କଅଁଳ ବୟସରେ ମାଡିବସିଛି ବଡ ରୋଗ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ବାପା-ମା’ ଚିନ୍ତାରେ

Published By : Prameya-News7 Bureau | January 19, 2020 IST

ରାଉରକେଲା ୧୯।୧: ବୟସ ମାତ୍ର ୨ ବର୍ଷ ୮ ମାସ । ଦୁନିଆ କ’ଣ ସେ ଜାଣିନି । ଖେଳୁଛି, ହସୁଛି, ଦୁଷ୍ଟାମୀ କରୁଛି । ହେଲେ ବାପା-ମା’ ଚିନ୍ତାରେ । କାରଣ ତାଙ୍କ ଏକୋଇର ବଳା ବିଶିକେଶନ ଥାଲାସେମିଆ ମେଜର ନାମକ ଏକ ରକ୍ତ ଜନିତ ରୋଗରେ ପୀଡିତ । ରାଉରକେଲାର କୁମୁଦ ମହାନ୍ତଙ୍କ ପୁଅ ସମରଜିତ ଏହି ରୋଗରେ ପୀଡିତ ।

{"id":213278,"sizeSlug":"large"}

ସମରଜିତ ମହାନ୍ତି । ବୟସ ୨ ବର୍ଷ ୮ ମାସ । ଦରୋଟିଆ କଥା କହୁଛି । ଡେଉଁଛି, ଖେଳୁଛି, ଜିଦ୍ କରୁଛି । ହେଲେ କଅଁଳ ବୟସରେ ମାଡିବସିଛି ଥାଲାସେମିଆ ମେଜର ନାମକ ଏକ ରକ୍ତ ଜନିତ ରୋଗ । ମା’ ସନ୍ତୋଷିନୀ ମହାନ୍ତ, ବାପା କୁମୁଦ ମହାନ୍ତ ଏବେ ଚିନ୍ତାରେ ।

{"id":213279,"sizeSlug":"large"}

କାରଣ ଗେଲବସରିଆ ପୁଅର  ଚିକିତ୍ସା ପାଇଁ ଆବଶ୍ୟକ ୩୫ ଲକ୍ଷ ଟଙ୍କା । ତାମିଲନାଡ଼ୁ ଭେଲୋର ସ୍ଥିତ ଖ୍ରୀଷ୍ଟିଆନ ହସ୍ପିଟାଲରେ ବୋନ୍ ମ୍ୟାରୋ ଟ୍ରାନ୍ସ ପ୍ଲାଣ୍ଟ ହେବ । ଜର୍ମାନର ଡୋନର ଠିକ୍ ହୋଇସାରିଛନ୍ତି । ହେଲେ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ ହୋଇପାରୁନି ।

{"id":213280,"sizeSlug":"large"}

ସମରଜିତର ରକ୍ତରେ ଆରବିସି ସୃଷ୍ଟି ହୋଇପାରୁନି । ପ୍ରତି ମାସରେ ରାଉରକେଲା ସରକାରୀ  ଡାକ୍ତରଖାନା ଆସି  ରକ୍ତରେ ଆରବିସି ନେବାକୁ ପଡୁଛି । କିନ୍ତୁ ଏହା କେବଳ ବଞ୍ଚିବା ପାଇଁ ରୋଗରୁ ଭଲ ହେବା  ପାଇଁ ନୁହେଁ । ତେବେ ଭେଲୋରର ଡାକ୍ତର ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀଘ୍ର ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରାଗଲେ ସମରଜିତ ପୁରା ଭଲ ହୋଇଯିବ । ଦୁନିଆ କ’ଣ ଜାଣିନଥିବା ସମରଜିତ ଖୁବ୍ ଶୀଘ୍ର ଭଲ ହୋଇଯାଉ ଏହା ହିଁ କାମନା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.