Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ବଜେଟ୍‌ ଉପସ୍ଥାପନ ବେଳେ ବିରୋଧୀଙ୍କ ହଙ୍ଗାମା, କୃଷି ଆଇନ୍‌କୁ ନେଇ କଣ କହିଲେ ଅର୍ଥମନ୍ତ୍ରୀ ଜାଣନ୍ତୁ…

1/02/2021 at 12:46 PM

ନୂଆଦିଲ୍ଲୀ,୦୧/୦୨: ଦେଶରେ ୨୦୨୧-୨୨ ସାଧାରଣ ବଜେଟ୍ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିଛନ୍ତି । ସୋମବାର ବଜେଟ୍‌ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀଙ୍କୁ ବିରୋଧୀ ଦଳର ସାମ୍ନା କରିବାକୁ ପଡ଼ିଛି । ଏହି ସମୟରେ ସେ କହିଛନ୍ତି ଯେ, ଆମ ସରକାର କୃଷକଙ୍କ କଲ୍ୟାଣ କରିବାକୁ ପ୍ରତିବଦ୍ଧ । କୃଷି ଆଇନ୍‌କୁ ନେଇ ବିରୋଧୀ ଦଳ ସଂସଦରେ ହଙ୍ଗାମା କରିଛନ୍ତି । ବିପକ୍ଷ ଦଳର ନେତା ଦିଲ୍ଲୀରେ ଧାରଣା ଦେଇଥିବା କୃଷକଙ୍କ ଉପରେ ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ସଂସଦରେ ହଙ୍ଗାମା କରିଛନ୍ତି ।

ବିରୋଧୀ ଦଳର ସାଂସଦଙ୍କ ହଙ୍ଗାମାକୁ ନେଇ ଅର୍ଥମନ୍ତ୍ରୀ କିଛି ସମୟ ପାଇଁ ତାଙ୍କ ଭାଷଣ ସ୍ଥଗିତ ରଖିଥିଲେ । ଏହି ସମୟରେ ବିପକ୍ଷ ଦଳର ନେତା କୃଷି ଆଇନ୍‌କୁ ଫେରାଇ ନେବା ପାଇଁ ନାରା ଲଗାଉଥିବା ଦେଖିବାକୁ ମିଳିଥିଲା ।

ଅର୍ଥମନ୍ତ୍ରୀ ନିର୍ମଳା ସୀତୀରମଣ କହିଛନ୍ତି ଯେ, ନ୍ୟୁମତମ ସମର୍ଥନ ମୂଲ୍ୟ ଉପରେ କୃଷକଙ୍କ ଉତ୍ପାଦ ପ୍ରକ୍ରିୟାର ବୃଦ୍ଧି ଜାରି ରହିବ । ୨୦୨୦-୨୦୨୧ରେ କୃଷକଙ୍କ ଠାରୁ ୧.୭୨ ଲକ୍ଷ କୋଟି ଟଙ୍କାର ଧାନ କିଣାଯାଇଥିବା ଅର୍ଥମନ୍ତ୍ରୀ ଏହି ବଜେଟ୍‌ ସେସନ୍‌ରେ କହିଛନ୍ତି ।    

   Related Posts