ପ୍ରତିରକ୍ଷା କ୍ଷେତ୍ରରେ ବଢିଲା ଏଫଡିଆଇ ସୀମା, ୪୯ ପ୍ରତିଶତରୁ ହେଲା ୭୪ ପ୍ରତିଶତ, ମେକ୍ ଇନ୍ ଇଣ୍ଡିଆକୁ ଗୁରୁତ୍ଵ

Published By : Prameya-News7 Bureau | May 16, 2020 IST

ନୂଆଦିଲ୍ଲୀ ୧୬।୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ୨୦ ଲକ୍ଷ କୋଟିର ପ୍ୟାକେଜ୍‌ ଘୋଷଣାର ବିସ୍ତୃତ ବିବରଣୀ ଦେବାର ଚତୁର୍ଥ ପର୍ଯ୍ୟାୟ ବା ଚତୁର୍ଥ ଦିନରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିରକ୍ଷା ଉତ୍ପାଦନ ଉପରେ ବିଶେଷ ଜୋର ଦେଇଛନ୍ତି। ସେ କହିଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ ମେକ୍ ଇନ୍‌ ଇଣ୍ଡିଆକୁ ଗୁରୁତ୍ଵାରୋପ କରାଯିବ। ପ୍ରତିରକ୍ଷା କ୍ଷେତ୍ରର ଅସ୍ତ୍ର ଶସ୍ତ୍ରର ତାଲିକା ପ୍ରସ୍ତୁତ କରାଯିବ। ପ୍ରତିରକ୍ଷା ଉପକରଣର ସ୍ଵଦେଶୀକରଣ କରାଯିବ। ପ୍ରତିରକ୍ଷା ଉପକରଣ ଦେଶରେ ନିର୍ମାଣ ଲାଗି ପଦକ୍ଷେପ ନିଆଯିବ। ପ୍ରତିରକ୍ଷା ଉତ୍ପାଦନରେ ଏଏଫଡିଆଇ ସୀମାକୁ ୪୯ ପ୍ରତିଶତରୁ ବଢାଯାଇ ୭୪ ପ୍ରତିଶତ କରାଯାଇଛି।

ଖଣି କ୍ଷେତ୍ରରେ ଅଭିବୃଦ୍ଧି ଓ ରୋଜଗାର ବଢାଇବା ଉପରେ ଜୋର

ଏହି କ୍ଷେତ୍ରରେ ଢାଞ୍ଚାଗତ ପରିବର୍ତ୍ତନ କରାଯିବ। ଷ୍ଟେଟ୍ ଅଫ ଦ ଆର୍ଟର ଶୈଳୀ ବ୍ୟବହାର କରାଯିବ। ୫୦୦ ଖଣି ଖଣିର ନିଲାମ କରାଯିବ। ଖଣି କ୍ଷେତ୍ରରେ ନିବେଶ ବୃଦ୍ଧି କରାଯିବ।

କୋଇଲା କ୍ଷେତ୍ରରେ  ବଡ ସଂସ୍କାର ହେବ

ସରକାର କୋଇଲା କ୍ଷେତ୍ର ପାଇଁ ବଡ ସଂସ୍କାରଣ ଆଣିବାକକୁ ଯୋଜନା କରିଛନ୍ତି। ବାଣିଜ୍ୟିକ କୋଇଲା ଖଣିକୁ ପ୍ରୋତ୍ସାହନ ଦିଆଯିବ। କୋଇଲା କ୍ଷେତ୍ରରେ ବାଣିଜ୍ୟକରଣ କରାଯିବ। କୋଇଲାକୁ ଗ୍ୟାସ୍‌ରେ ପରିବର୍ତ୍ତିତ ଉପରେ କାର୍ଯ୍ୟ କରାଯିବ। କୋଇଲା କ୍ଷେତ୍ରରେ ବଡ ସଂସ୍କାର ଅଣାଯିବ। କୋଇଲା ଉପରେ ସରକାରଙ୍କ ମନୋପୋଲି ଆଉ ରହିବ ନାହିଁ। କୋଲ ଇନଫ୍ରା ପାଇଁ ୫୦ ହଜାର କୋଟି ଟଙ୍କା ଆବଣ୍ଟିତ କରାଯିବ। କୋଇଲା ଉତ୍ତୋଳନ ଉପରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ୫୦ ନୂତନ କୋଲ ବ୍ଲକ ତତ୍କାଳ ଉପଲବ୍ଧ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.