Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଲୋକଙ୍କ ଚାହିଦା ଛୁଇଁବାରେ ବିଫଳ : କ୍ଷମତାରେ ଆସିବା ପରଠାରୁ ୨୦୨୦ରେ ଏନଡିଏ ସରକାରଙ୍କ ଆର୍ଥିକ ରେଟିଂ ସବୁଠାରୁ ଖରାପ

1/02/2021 at 8:54 AM

ନୂଆଦିଲ୍ଲୀ, ୦୧/୦୨: ୨୦୧୪ରେ ମୋଦୀ ସରକାର ଶାସନ ଭାର ଗ୍ରହଣ କରିବା ପରେ ୨୦୨୦ରେ ଆର୍ଥିକ ସ୍ତରରେ ସବୁଠାରୁ ଖରାପ ରେଟିଂ ପାଇଛନ୍ତି । ଆଇଏଏନଏସ-ସି ଭୋଟରେ ବଜେଟ୍ ଟ୍ରେକର୍ ସର୍ଭେରେ ଏହା ସାମ୍ନାକୁ ଆସିଛି ।

୪୬.୪ ପ୍ରତିଶତ ଲୋକଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଠାରୁ ଯାହା ଆଶା କରାଯାଉଥିଲା ତାହା ପୂରଣ ହୋଇନାହିଁ । ଆର୍ଥିକ ସ୍ତରରେ ସବୁଠାରୁ ଖରାପ ପ୍ରଦର୍ଶନ ସରକାର କରିଛନ୍ତି । ତେବେ ୩୧.୭ ପ୍ରତିଶତ ଲୋକ ଆର୍ଥିକ ସ୍ତରରେ ସରକାର ଆଶାଠାରୁ ଅଧିକ ପ୍ରଦର୍ଶନ କରିଛନ୍ତି ବୋଲି କହିଛନ୍ତି ।

୨୦୧୦ ପରେ ଏହା ଯେକୌଣସି ସରକାର ପାଇଁ ସବୁଠାରୁ ଖରାପ ପ୍ରଦର୍ଶନ ଅଟେ । ତେବେ ୨୦୧୩ରେ କଂଗ୍ରେସ ସରକାର ଏହି ଅପବାଦ ମୁଣ୍ଡାଇଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ସମୟରେ ୬୦ ପ୍ରତିଶତ ଲୋକ ସରକାର ଆଶାଠାରୁ ଖରାପ ପ୍ରଦର୍ଶନ କରିଥିବା କହିଥିଲେ ।

ମୋଦୀ ସରକାରଙ୍କୁ ଆର୍ଥିକ କ୍ଷେଚ୍ରରେ ସବୁଠାରୁ ଭଲ ରେଟିଂ ୨୦୧୭ରେ ମିଳିଥିଲା । ସେତେବେଳେ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଥିଲେ । ସେହି ବର୍ଷ ୫୨.୬ ପ୍ରତିଶତ ଲୋର ଆର୍ଥିକ ମାମଲାରେ ସରକାରଙ୍କୁ ପ୍ରଶଂସା କରିଥିଲେ ।

ତେବେ ଆର୍ଥିକ କ୍ଷେତ୍ରରେ ହ୍ରାସ ପାଇଥିବା ଆପ୍ରୁଭାଲ୍ ରେଟିଂ ଚିନ୍ତାଜନକ ବିଷୟ । କାରଣ ଅର୍ଥବ୍ୟବସ୍ଥା କରୋନା ପାଇଁ ଭୁଶୁଡି ପଡିଥିଲା । ଏହା ପୁଣି ପୂର୍ବସ୍ତରକୁ ଫେରିବା ପାଇଁ ସଙ୍ଘର୍ଷ କରୁଛି ।  

   Related Posts