କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ ଘୋଷଣା : ୪୦ ହଜାର କୋଟି ଟଙ୍କା ବଢାଗଲା ମନରେଗା ବଜେଟ୍

Published By : Prameya-News7 Bureau | May 17, 2020 IST

ନୂଆଦିଲ୍ଲୀ ୧୭।୫: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ସହ ଜଡିତ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପାଇଁ ଘୋଷଣା କରୁଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେହି ଅନୁଯାୟୀ, ଏହି ଅର୍ଥନୈତିକ ପ୍ୟାକେଜ୍ ପ୍ରସ୍ତୁତ କରାଯାଇଛି । ସେ କହିଛନ୍ତି ଯେ, ଏହି ପ୍ୟାକେଜରେ ଜମି, ଶ୍ରମ, ଆଇନ, ତରଳତା ଉପରେ ଗୁରୁତ୍ବ ଦିଆଯାଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଟେକ୍ନୋଲୋଜି ବ୍ୟବହାର କରି ପ୍ରତ୍ୟକ୍ଷ ଲାଭ କ୍ୟାସ୍ ଟ୍ରାନ୍ସଫର କରାଯାଇଛି । ଏହା ଅଧୀନରେ ୮.୧୯ କୋଟି ଚାଷୀଙ୍କ ଆକାଉଣ୍ଟରେ ୨-୨ ହଜାର ଟଙ୍କା ଦିଆଯାଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହା ବ୍ୟତୀତ ଦେଶର ୨୦ କୋଟି ଜନ ଧନ ଆକାଉଣ୍ଟକୁ ସିଧାସଳଖ ଲାଭ ଟ୍ରାନ୍ସଫର ମାଧ୍ୟମରେ ୫୦୦-୫୦୦ ଟଙ୍କା ପଠାଯାଇଛି। ଉଜ୍ବଳା ଯୋଜନା ଅଧୀନରେ ୬.୮୧ କୋଟି ଏଲପିଜି ଧାରକଙ୍କୁ ମାଗଣା ସିଲିଣ୍ଡର ଦିଆଯାଇଥିଲା। ଏହା ୨.୨୦ କୋଟି ନିର୍ମାଣ ଶ୍ରମିକଙ୍କୁ ସେମାନଙ୍କ ଆକାଉଣ୍ଟରେ ସିଧାସଳଖ ଟଙ୍କା ଦିଆଯାଇଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ପାଇଁ ୮୫% ଖର୍ଚ୍ଚ କେନ୍ଦ୍ର ସରକାର ଦେଉଛନ୍ତି । ଶ୍ରମିକମାନଙ୍କୁ ଟ୍ରେନରେ ଖାଦ୍ୟ ଦିଆଯାଉଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, କରୋନା ଭାଇରସ୍ ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ୧୫ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ପରୀକ୍ଷା ଏବଂ ଲ୍ୟାବ୍ କିଟ୍ ପାଇଁ ୫୫୦ କୋଟି ଯୋଗାଇ ଦିଆଯାଇଛି । କରୋନା ମୁକାବିଲା ଲଢେଇରେ ସଂଗ୍ରାମ କରୁଥିବା ସ୍ବାସ୍ଥ୍ୟକର୍ମୀମାନଙ୍କ ପାଇଁ ୫୦ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା ଘୋଷଣା କରାଯାଇଛି।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରରେ ଅନଲାଇନ୍ ଶିକ୍ଷାର ବ୍ୟବହାର କରାଯାଇଛି । ସ୍ବୟଂପ୍ରଭା DTH ଚ୍ୟାନେଲଗୁଡିକ ମଧ୍ୟରେ ପ୍ରଥମ ୩ ଥିଲା, ଏଥିରେ ଆହୁରି ୧୨ଟି ନୂତନ ଚ୍ୟାନେଲ୍ ଯୋଡାଯାଉଛି । ଲାଇଭ୍ ଇଣ୍ଟରାକ୍ଟିଭ୍ ଚ୍ୟାନେଲ୍ ଯୋଗ କରାଯାଇପାରିବ ନେଇ କାମ କରଯାଉଛି । ରାଜ୍ୟଗୁଡିକୁ ଅନୁରୋଧ କରାଯାଇଛି ଯେ, ସେମାନେ ୪ ଘଣ୍ଟାର ବିଷୟବସ୍ତୁ ପ୍ରଦାନ ଯାହା ଲାଇଭ ଚ୍ୟାନେଲରେ ଦେଖାଯାଇପାରିବ ।

କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ରୋଜଗାର ପାଇଁ ଯୋଜନା ମନରେଗାର ବଜେଟରେ ଏକ ବଡ ବୃଦ୍ଧି କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ମନରେଗାର ବଜେଟ୍ ୪୦ହଜାର କୋଟି ଟଙ୍କା ବୃଦ୍ଧି କରାଯାଇଛି । ପୂର୍ବରୁ, ମନରେଗାର ବଜେଟ୍ ୬୧ହଜାର କୋଟି ଥିଲା, ବର୍ତ୍ତମାନ ଏହାକୁ ୪୦ ହଜାର କୋଟିକୁ ବୃଦ୍ଧି କରାଯାଇଛି ।

ସରକାର ଅନଲାଇନ୍ ଶିକ୍ଷା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ସରକାର ପ୍ରଥମ ଶ୍ରେଣୀ ପାଇଁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏକ ଚ୍ୟାନେଲ ଲଞ୍ଚ କରିବେ। ପ୍ରତ୍ୟେକ ଶ୍ରେଣୀ ପାଇଁ ଗୋଟିଏ ଗୋଟିଏ ଚ୍ୟାନେଲ ରହିବ । ପିଲାମାନଙ୍କୁ ମାନସିକସ୍ତରରେ ସୁସ୍ଥ ରଖିବା ପାଇଁ ମନୋଦର୍ପଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ଇ ବିଷୟବସ୍ତୁ ଅଣାଯିବ ।

ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ବର୍ତ୍ତମାନ ସମସ୍ତ ଜିଲ୍ଲାରେ ସଂକ୍ରାମକ ରୋଗ ପାଇଁ ଡାକ୍ତରଖାନା କରାଯିବ, ପ୍ରତ୍ୟେକ ବ୍ଲକରେ ଲ୍ୟାବ ପ୍ରସ୍ତୁତ କରାଯିବ ।

କମ୍ପାନୀ ଆଇନର ଅଧିକାଂଶ ବ୍ୟବସ୍ଥାକୁ ଅପରାଧୀକରଣ କରାଯିବ । ଏକ ବର୍ଷ ପାଇଁ ଦେବାଳିଆ ଘୋଷଣା ପ୍ରକ୍ରିୟା ଉପରେ ନିଷିଦ୍ଧାଦେଶ ଜାରି କରାଯିବ । ଋଣ ପରିଶୋଧ କରିବାରେ ସମର୍ଥ ନହେଲେ ଏକ ବର୍ଷ ପାଇଁ ଅସମର୍ଥ୍ୟରେ ଅନ୍ତର୍ଭୁକ୍ତ ହେବ ନାହିଁ । କ୍ଷୁଦ୍ର ଶିଳ୍ପଗୁଡିକର ଦେବାଳିଆ ହେବାର ସୀମାକୁ ଏକ ଲକ୍ଷରୁ ଏକ କୋଟିକୁ ବୃଦ୍ଧି କରାଯିବ ।

ସରକାର ଏକ ନୂତନ ପବ୍ଲିକ୍ ସେକ୍ଟର ନୀତି ଘୋଷଣା କରିବେ । ଏଥିରେ ଏହା ସ୍ଥିର ହେବ ଯେ, କେଉଁ କେଉଁ ରଣନୀତିର ସେକ୍ଟରରେ କେଉଁ ପବ୍ଲିକ ସେକ୍ଟର କମ୍ପାନୀ ରହିବ । ପ୍ରତ୍ୟେକ ରଣନୀତିକ କ୍ଷେତ୍ରରେ ