କେନ୍ଦ୍ରୀୟ କର୍ମଚାରୀଙ୍କ ଲାଗି ବଡ ଖବର- କଟିବ ନାହିଁ ଦରମା, ସ୍ପଷ୍ଟ କଲା ଅର୍ଥ ମନ୍ତ୍ରଣାଳୟ

Published By : Prameya-News7 Bureau | May 11, 2020 IST

ନୂଆଦିଲ୍ଲୀ ୧୧।୦୫: ସରକାର ଆଜି ସ୍ପଷ୍ଟ କରିଛନ୍ତି କେନ୍ଦ୍ର କର୍ମଚାରୀଙ୍କ ବେତନରେ କୌଣସି ପ୍ରକାରର କାଟ୍ କରାଯିବ ନାହିଁ। ଗଣମାଧ୍ୟମରେ ଏହି ପ୍ରକାରର ଖବର ଆସିବା ପରେ ଅର୍ଥ ମନ୍ତ୍ରଣାଳୟ ଟୁଇଟ୍ କରି ଏହି ସୂଚନା ଦେଇଛି। ଅର୍ଥ ମନ୍ତ୍ରଣାଳୟ କହିଛି, କେନ୍ଦ୍ର ସରକାରଙ୍କ ଯେ କୌଣସି ବର୍ଗର କର୍ମଚାରୀଙ୍କ ବେତନ କାଟ୍ ପାଇଁ ସରକାରଙ୍କ ପାଖରେ କୌଣସି ପ୍ରସ୍ତାବ ନାହିଁ। ଗଣମାଧ୍ୟମର କିଛି ବର୍ଗଙ୍କ ରିପୋର୍ଟ ମିଥ୍ୟା ଅଟେ। ଏହି ପରି ଖବରର କିଛି ଆଧାର ନାହିଁ।

{"id":268299,"sizeSlug":"large"}

କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, କେନ୍ଦ୍ର ସରକାରଙ୍କ ପାଖରେ କେନ୍ଦ୍ରୀୟ କର୍ମୀଙ୍କ ବେତନରେ କୌଣସି ପ୍ରକାରର କାଟ୍‌ର ପ୍ରସ୍ତାବ ବିଚରାଧୀନ ନାହିଁ। ଦୟା କରି ଗଣମାଧ୍ୟମର ଏକ ବର୍ଗରେ ପ୍ରସାରିତ ହେଉଥିବା ମିଥା ଖବର ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ସରକାରଙ୍କ ଦ୍ଵାରା ନିଜର କର୍ମଚାରୀଙ୍କ ବେତନ୍‌ କାଟିବାର କୌଣସି ପ୍ରସ୍ତାବ ନାହିଁ।

{"id":268300,"sizeSlug":"large"}

ଅନ୍ୟପଟେ ଦେଶରେ ଗତ ୨୪ ଘଣ୍ଟାରେ ନୂତନ ୪୨୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହି ପରି ୧୫୫୮ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ସଂକ୍ରମିତ  ସଂଖ୍ୟା ମୋଟ୍ ୬୭,୧୫୨କୁ ବୃଦ୍ଧି ଘଟିଛି। ଏ ପର୍ଯ୍ୟନ୍ତ ୨୦,୯୧୭ ସଂକ୍ରମିତ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି। ୪୪,୦୨୯ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ବିଭିନ୍ନ ହସ୍ପିଟାଲରେ ଜାରି ରହିଛି। ଏବେ ଦେଶରେ କରୋନା ଭୂତାଣୁ ସଂକ୍ରମଣରୁ ଆରୋଗ୍ୟ ହାର ୩୧.୧୫ ପ୍ରତିଶତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.