Monday, July 15, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସମ୍ବଲପୁରୀ ଶାଢୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଟୁଇଟ୍ କରି ଏମିତି ମନ୍ତବ୍ୟ ଦେଲେ ଓଡିଶାର କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର ୧୨|୭:  ସଂସଦରେ ଆଜି ଚର୍ଚ୍ଚାରେ ଥିଲା ସମ୍ବଲପୁରୀ ଶାଢୀ । କାହିଁକି ନା କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସମ୍ବଲପୁରୀ ଶାଢୀ ପିନ୍ଧି ରାଜ୍ୟସଭାରେ ପହଞ୍ଚିଥିଲେ । ନୀଳ ଓ ଲାଲ୍ ରଂଗର ଶାଢୀ ବେଶ୍ ସୁନ୍ଦର ଥିଲା । ଓଡ଼ିଶାର ଏହି ବିଶ୍ବ ପ୍ରସିଦ୍ଧ ହସ୍ତକଳା ପ୍ରତି ନିର୍ମଳାଙ୍କ ଭଲପାଇବାକୁ ଅନେକ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି କହିଛନ୍ତି, କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଆ କଳା ଓ ସଂସ୍କୃତିକୁ ବିଶେଷ ସମ୍ମାନ ଦେଇଛନ୍ତି । ତେବେ ଓଡ଼ିଶାର ଏହି ସମୃଦ୍ଧ କଳା ଦେଶବିଦେଶର ଅନେକଙ୍କ ଲାଗି ସବୁବେଳେ ଆକର୍ଷଣର କେନ୍ଦ୍ର ପାଲଟିଛି । ଭାରତର ଏକମାତ୍ର ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ଅନେକ ଥର ସମ୍ବଲପୁରୀ ଶାଢୀରେ ଦେଖିବାକୁ ମିଳୁଥିଲା ।

ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତ ସମ୍ବଲପୁରୀ ଶାଢୀ ପ୍ରତି ବିଶେଷ ଦୁର୍ବଳତା ରହିଥିଲା । ସେ ନିଜେ ଏହାକୁ ଅନେକ ଥର ପିନ୍ଧିବା ସହ ଅତିଥିମାନଙ୍କୁ ଉପହାର ମଧ୍ୟ ଦେଉଥିଲେ । ତାଙ୍କ ବୋହୂ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ନାତୁଣୀ ପ୍ରିୟଙ୍କା ଗାନ୍ଧିଙ୍କୁ ମଧ୍ୟ ସମ୍ବଲପୁରୀ ଶାଢୀରେ ବେଳେ ବେଳେ ଦେଖିବାକୁ ମିଳେ ।

ତେବେ ଖାଲି ସମ୍ବଲପୁରୀ ଶାଢୀ ନୁହେଁ, ପୁରୁଷଙ୍କ ଲାଗି ଥିବା ସମ୍ବଲପୁରୀ ଜ୍ୟାକେଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିନ୍ଧୁଥିବାରୁ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି । ୨୦୦୯ରେ ଆମେରିକାରେ ଥିବା ସେତେବେଳେର ଭାରତୀୟ ରାଷ୍ଟ୍ରଦୂତ ମୀରା ଶଙ୍କର ରାଷ୍ଟ୍ରପତି ବାରାକ ଓବାମାଙ୍କୁ ସରକାରୀ କାର୍ଯ୍ୟରେ ଦେଖା କରିବାକୁ ହ୍ବାଇଟ ହାଉସକୁ ସମ୍ବଲପୁରୀ ଶାଢୀ ପିନ୍ଧି ଯାଇଥିଲେ ।

ସେହିଭଳି ବଲିଉଡରେ ବି ସମ୍ବଲପୁରୀ ଶାଢୀର ଚାହିଦା ରହଛି । ଅଭିନେତ୍ରୀ ଜୟା ବଚ୍ଚନ, ହେମାମାଳିନୀ, ବିଦ୍ୟା ବାଲାନ, କିରଣ ଖେର୍ ଏହାର ବେଶ୍ ପ୍ରଶଂସା କରିଛନ୍ତି । ଅନ୍ତର୍ଜାତୀୟ ଲେଖିକା ତସଲିମା ନସରିନ୍ ମଧ୍ୟ ସମ୍ବଲପୁରୀ ଶାଢୀର ବଡ଼ ପ୍ରଶଂସିକା ।

713 Views

   ସମ୍ବନ୍ଧିତ ଖବର