Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ମହାରାଷ୍ଟ୍ର ସ୍ଥିତି ସଙ୍ଗୀନ: ୨୪ ଘଣ୍ଟାରେ ୭୭୩ ମୃତ, ୬୬୮୩୬ ନୂଆ ସଂକ୍ରମିତ ଚିହ୍ନଟ
  • ||
  • ବିଶ୍ବକେତନ ହରିଚନ୍ଦନ ମହାପାତ୍ର ହେଲେ ପିପିଲି କଂଗ୍ରେସ ପ୍ରାର୍ଥୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||

ଅର୍ଥମନ୍ତ୍ରୀ ପୁଣି ଦେବେ ପ୍ୟାକେଜ୍ !ଅଭିବୃଦ୍ଧି ୬% ହେବ ବୋଲି ବିଶ୍ବବ୍ୟାଙ୍କ ଆକଳନ

14/10/2019 at 11:42 AM

ନୂଆଦିଲ୍ଲୀ ୧୪/୧୦: ଅର୍ଥନୀତିରୁ ମାନ୍ଦାବସ୍ଥା ଦୂର କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିସାରିଥିବା କେନ୍ଦ୍ର ସରକାର ପୁଣି ଏକ ପ୍ୟାକେଜ୍ ଘୋଷଣା କରିବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ୟାକେଜ୍ ର ରୂପରେଖ ପ୍ରସ୍ତୁତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଅର୍ଥ ମନ୍ତ୍ରଣାଳୟ ଅଧିକାରୀଙ୍କ ମଧ୍ୟରେ ଅନେକ ବୈଠକ ହୋଇସାରିଲାଣି।

ପୂର୍ବରୁ ଘୋଷଣା କରାଯାଇଥିବା ପ୍ୟାକେଜ୍ ଗୁଡ଼ିକ ଯୋଗୁଁ ବଜାରରେ ନଗଦ ରାଶିକୁ ନେଇ ଯେଉଁ ଅଭାବ ରହିଥିଲା ତାହା ଦୂର ହୋଇଛି। କଂପାନି ଟିକସ ୩୦%ରୁ ୨୨%କୁ ହ୍ରାସ କରାଯିବା ପରେ ନିବେଶକଙ୍କ ମନୋବଳ ବଢିଛି । ଏଭିତରେ ଚିନ୍ତା ବଢ଼ାଇଛି ବିଶ୍ୱ ବ୍ୟାଙ୍କ୍ ର ଆକଳନ। ଭାରତର ଅଭିବୃଦ୍ଧି ୬% ଖସିବ ବୋଲି ବିଶ୍ବବ୍ୟାଙ୍କ କହିଛି । ଏହା ଭାରତୀୟ ଅର୍ଥନୀତିକୁ ବଡ ଝଟକା ଲାଗିଛି । ବଜାର ଚାହିଦା ବଢୁନାହିଁ। ଗ୍ରାହକ କ୍ରୟ କରିବାକୁ ଆଗ୍ରହ ଦେଖାଉନାହାନ୍ତି । ଏହି ଦୁଇ ପ୍ରମୁଖ ସମସ୍ୟାକୁ ଦୂର କରିବା ଲାଗି ମାନସ ମନ୍ଥନ ଚାଲିଛି।

ଚାହିଦା ବଢ଼ାଇବା ଲାଗି ଆୟକର ହାର ହ୍ରାସ କରିବା ବିଷୟରେ ସରକାର ବିଚାର କରୁଛନ୍ତି। ଆୟକର କମିଲେ ଲୋକଙ୍କ ପାଖରେ ଅଧିକ ଟଙ୍କା ରହିବ ଯାହାକୁ ସେମାନେ ବିଭିନ୍ନ ସାମଗ୍ରୀ କିଣାକିଣିରେ ଖର୍ଚ୍ଚ କରିପାରିବେ। ଏହା ବ୍ୟତୀତ ଗାଡ଼ି ଏବଂ ଘର କିଣିବାକୁ ଚାହୁଥିବା ଗ୍ରାହକଙ୍କୁ ଆକର୍ଷଣୀୟ ସୁଧରେ ଇଏମ୍ ଆଇ ସୁବିଧା ଦେବାକୁ ବ୍ୟାଙ୍କଗୁଡ଼ିକୁ କୁହାଯିବ । ଏହାସହ ଘର ବିକ୍ରି ବଢ଼ାଇବା ଲାଗି ରିଅଲ ଇଷ୍ଟେଟ୍  ନିୟମ ଓ ଏହି କ୍ଷେତ୍ର ଲାଗି ରହିଥିବା ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଉପରେ ମଧ୍ୟ ବିଚାର ଚାଲିଛି ।

   Related Posts