ରେଭେନ୍ସା ବିଶ୍ବବିଦ୍ୟାଳୟରେ ଆର୍ଥିକ ଅନିୟମିତତା ହୋଇଥିବା ମାନିଲା ଉଚ୍ଚଶିକ୍ଷା ବିଭାଗ

Published By : Prameya-News7 Bureau | August 23, 2018 IST

ଭୁବନେଶ୍ବର୨୩|୮: ରେଭେନ୍ସା ବିଶ୍ବ ବିଦ୍ୟାଳୟରେ ବ୍ୟାପକ ଅନିୟମିତତା ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରଶାନ୍ତ ଦାସ ମୁହଁ ଖୋଲିଛନ୍ତି । ବିଶ୍ବବିଦ୍ୟାଳୟରେ ୨୦୧୪-୧୫ ଓ ୨୦୧୫-୧୬ ଆର୍ଥିକ ବର୍ଷରେ ଅନିୟମିତତା ହୋଇଥିବା ସେ କହିଛନ୍ତି । ୧୦ରୁ ୧୨ଟି ପ୍ରସଙ୍ଗରେ ଅନିୟମିତତା ହୋଇଛି ।ମୁଖ୍ୟତଃ ବିଭିନ୍ନ ଜିନିଷପତ୍ର କିଣାରେ ଦୁର୍ନୀତି ହୋଇଥିବା ସେ ସ୍ପଷ୍ଟ କରିଛନ୍ତି । ବିନା ଟେଣ୍ଡରରେ ଏବଂ ଟେଣ୍ଡର ଅନିୟମିତତା କରାଯାଇ କମ୍ପ୍ୟୁଟର ଓ ବିଭିନ୍ନ ସାମଗ୍ରୀ କିଣାଯାଇଛି ।କଣ୍ଟ୍ରାକ୍ଚୁଆଲ୍ ଫାକଲ୍ଟି, ଗେଷ୍ଟ ଫାକଲ୍ଟି, ପିଏଚ୍ଡି ଗାଇଡ୍ ଓ ନିଯୁକ୍ତିରେ ମଧ୍ୟ ଅନିୟମିତତା ହୋଇଛି । ପିଏଚ୍ଡି ଗାଇଡ ଓ ନିଯୁକ୍ତିରେ ୟୁଜିସିର ଗାଇଡଲାଇନ୍ ଉଲ୍ଲଘଂନ ହୋଇଛି । ଭିସିଙ୍କ ଗସ୍ତଖର୍ଚ୍ଚ ବାବଦରେ ଅନିୟମିତତା ଥିବା ପଦାକୁ ଆସିଛି ବୋଲି ସେ ସୂଚନା ଦେଇଛନ୍ତି । ବର୍ତ୍ତମାନ ୧୪ କୋଟି କମ୍ ବଜେଟରେ ଚାଲିଛି ରେଭେନ୍ସା ବୋଲି ସେ କହିବା ସହ ଏ ସଂକ୍ରାନ୍ତରେ ଖୁବଶୀଘ୍ର ବିଭାଗୀୟ ଶାସନ ସଚିବଙ୍କୁ ରିପୋର୍ଟ ଦିଆଯିବ ବୋଲି ଆଜି ଗଣମାଧ୍ୟମକୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.