ଏସବିଆଇ ଉପରେ ରାଗ ଝାଡିଲେ ଅର୍ଥ ମନ୍ତ୍ରୀ: କହିଲେ ନିଷ୍ଠୁର-ଅପାରଗ ବ୍ୟାଙ୍କ, ଏମିତି କାମ ଚାଲିବ ନାହିଁ

Published By : Prameya-News7 Bureau | March 15, 2020 IST

ନୂଆଦିଲ୍ଲୀ ୧୫।୦୩: ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଅଡିଓ କ୍ଲିପ୍ ସଂପ୍ରତି କ୍ଷୀପ୍ର ଗତିରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI)ର ଅଧିକାରୀଙ୍କୁ ତାଗିଦ୍ କରୁଛନ୍ତି। ଭାଇରାଲ୍ ଅଡିଓ ମୁତାବକ ଅର୍ଥ ମନ୍ତ୍ରୀ ଲୋକଙ୍କ ସମସ୍ୟା ଶୁଣି ଚକିତ  ହୋଇ ଯାଉଛନ୍ତି ଏବଂ ତାଙ୍କର ରାଗ ସେ ବ୍ୟାଙ୍କ ଉପରେ ଝାଡୁଛନ୍ତି।

ନିର୍ମଳା ସୀତାରମଣଙ୍କ ଯେଉଁ ଅଡିଓ  ଭାଇରାଲ୍ ହୋଇଛି, ସେଥିରେ ସେ ଏସବିଆଇକୁ ତାଗିଦ୍ କରି ନିଷ୍ଠୁର ବ୍ୟାଙ୍କ କହୁଛନ୍ତି। ଯେଉଁ କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ବ୍ୟାଙ୍କର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି, ସେହି କାର୍ଯ୍ୟକ୍ରମରେ ଏସବିଆଇର ଚେୟାରମ୍ୟାନ ରଜନୀଶ କୁମାର ଓ ବିଭିନ୍ନ ବ୍ୟାଙ୍କର ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

{"id":238934,"width":753,"height":497,"sizeSlug":"large"}

ଏହି ଘଟଣା ଫେବୃଆରୀ ୨୭ର। ଅର୍ଥ ମନ୍ତ୍ରୀ ଏସବିଆଇର ଫାଇନାନସିଆଲ ଆଉଟରିଚ୍ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଗୌହାଟୀ ଯାଇଥିଲେ। ସେହି ସମୟର ଅଡିଓ କ୍ଲିପ୍ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି।

ଅଡିଓ କ୍ଲିପରେ ସୀତାରମଣ ଚା ଚାଷୀଙ୍କୁ ଋଣ ମିଳିବାରେ ହେଉଥିବା ସମସ୍ୟାକୁ ନେଇ ଅସନ୍ତୋଷ  ବ୍ୟକ୍ତ କରୁଛନ୍ତି। ସେ କହୁଛନ୍ତି ଯେ, ମୋତେ ଏହା କୁହନ୍ତୁ ନାହିଁ ଯେ, ଆପଣ ସବୁଠୁ ବଡ ବ୍ୟାଙ୍କ। ଆପଣ ତ ନିଷ୍ଠୁର ବ୍ୟାଙ୍କ। ଏସଏଲବିସିଜ ଏହି ପରି କାମ କରେ ନାହିଁ।

{"id":238936,"width":593,"height":383,"sizeSlug":"large"}

ଅଡିଓ କ୍ଲିପରେ ନିର୍ମଳା ସୀତାରମଣ ଏସବିଆଇକୁ ହୃଦୟହୀନ ଓ ଅପାରଗ କହୁଥିବା ଶୁଣିବାକୁ ମିଳିଛି। ଅର୍ଥ ମନ୍ତ୍ରୀ କହୁଛନ୍ତି ଯେ, ବ୍ୟାଙ୍କ ନିଜର କାମ ଠିକ୍ ଭାବେ କରୁନାହିଁ। ଚା ଚାଷ କରୁଥିବା ଲୋକଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବହୁତ ଗମ୍ଭୀର। ମାତ୍ର ଯେଉଁଭଳି ଏଠାରେ କାମ ଚାଲୁଛି ତାହା ଠିକ୍ ନୁହଁ।

ଏହା ପରେ ସୀତାରମଣ ପଚାରୁଛନ୍ତି ଯେ, କେମିତି ଶୀଘ୍ର ଖାତାକୁ ଚାଲୁ କରାଯାଇ ପାରିବ। ଏସବିଆର ଅଧିକାରୀ ଏହା କହୁଥିବା ଶୁଣିବାକୁ ମିଳୁଛି ଯେ, ବ୍ୟାଙ୍କକୁ ଏହି ଖାତାକୁ ଚାଲୁ କରିବା ଲାଗି ଆରବିଆଇଠୁ କିଛି ମଞ୍ଜୁରୀର ଆବଶ୍ୟକତା ରହିଛି। ଏହା ଗୋଟିଏ ସପ୍ତାହ ଭିତରେ ହୋଇଯିବ।

{"id":238937,"width":602,"height":390,"sizeSlug":"large"}

ଏହା ପରେ ଅର୍ଥ ମନ୍ତ୍ରୀ କହୁଛନ୍ତି ଯେ, ମୋତେ ଭ୍ରମିତ କରନ୍ତୁ ନାହିଁ। ଏସବିଆଇ ଚେୟାରମ୍ୟାନ ଆପଣ ଏହି ମାମଲାରେ ଦିଲ୍ଲୀରେ ମୋ ସହିତ କଥା ହେବେ ଏବଂ ଏହାକୁ ମୁଁ ସହଜରେ ଛାଡୁ ନାହିଁ। ଏହା ସଂପୂର୍ଣ୍ଣ ଭାବେ ଅବହେଳା କରାଯାଇଛି। ମୁଁ ଏହି ଅପାରଗତା ଲାଗି ଆପଣଙ୍କୁ ଦାୟୀ କରୁଛି ଏବଂ ଏହି ବିଷୟରେ ଆପଣଙ୍କ ସହିତ ମୁଁ ବିସ୍ତୃତ ଆଲୋଚନା କରିବି।

ଏହା ପରେ ଅର୍ଥ ମନ୍ତ୍ରୀ ବ୍ୟାଙ୍କ କର୍ମୀଙ୍କୁକ କହୁଛନ୍ତି ଯେ, ଆପଣ ଖାତାକୁ ଚାଲୁ କରନ୍ତୁ ଏବଂ ଚା ଚାଷୀର କୌଣସି ବି ଚାଷୀଙ୍କୁ ଏହି କାରଣରୁ କ୍ଷତି ନହେବା ଉଚିତ୍। କୁହାଯାଉଛି ଯେ, ପ୍ରାୟ ୨.୫ ଲକ୍ଷ ଚା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ଚାଲୁ ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.