Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଭାରତରେ ଅଭିବୃଦ୍ଧି ହାର ମନ୍ଥର ହୋଇଛି, କିନ୍ତୁ ମାନ୍ଦାବସ୍ଥା ସମ୍ଭାବନା ନାହିଁ : ଅର୍ଥମନ୍ତ୍ରୀ

28/11/2019 at 9:30 AM

ନୂଆଦିଲ୍ଲୀ ୨୮।୧୧: ଭାରତରେ ଅଭିବୃଦ୍ଧି ହାର ମନ୍ଥର ହୋଇଛି, କିନ୍ତୁ ମାନ୍ଦାବସ୍ଥା ସମ୍ଭାବନା ନାହିଁ । ଦେଶରେ ଅର୍ଥନୀତିର ସ୍ଥିତିକୁ ନେଇ ରାଜ୍ୟସଭାରେ ଚାଲିଥିବା ବିତର୍କରେ ଏଭଳି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିରୋଧୀମାନେ ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି ଆସୁଛନ୍ତି ।

ସେପଟେ ବିତର୍କରେ ଭାଗନେଇ କଂଗ୍ରେସ ସାଂସଦ ଆନନ୍ଦ ଶର୍ମା କହିଥିଲେ, ବିଜେପି ନିଜ ଘୋଷଣା ପତ୍ରରେ କହିଥିଲା ଯେ ୫ବର୍ଷରେ କୃଷି କ୍ଷେତ୍ରରେ ୨୫ ଲକ୍ଷ କୋଟି ଟଙ୍କା ନିବେଶ କରିବ । ଅର୍ଥାତ୍ ପ୍ରତି ୫ବର୍ଷର ୫ଲକ୍ଷ କୋଟି ଖର୍ଚ୍ଚ ହେବ । କିନ୍ତୁ ବଜେଟରେ କେବଳ ୫୩ ହଜାର କୋଟି ଟଙ୍କା ଆବଣ୍ଟିତ ହୋଇଛି ।

ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ସୀତାରମଣ କହିଥିଲେ, ଅର୍ଥନୀତିକୁ ଅଧିକ ସମର୍ଥନ ଦରକାର, ଯାହା ସରକାର ଯୋଗାଇ ଦେଉଛନ୍ତି । ଏହି ଅବସରରେ ସେ ଉପା-୨ ସରକାର ଏବଂ ଏନଡିଏ-୧ ସରକାର ସମୟର ଅର୍ଥନୈତିକ ସମ୍ବନ୍ଧୀୟ ଟିକିନିଖି ତଥ୍ୟକୁ ତୁଳନା କରିଥିଲେ ।

ନିର୍ମଳା କହିଥିଲେ ଯେ, ୨୦୦୯-୨୦୧୪ ସରକାରର ଶେଷ ସମୟରେ ଜିଡିପି ଅଭିବୃଦ୍ଧି ୬.୪% ଥିଲାବେଳେ ୨୦୧୪-୧୦୧୯ ମଧ୍ୟରେ ୭.୫% ରହିଥିଲା। ଦେଶର ଅର୍ଥନୀତିରେ ବିକାଶ ଲାଗି ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି। ଅର୍ଥନୀତି ଶକ୍ତିଶାଳୀ କରିବା ଲାଗି ବର୍ତ୍ତମାନ ପ୍ରଚୁର ସମର୍ଥନ ଯୋଗାଇବାର ଆବଶ୍ୟକତା ରହିଛି । ତେବେ ବିତର୍କ ବେଳେ ଅଧିକାଂଶ ସଦସ୍ୟ ଅନୁପସ୍ଥିତ ଥିଲେ ।

   Related Posts