ଆସିଲା Economic Survey ରିପୋର୍ଟ, ୨୦୨୦-୨୧ରେ ଅଭିବୃଦ୍ଧି ଲକ୍ଷ୍ୟ ୬ରୁ୬.୫%

Published By : Prameya-News7 Bureau | January 31, 2020 IST

ନୂଆଦିଲ୍ଲୀ ୩୧।୦୧: ଫେବୃଆରୀ ୧ରେ ସଂସଦରେ ସାଧାରଣ ବଜେଟ୍ । ତେବେ ବଜେଟର ଗୋଟିଏ ଦିନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ  ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ୬ରୁ ୬.୫ପ୍ରତିଶତ ଲକ୍ଷ୍ୟ ରଖାଯାଇଛି ।

wp:core-embed/twitter {"url":"https://twitter.com/ANI/status/1223144160472883200","type":"rich","providerNameSlug":"twitter","className":""}
https://twitter.com/ANI/status/1223144160472883200
/wp:core-embed/twitter

ବଜେଟ୍ ୨୦୨୦-୨୧ ପ୍ରସ୍ତୁତ କରିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଇଁ ବଡ ଚାଲେଞ୍ଜ । କାରଣ ଦେଶର ଜିଡିପି ୫% ପହଞ୍ଚିଛି ଯାହା ୧୧ବର୍ଷରେ ସର୍ବନିମ୍ନ ରହିଛି । ଘରୋଇ କନଜପସନ୍ ୫.୮ % ରେ ପହଞ୍ଚିଛି ଯାହା ୭ବର୍ଷରେ ସର୍ବନିମ୍ନ । ପୁଞ୍ଜିନିବେଶ ହାର ୧%କୁ ଖସି ଆସିଛି ଯାହା ୧୭ବର୍ଷରେ ସର୍ବନିମ୍ନ । ମ୍ୟାନୁଫାକ୍ଚରିଙ୍ଗ କ୍ଷେତ୍ରରେ ଅଭିବୃଦ୍ଧି ୨% କୁ ଖସିଛି ଯାହା ୧୫ବର୍ଷରେ ସର୍ବନିମ୍ନ ଏବଂ କୃଷି ଅଭିବୃଦ୍ଧି ୨.୮% ରେ ପହଞ୍ଚିଛି ଯାହା ଗତ ୪ବର୍ଷରେ ସର୍ବନିମ୍ନ । କେବଳ ସେତିକି ନୁହେଁ ମୁଦ୍ରାସ୍ଫୀତି ହାର ମଧ୍ୟ ୭.୩୫% ଛୁଇଁଛି । ବିଶ୍ବରେ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ ଭାରତ ଉପରେ ଏହାର ପ୍ରଭାବର ପଡିଛି । ଏପରି ସ୍ଥିତିରେ ଦେଶର ବେକାରୀ ହାରକୁ ଟ୍ରାକକୁ ଆଣିବା ସହ ସବୁ କ୍ଷେତ୍ରରେ ଅଭିବୃଦ୍ଧି ହାର ବଢାଇବା ଏବଂ ସବୁ ବର୍ଗର ଲୋକଙ୍କୁ ନିର୍ମଳାଙ୍କ ବଜେଟ୍ କିଭଳି ଖୁସି କରିପାରିବ ତା ଉପରେ ନଜର ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.