୁରୀ ବୋଲି ଦୁଇ ବୈଜ୍ଞାନିକ ପିଟର ହୋଟେଜ ଏବଂ ସ୍କଟ ଗୋଟ୍‌ଟଲିଏବ କହିଛନ୍ତି।

ପୂର୍ବରୁ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ଭାଇରସ କହି  ଏହି ଭାଇରସର ଉତ୍ପତ୍ତି ତଦନ୍ତ ପାଇଁ ଜୋର ଦେଇଥିଲେ। ଏପରିକି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ର ଟିମ୍‌ ଉହାନ ଏବଂ ଚୀନର ଅନ୍ୟ ସ୍ଥାନ ଗସ୍ତ କରି ଅନୁଧ୍ୟାନ କରିଥିଲେ କିନ୍ତୁ କିଛି ସିଦ୍ଧାନ୍ତରେ ପହଞ୍ଚିପାରିନଥିଲେ। କରୋନା ଯେ ଲ୍ୟାବରୁ ସୃଷ୍ଟି ହୋଇନି ବରଂ ତାର ପ୍ରାକୃତିକ ଉତ୍ପତ୍ତି ହୋଇଛି ବୋଲି ଡବ୍ଲୁଏଚଓ ଜଣାଇଥିଲା। ଏବେ କିନ୍ତୁ ଆମେରିକାର ପୂର୍ବତନ ବୈଦେଶିକ ବ୍ୟାପାର ସଚିବ ମାଇକ ପମ୍ପିଓ ଆକ୍ଷେପ କରିଛନ୍ତି ଯେ ଉହାନ ଲାବ୍ରୋଟୋରିରେ ଭାଇରସ ଉପରେ ମିଲିଟାରି ଗବେଷଣା ଚାଲିଥିଲା। ତେଣୁ ସେହିଠାରେ ଚୀନ ବାୟୋଲୋଜିକାଲ ୱିପନ ତିଆରି କରୁଥିଲା । 

ଜୋ ବାଇଡେନ ପ୍ରଶାସନ ମଧ୍ୟ ଚୀନ ଉପରେ ସମାନ ଚାପ ପକାଇଛନ୍ତି, ଯେଉଁଥିରେ ଭାଇରସର ଉତ୍ପତ୍ତି କେମିତି ହୋଇଛି ଜବାବ ମାଗିଛି ଆମେରିକା। କିନ୍ତୁ ଚୀନ ଏସବୁକୁ ପ୍ରତ୍ୟାଖ୍ୟାନ କରିଛି। ବ୍ରିଟେନର ଗୁଇନ୍ଦା ସଂସ୍ଥା ମଧ୍ୟ ସମାନ ଆରୋପ ଲଗାଇଛି। ଉହାନରୁ ଭାଇରସ ଲିକ୍‌ ହୋଇଛି କି ନାହିଁ ଏହାର ତଦନ୍ତ ଦାବି କରିଛି ବ୍ରିଟେନ । ଦୁଇ ବୈଜ୍ଞାନିକ  ବ୍ରିଟେନର ଆନଗସ ଡାଲଗେଇସ ଏବଂ ନରୱେର ବିରଗର ସୋରେନସେନ ଯେଉଁ ବୈଜ୍ଞାନିକ ଥିଓରି ଦେଇଛନ୍ତି ସେଥିରୁ ଜଣାଯାଉଛି ଯେ କରୋନା ଲ୍ୟାବରେ ତିଆରି ହୋଇଛି।

ମଣିଷ ଦେହରେ ଏହା ସିଧାସଳଖ  ପ୍ରବେଶ କରି କେମିତି  ସଂକ୍ରମଣ ବ୍ୟାପିବ ସେମିତି ଏହାକୁ ପ୍ରସ୍ତୁତ କରାଯାଇଛି। ତା ଛଡ଼ା ଯେଉଁ ବାଦୁଡ଼ିଙ୍କଠାରୁ ଏହା ମଣିଷ ଦେହକୁ ବ୍ୟାପିବାର ସନ୍ଦେହ କରାଯାଉଛି ସେହି ଜାତିର ବାଦୁଡ଼ି ଉହାନଠାରୁ ୧୫ଶହ କିଲୋମିଟର ଦୂରରେ ବସବାସ କରୁଛନ୍ତି। ଆଉ ବାଦୁଡ଼ି ଅତିବେଶୀରେ ୫୦ କିଲୋମିଟର ଉଡ଼ିଥାନ୍ତି।  ଯେଉଁଠାରୁ ଭାଇରସ ପ୍ରଥମେ ଠାବ ହୋଇଥିଲା ସେଠାରୁ ଉହାନ ଲାବ୍ରୋଟୋରି ମାତ୍ର ୨୫ କିଲୋମିଟର ଦୂର। ତେଣୁ ଲ୍ୟାବରୁ ଲିକ୍‌ ହେବା ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି।

   Related Posts