କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବଡ ଘୋଷଣା: ୫ଟି ରାଜ୍ୟ ପାଇଁ ୧୬,୭୨୮ କୋଟି ଟଙ୍କାର ଅତିରିକ୍ତ ଋଣ ମଞ୍ଜୁର

Published By : Prameya-News7 Bureau | December 20, 2020 IST

wp:heading {"level":5}
ନୂଆଦିଲ୍ଲୀ ୨୦/୧୨ : କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଏକ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତିକ୍ରମେ ୫ ଟି ରାଜ୍ୟକୁ ଅତିରିକ୍ତ ଋଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଶନିବାର ଦିଆଯାଇଥିବା ବିବୃତିରେ କୁହାଯାଇଛି ଯେ, ତାମିଲନାଡୁ ଓ ତେଲେଙ୍ଗାନା ସମେତ ୫ଟି ରାଜ୍ୟକୁ ଅତିରିକ୍ତ ଋଣ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । ଏହି ରାଜ୍ୟମାନଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ମଧ୍ୟ ପ୍ରଦେଶ ମଧ୍ୟ ସାମିଲ ଅଛି ।
/wp:heading wp:heading {"level":5}
ସରକାର ମେ ମାସରେ ରାଜ୍ୟମାନଙ୍କୁ ନୀତିଗତ ସୁଧାରଗୁଡିକୁ କ୍ରିୟାନ୍ବୟନ ସର୍ତ୍ତ ସହ ଋଣ ପ୍ରସ୍ତାବକୁ ମୋହର ମାରିଛନ୍ତି । ଏଥିରେ ବ୍ୟବସାୟ କରିବା ସହଜ ହେବାର ଏକ ସର୍ତ୍ତ ମଧ୍ୟ ଅଛି । ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଏହି ପାଞ୍ଚଟି ରାଜ୍ୟ ବ୍ୟବସାୟ କରିବାରେ ସହଜ ସର୍ତ୍ତ ପୂରଣ କରିଛନ୍ତି। ଏହାକୁ ଆଧାର କରି ସେମାନଙ୍କୁ ମୋଟ ୧୬ ହଜାର ୭୨୮ କୋଟି ଟଙ୍କା ଅତିରିକ୍ତ ଋଣ ପ୍ରଦାନ ପାଇଁ ଏକ ବିକଳ୍ପ ଦିଆଯାଇଛି।
/wp:heading wp:heading {"level":5}
ଉଲ୍ଲେଖନୀୟ ବିଷୟ ହେଉଛି, ଆର୍ଥିକ ପରିସ୍ଥିତି ଏବଂ ବଜେଟ୍ ପରିଚାଳନା ଅଧିନିୟମ ଅନୁଯାୟୀ ରାଜ୍ୟଗୁଡିକ ସେମାନଙ୍କର ମୋଟ ଘରୋଇ ଉତ୍ପାଦର ତିନି ପ୍ରତିଶତ ପର୍ଯ୍ୟନ୍ତ ଋଣକୁ ସୀମିତ କରିବାକୁ ପଡିବ । ମେ ମାସରେ କୋଭିଡ୍ -୧୯କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଭିନ୍ନ ସଂସ୍କାରବାଦୀ ସର୍ତ୍ତାବଳୀ ସହିତ ରାଜ୍ୟଗୁଡିକର ଋଣସୀମାକୁ ସାମଗ୍ରିକ ଭାବେ ୨ ପ୍ରତିଶତକୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ।
/wp:heading wp:heading {"level":5}
ଏହି ସର୍ତ୍ତଗୁଡିକରେ ଏକ-ଦେଶ-ଏକ-ରେସନ କାର୍ଡ, ବ୍ୟବସାୟ କରିବାର ସହଜତା, ମ୍ୟୁନିସିପାଲିଟି / ଜନସେବାରେ ସଂସ୍କାର ଏବଂ ଶକ୍ତି କ୍ଷେତ୍ରରେ ସୁଧାର ଅନ୍ତର୍ଭୁକ୍ତ । ସେମାନଙ୍କୁ ୧୫ ଫେବୃଆରୀ ୨୦୨୦ ସୁଦ୍ଧା ଏହି ସଂସ୍କାରଗୁଡିକ କାର୍ଯ୍ୟକାରୀ କରିବାକୁ ପଡିବ ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.