Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

କେନ୍ଦ୍ର ସରକାର ୧ ଜୁଲାଇରୁ ଦେବେ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ? ଜାଣନ୍ତୁ କ’ଣ କହୁଛନ୍ତି ଅର୍ଥମନ୍ତ୍ରାଳୟ

27/06/2021 at 4:42 PM

ନୂଆଦିଲ୍ଲୀ ୨୭।୬:  କୋଭିଡ-୧୯ ମହାମାରୀ ଲାଗି କେନ୍ଦ୍ର ସରକାର ଗତବର୍ଷ ଜାନୁୟାରୀରୁ ସରକାରୀ କର୍ମଚାରୀଙ୍କ ମହଙ୍ଗାଭତ୍ତା ନିଲମ୍ବନ କରିଥିଲେ। ଆଶା କରାଯାଉଥିଲା ଜୁଲାଇରୁ ସରକାର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦେବେ ବୋଲି। ଏଥିଲାଗି ବରିଷ୍ଠ କଂଗ୍ରେସ ନେତା ଅଭିଷକ ମନୁ ସିଂଘବୀ ସରକାରଙ୍କ ଭତ୍ତା ନିଲମ୍ବନ ନିଷ୍ପତ୍ତିକୁ ଅସମ୍ବେଦନଶୀଳ ବୋଲି ମଧ୍ୟ କହିଥିଲେ। ରାହୁଲ ଗାନ୍ଧି ଶନିବାର ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ କର୍ମଚାରୀଙ୍କ ଡିଏ ଓ ଡିଆର ଲାଗି ହ୍ୟାସ୍‌ ଟ୍ୟାଗ୍‌ ଟ୍ରେଣ୍ଡ ମଧ୍ୟ କରାଇଥିଲେ। ଏଥିରେ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଜବାବ ରଖିଛନ୍ତି।

ଶନିବାର ଅର୍ଥମନ୍ତ୍ରାଳୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ଓ ପୈଠ ଲାଗି ଏବଂ ପେନସନଭୋଗୀଙ୍କ ମହଙ୍ଗା ରିହାତି (ଡିଆର) ବାବଦେ କୌଣସି ଆଦେଶ ଦେଇ ନଥିବା ସ୍ପଷ୍ଟ କରିଦେଇଛନ୍ତି। ମନ୍ତ୍ରାଳୟ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ କର୍ମଚାରୀଙ୍କ ଲାଗି ପୁଣି ଡିଏ  ଲାଗୁ କରିବା ଓ ପେନସଭୋଗୀଙ୍କ ଲାଗି ଜୁଲାଇ ୨୦୨୧ରୁ  ଡିଆର ପୈଠ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା  କାଗଜପତ୍ରକୁ ‘ଫେକ୍’  ବୋଲି ଉଲ୍ଲେଖ କରିଛନ୍ତି।

ଭାଇରାଲ ହେଉଥିବା କାର୍ଯ୍ୟାଳୟ ଜ୍ଞାପନ (ଓଏମ) ସମ୍ପୂର୍ଣ୍ଣ ନକଲୀ ଓ ଭାରତ ସରକାର ଏପରି କୌଣସି ଓଏମ ଜାରି କରିନଥିବା ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛନ୍ତି। ସଶସ୍ତ୍ର ବଳ କର୍ମଚାରୀଙ୍କ ସମେତ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପେନସନରେ ବନ୍ଦ ମହଙ୍ଗା ଭତ୍ତା ନେଇ କଂଗ୍ରେସ ଦାବି ଉଠାଇବା ପରେ ମନ୍ତ୍ରାଳୟ ଏହି ସ୍ପଷ୍ଟିକରଣ ଦେଇଛନ୍ତି।ଗତବର୍ଷ ଏପ୍ରିଲ ମାସରେ କେନ୍ଦ୍ର ଅର୍ଥମନ୍ତ୍ରାଳୟ କରୋନା ଭାଇରସ ମହାମାରୀ ଲାଗି ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସମେତ ୬୧ ଲକ୍ଷ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧିକୁ ନିଲମ୍ବିତ କରିଥିଲେ। ମନ୍ତ୍ରାଳୟ ଏକ ବିଜ୍ଞପ୍ତିରେ କୋଭିଡ-୧୯ରେ ଉପୁଜିଥିବା ସଂକଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କର୍ମଚାରୀଙ୍କୁ ଦେୟ ମହଙ୍ଗା ଭତ୍ତାର ଅତିରିକ୍ତ କିସ୍ତି ଓ ପେନସନଭୋଗୀଙ୍କୁ ୧ ଜାନୁୟାରୀ ୨୦୨୦ରୁ ଦେୟ ମହଙ୍ଗା ରିହାତି (ଡିଆର) ପୈଠ କରିବେ ନାହିଁ ବୋଲି ଉଲ୍ଲେଖ କରିଥିଲେ।

ସେହିପରି ବ୍ୟୟ ବିଭାଗ ୧ ଜୁଲାଇ ୨୦୨୦ ଓ ୧ ଜାନୁୟାରୀ ୨୦୨୧ରୁ ଦେୟ ଡିଏ ଓ ଡିଆରର ଅତିରିକ୍ତ କିସ୍ତି ପୈଠ ହେବ ନାହିଁ ବୋଲି ଘୋଷଣା କରିଥିଲେ। ତେବେ ବର୍ତ୍ତମାନ ହାରରେ ଡିଏ ଏବଂ ଡିଆର ଦେୟ ଜାରି ରହିବ ବୋଲି ଘୋଷଣା କରିଥିଲେ। ତେବେ ଶନନିବାର ଟ୍ୱିଟରରେ କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ସଫେଇ ପରେ ଏବେ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ନେଇ ଚିନ୍ତାରେ ପକାଇଛି। 

   Related Posts