Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଟିକା ନେବା ପରେ କ’ଣ ଖାଇବେ ଏବଂ କେଉଁ କାର୍ଯ୍ୟ କରିବା ବାରଣ, ଜାଣନ୍ତୁ

1/05/2021 at 8:45 PM

ଭୁବନେଶ୍ଵର ୦୧।୦୫: କରୋନା ଲଢ଼େଇରେ ଏବେ ମୁଖ୍ୟ ଅସ୍ତ୍ର ହୋଇଛି ଟିକାକରଣ । ଏମିତିରେ ସାରା ଦେଶରେ ଟିକାକରଣକୁ ତ୍ବରାନ୍ବିତ କରିବାକୁ ପ୍ରୟାସ ଜାରି ରହିଛି ।  ତେବେ ଟିକା ନେବା ପରେ ଆପଣ କ’ଣ ଖାଇବେ ଏବଂ କେଉଁସବୁ କାର୍ଯ୍ୟକୁ ବାରଣ କରାଯାଇଛି,  ତାକୁ ନେଇ କ’ଣ କହୁଛନ୍ତି ଏକ୍ସପର୍ଟ ଆସନ୍ତୁ ଦେଖିବା ଏଇ ରିପୋର୍ଟରେ।

ମେ` ପହିଲାରୁ ସାରା ଦେଶରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଟିକାକରଣ । ଏହି ପର୍ଯ୍ୟାୟରେ ୧୮ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହୋଇଛି । ସେପଟେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦେଶର ନାଗରିକମାନେ ମଧ୍ୟ  ଟିକା ନେବାକୁ ଅପେକ୍ଷାରେ ଅଛନ୍ତି । ତେବେ କରୋନା ଭ୍ୟାକ୍ସିନର କିଭଳି ଅଧିକରୁ ଅଧିକ ଫାଇଦା ଆପଣଙ୍କ ଶରୀରକୁ ମିଳିବ ସେଥି ପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ । ଟିକା ନେବା ପରେ ଆପଣ କ’ଣ ଖାଇବେ ଆଉ କେଉଁସବୁ କାର୍ଯ୍ୟକୁ ବାରଣ କରାଯାଇଛି ଆସନ୍ତୁ ତା’ ଉପରେ ନଜର ପକାଇବା ।

୧. ଖାଇବା ଓ ଶୋଇବା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । କରୋନା ଭ୍ୟାକ୍ସିନ୍ ନେବାର ଗୋଟେ ଦିନ ପୂର୍ବରୁ ଶରୀରକୁ ପୂରା ଆରାମ ଦିଅନ୍ତୁ । ଏମିତିରେ ଆପଣଙ୍କ ଇମ୍ୟୁନ୍ ସିଷ୍ଟମ ଠିକ୍ ଭାବେ ପ୍ରତିକ୍ରିୟା ଦେଇପାରିବ । ଭ୍ୟାକ୍ସିନ ନେବାର ପୂର୍ବ ରାତିରେ ଭଲ ଭାବେ ଶୁଅନ୍ତୁ । ଏବଂ ରାତ୍ରି ଭୋଜନ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ରାତିରେ ଫାଇବରଯୁକ୍ତ ଖାଦ୍ୟ ଖାଇଲେ ଭଲ ନିଦ ହୁଏ । ତେଣୁ ଟିକା ନେବା ପୂର୍ବ ରାତିରେ ସୁପ୍ ଏବଂ ସାଲାଡ୍ ଖାଆନ୍ତୁ । ବ୍ରୋକଲି, ବିନ୍ସ କିମ୍ବା ଫ୍ରାଏ ପନିପରିବା ଖାଇବା ଅଧିକ ଫାଇଦା ଦେଇଥାଏ । ଯଦି ଶୀଘ୍ର ରାତ୍ରିଭୋଜନ କରିଛନ୍ତି ଆଉ ଶୋଇବା ପୂର୍ବରୁ ଆପଣଙ୍କୁ ଭୋକ ଲାଗୁଛି ତାହେଲେ ଆପଣ ଫଳ ଖାଇପାରିବେ । ମନେରଖନ୍ତୁ ଖାଇ ସାରିବା ପରେ ତୁରନ୍ତ ଶୋଇବାକୁ ଯାଆନ୍ତୁ ନାହିଁ । ଖାଇବା ଓ ଶୋଇବା ଭିତରେ ଅତିକମ୍‌ରେ ୩ ଘଣ୍ଟାର ଗ୍ୟାପ୍ ଦରକାର । ଶୋଇବା ପୂର୍ବରୁ ଅଧିକ ପାଣି ପିଅନ୍ତୁ ନାହିଁ । ସେହିଭଳି ଟିକା ନେବାକୁ ଯିବା ପୂର୍ବରୁ ଭଲଭାବେ ପ୍ରୋଟିନ, ଫାଇବରଯୁକ୍ତ ଖାଦ୍ୟ ପେଟଭରି ଖାଆନ୍ତୁ ।

୨. ଟିକା ନେବା ସମୟ ଉପରେ ଧ୍ୟାନ ରଖନ୍ତୁ । ଯଦି ଆପଣ ପୂର୍ବାହ୍ନରେ ଟିକା ନେବା ପାଇଁ ଯାଉଛନ୍ତି ତାହେଲେ ପେଟଭର୍ତ୍ତି ଜଳଖିଆ ଖାଇବା ଦରକାର । ଯେଉଁଥିରେ ଆପଣ ଓଟ୍ସ୍, ଫଳ ଏବଂ ମଞ୍ଜି ଜାତୀୟ ଖାଦ୍ୟ, ସବୁଜ ପନିପରିବା, ଏବୋକାଡ଼ୋ,ଅଣ୍ଡା ଅମ୍ଲେଟ୍ ଆଦି ଖାଇପାରିବେ । ଯଦି ଆପଣ ଅପରାହ୍ଣରେ ଟିକା ନେବାକୁ ଯାଉଛନ୍ତି ତାହେଲେ ଅଧିକ ମାତ୍ରାରେ ସବୁଜ ପନିପରିବା, ଡାଲି ଏବଂ ସାଲାଡ୍ ଖାଇ ଟିକା ନେବା ପାଇଁ ବାହାରନ୍ତୁ । ଯଦି ଟିକା ନେବାକୁ ଯିବା ପୂର୍ବରୁ ଆପଣଙ୍କୁ ଭୟ ଲାଗୁଛି କିମ୍ବା କିଛି ଖାଇବାକୁ ଇଚ୍ଛା ହେଉନି ତାହେଲେ ଆପଣ ଦହି, କଦଳୀ, ସବୁଜ ପନିପରିବା, ତାଜା ଫଳ ଏବଂ ଫ୍ରୁଟ୍ ଜୁସ୍ ପିଇପାରିବେ । ଏହାକୁ ଖାଇଲେ ଆପଣଙ୍କୁ ଏନର୍ଜି ବି ମିଳିବ ଏବଂ ଆପଣଙ୍କ ମୁଡ୍ ମଧ୍ୟ ବଦଳିବ ।

୩.  ଶରୀରରେ ଜଳୀୟ ଅଂଶ କମିବାକୁ ଦିଅନ୍ତୁ ନାହିଁ । ଭ୍ୟାକ୍ସିନ ନେବା ପୂର୍ବରୁ ଏବଂ ପରେ ଯେଭଳି ଶରୀରରୁ ଜଳୀୟ ଅଂଶ ନକମେ ସେଥିପାଇଁ ଗୁରୁତ୍ବ ଦେବାକୁ ପଡ଼ିବ । ମହିଳାମାନେ ପ୍ରତିଦିନ ୨.୭ ଲିଟର ଓ ପୁରୁଷମାନେ ପ୍ରତିଦିନ ୩.୭ ଲିଟର ପାଣି ବା ତରଳ ପଦାର୍ଥ ପିଇବା ଦରକାର । ଆପଣଙ୍କୁ ଶୋଷ ଲାଗୁ କିମ୍ବା ନଲାଗୁ କିଛି ସମୟ ଅନ୍ତରରେ ଲଗାତର ଭାବେ ଅଳ୍ପ ଅଳ୍ପ କରି ପାଣି ପିଅନ୍ତୁ । ଦରକାର ପଡ଼ିଲେ ପାଣିରେ ଉପଯୁକ୍ତ ପରିମାଣର ଓଆରଏସ୍, ଇଲୋକ୍ଟୋରାଲ୍ ପାଉଡର ଗୋଳାଇ ପିଇପାରିବେ । ଫ୍ରେସ୍ ଫ୍ରୁଟ୍ ଜୁସ୍, ପଇଡ଼ ପାଣି, ପିଇଲେ ଭଲ । ତରଭୁଜ, କଦଳୀ ଆଦି ଖାଆନ୍ତୁ ।  

