Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ମହାମାରୀ ସତ୍ତ୍ୱେ ବଢ଼ିଛି ଭାରତର ଆର୍ଥିକ ପରିସମ୍ପତ୍ତି, ମୋଟ ମୂଲ୍ୟ ପ୍ରାୟ ୩୪୦୦ ବିଲିୟନ ଡଲାର: ରିପୋର୍ଟ

15/06/2021 at 7:59 PM

ମୁମ୍ବାଇ୧୫।୬: କୋଭିଡ-୧୯ ମହାମାରୀ ଭାରତର ଆର୍ଥିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ୨୦୨୦ ମସିହା ଲକଡାଉନ ତା ପରବର୍ତ୍ତି ଅନଲକ ଅବଧି ଓ ପରେ ପୁଣି ଦ୍ୱିତୀୟ ଲହର ଯୋଗୁ ଉପୁଜିଥିବା ପରିସ୍ଥିତି ଭାରତୀୟ ଅର୍ଥ ବ୍ୟବସ୍ଥା ପ୍ରତି ଆହ୍ୱାନ ସୃଷ୍ଟି କରିଛି। ଏଥିରେ ବୋଷ୍ଟନ କନସଲଟିଂ ଗ୍ରୁପ( ବିସିଜି)ଙ୍କ ରିପୋର୍ଟ ସାମାନ୍ୟ ଆଶ୍ୱସ୍ତ କରିଛି। ଏଥିରେ ମହାମାରୀରେ ମଧ୍ୟ ୨୦୨୦ରେ ଭାରତର ଆର୍ଥିକ ପରିସମ୍ପତ୍ତିରେ ୧୧ ପ୍ରତିଶତ ଅଭିବୃଦ୍ଧିର ଆକଳନ କରିଛନ୍ତି।

ଫଳରେ ଭାରତର ମୋଟ ସମ୍ପତ୍ତି ମୂଲ୍ୟ ୩ହଜାର ୪୦୦ ବିଲିୟନ ଡଲାରରୁ ବି ଅଧିକ ହୋଇଯାଇଛି। ଦେଶରେ ମହାମାରୀ ପ୍ରାରମ୍ଭିକ ଦିନମାନଙ୍କରେ ତୀବ୍ର ହ୍ରାସ ସତ୍ତ୍ୱେ ଗତବର୍ଷ ଏପ୍ରିଲ ମାସରୁ ସେୟାର ବଜାରରେ ଅଭିବୃଦ୍ଧି ଜାରି ରହିଛି। ତେବେ ମହାମାରୀ ଯୋଗୁ ଦେଶରେ ଆୟରେ ଅସମାନତା ନେଇ ନୂଆ ଆଶଙ୍କା ସୃଷ୍ଟି ହୋଇଛି ସତ ହେଲେ ଆଗାମୀ କିଛି ବର୍ଷରେ ଆର୍ଥିକ ପରିସମ୍ପତ୍ତିରେ ଦେଶର ଆହୁରି ତ୍ୱରିତ ବିକାଶ ହେବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

ଫଳରେ ୨୦୨୫ ବେଳକୁ ପରିସମ୍ପତ୍ତି ଅଭିବୃଦ୍ଧି ହାର ୧୦ ପ୍ରତିଶତ ପର୍ଯ୍ୟନ୍ତ ରହିପାରେ। ସେହି ଅନୁସାରେ ଦେଖିବାକୁ ଗଲେ ୨୦୨୫ ବେଳକୁ ଭାରତରେ ୧୦ କୋଟି ଡଲାରରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ଲୋକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବ। ଏଣୁ ବୈଶ୍ୱିକ ବୃଦ୍ଧି ହାରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ ହୋଇଥିବା ବୋଲି ରିପୋର୍ଟରେ ଆକଳନ କରାଯାଇଛି।  

   Related Posts