Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଫିନସେନ୍ ଫାଇଲ୍ : ନେପାଳ ମଧ୍ୟସ୍ଥତାରେ ଆମେରିକାକୁ ଚକମା ଦେଉଛି ଚୀନ୍, କଟକଣା ସତ୍ତ୍ୱେ ଇରାନରୁ କରୁଛି ସଉଦା

21/09/2020 at 7:51 PM

ନୂଆଦିଲ୍ଲୀ ୨୧।୯: ନେପାଳ ଓ ଚୀନ୍‌ ସମ୍ପର୍କର ଏକ ନୂଆ ଦିଗ ଏବେ ସାମ୍ନାକୁ ଆସିଛି। କେବଳ ଭାରତ ବିରୋଧରେ ନୁହେଁ ଚୀନ୍‌ ନେପାଳକୁ ଆମେରିକା ବିରୋଧରେ ମଧ୍ୟ ବ୍ୟବସାୟୀକ ବ୍ୟବହାର କରୁଥିବାର ଏବେ ଜଣାପଡିଛି। ନେପାଳର ଅସ୍ଥିର ରାଜନୀତିରେ ପ୍ରଧାନମନ୍ତ୍ରୀ ଓଲି ଚୀନ୍‌କୁ ଅକାତରେ ଏହି ସହଯୋଗ ଯୋଗାଇ ଦେଉଥିବା ବେଳେ ଚୀନ୍‌ ଏବେ ନେପାଳୀ ବ୍ୟାଙ୍କ ଓ କମ୍ପାନୀଙ୍କର ଭରପୁର ଫାଇଦା ଉଠାଉଛି।

ସେଣ୍ଟର ଫର ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଜିମ (ସିଜେଆଇ), ଇଣ୍ଟରନ୍ୟାସନାଲ କନସୋରଟିୟମ ଅଫ ଇନଭେଷ୍ଟିଗେଟିଭ ଜର୍ଣ୍ଣାଲିଷ୍ଟ(ଆଇସିଆଇଜେ) ଓ  ବଜ୍‌ ଫିଡଙ୍କ ଏକ ମିଳିତ ଅନୁସନ୍ଧାନରୁ  ନେପାଳର କେତେକ ବ୍ୟାଙ୍କ ଓ କମ୍ପାନୀମାନେ ବିଦେଶରୁ ସନ୍ଦିଗ୍ଧ ପ୍ରାପ୍ତ କରୁଥିବା ପାଣ୍ଠି ହସ୍ତାନ୍ତରିତ କରୁଥିବା ଜଣାପଡିଛି।

ଏହି ବ୍ୟାଙ୍କ ଓ କମ୍ପାନୀମାନେ ଆମେରିକୀୟ କଟକଣାକୁ ଚକମା ଦେଇ ଚୀନ୍‌ ଲାଗି କାମ କରୁଥିବା ପ୍ରକାଶିତ ରିପୋର୍ଟରୁ ଜଣାପଡିଛି। ଆମେରିକାରେ ଆର୍ଥିକ ନେଣଦେଣ ପ୍ରକ୍ରିୟା ଉପରେ ନଜର ରଖୁଥିବା ସରକାରୀ ସଂସ୍ଥା ‘ଫାଇନାନସିଆଲ କ୍ରାଇମ ଏନଫୋର୍ସମେଣ୍ଟ ନେଟୱାର୍କ’ର ଅତ୍ୟନ୍ତ ଗୋପନୀୟ ତଥ୍ୟ ଆଧାରରେ ଏହି ମିଳିତ ରିପୋର୍ଟ ପ୍ରସ୍ତୁତ କରାଯାଇଥିବା ବେଳେ ଏହାକୁ ‘ଫିନସେନ ଫାଇଲ’ନାମରେ ନାମିତ କରାଯାଇଛି।

ଫିନସେନ୍‌ ଫାଇଲସ୍ ଚୀନ୍‌ ଓ ନେପାଳର ସେହି ଅନୈତିକ ସମ୍ପର୍କକୁ ପଦାରେ ପକାଇଦେଇଛନ୍ତି ଯେଉଁଥିରେ ସେମାନେ ସୁନା, ପ୍ରତ୍ନତାତ୍ୱିକ ସାମଗ୍ରୀ, ପିଚୁ ଓ ଟେଲିକମ୍ୟୁନିକେସନ ଉପକରଣ ଆଦିର ତସ୍କରୀ କରୁଛନ୍ତି। ଏହି ଫାଇଲ ୧୦ ନେପାଳୀ କମ୍ପାନୀଙ୍କ ସୂଚୀ ପ୍ରସ୍ତୁତ କରିଛି ଯେଉଁମାନେ ପ୍ରତ୍ୟକ୍ଷ ରୂପେ ଏହି ସବୁ କାରବାର କରୁଛନ୍ତି। ଏହି ସବୁ କମ୍ପାନୀ ଓ ବ୍ୟାଙ୍କମାନେ ଗତ ୧୦ ବର୍ଷରେ ୨୯୨.୭ମିଲିୟନ ଡଲାରର ନେଣଦେଣ କରିଛନ୍ତି। ଆମେରିକା ଏବେ ଇରାନ ଉପରେ ଆର୍ଥିକ ପ୍ରତିବନ୍ଧକ ଜାରି କରିଛି। ତେବେ ଚୀନ୍‌ ଆମେରିକୀୟ ପ୍ରତିବନ୍ଧକକୁ ବେଖାତିର କରି ନେପାଳ ମଧ୍ୟାମରେ ଇରାନରୁ ଆମଦାନୀ ଓ ରପ୍ତାନୀ କରୁଥିବା ଏହି ଫାଇଲରୁ ସ୍ପଷ୍ଟ ହୋଇଯାଇଛି।  

   Related Posts