୪.  ଟିକା ନେବା ପରେ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ । କିଛି ଲୋକଙ୍କୁ ଟିକା ନେବା ପରେ ବିଚଳିତ ଲାଗିବା, ବାନ୍ତି ଲାଗିବା ଭଳି ଅନୁଭବ ହୋଇଥାଏ । ଦୁର୍ବଳ ଲାଗିବା, ଗୋଡ଼ହାତ ବିନ୍ଧା ହେବା ଭଳି ସମସ୍ୟା ହୋଇପାରେ। ଏମିତିରେ ଟିକା ନେବା ପରେ ଏମିତି ଖାଦ୍ୟ ଖାଆନ୍ତୁ ଯାହା ସହଜରେ ହଜମ ହୋଇପାରିବ । ଆପଣ ସୁପ୍, ପଇଡ଼ ପାଣି, ତରଭୁଜ, ବ୍ରାଉନ ରାଇସ, ଆଳୁ ଖାଇ ପାରିବେ । ଭୋକ ଲାଗୁ ବା ନଲାଗୁ କିଛି ସମୟ ଅନ୍ତରରେ ଅଳ୍ପ କିଛି ଖାଇବା ଦରକାର ।

୫. ଟିକା ନେବା ପରେ କ’ଣ ଖାଇବେ ନାହିଁ । ଟିକା ନେବା ପରେ ଫ୍ରାଏ ଫୁଡ୍ସ, ମାଂସ, ମିଠା, ଛଣାଛଣି ଜିନିଷ ଖାଇବେ ନାହିଁ । ଯଦି ଆପଣ ନାଲିପାଣିର ସଉକ ରଖୁଛନ୍ତି ତାହେଲେ ଭ୍ୟାକ୍ସିନ ନେବାର କିଛି ଦିନ ପୂର୍ବରୁ ଏବଂ ଭ୍ୟାକ୍ସିନ ନେବାର କିଛି ଦିନ ପର୍ଯ୍ୟନ୍ତ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ । ଭ୍ୟାକ୍ସିନ ନେବା ପରେ ଶରୀରରେ ପ୍ରଚୁର ପରିମାଣରେ ଜଳୀୟ ଅଂଶ ରହିବା ଦରକାର । ଏମିତିରେ ଆପଣ ଯଦି ଆଲକହଲ ନେଉଛନ୍ତି ତାହେଲେ ଶରୀର ଡିହାଇଡ୍ରେଡ୍ ହେବାର ଚାନ୍ସ ରହିଛି । ଟିକା ନେଇ ମଦ୍ୟପାନ କଲେ ଜ୍ବର, ମୁଣ୍ଡବିନ୍ଧା, ଦୁର୍ବଳ ଲାଗିବା, ମାଂଶପେଶୀ ବିନ୍ଧାଘୋଳା ଭଳି ସମସ୍ୟ ଦେଖାଦେଇପାରେ ।

ମନେ ରଖନ୍ତୁ କରୋନା ଭ୍ୟାକ୍ସିନର ସାଇଡ୍ ଇଫେକ୍ଟ କିଛି ଦିନ ଭିତରେ ସମାପ୍ତ ହୋଇଯିବ ହେଲେ ସନ୍ତୁଳିତ ଆହାର ଅଭ୍ୟାସ ଆପଣଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସୁସ୍ଥ ରଖିବାରେ ସହାୟକ ହେବ । ଅଧିକ ପରିମାଣରେ ପାଣି ପିଇବା ସହ ପୃଷ୍ଟିଯୁକ୍ତ ଖାଦ୍ୟ ଖାଇବା ସମସ୍ତଙ୍କ ପାଇଁ ନିହାତି ଦରକାର ।

   Related Posts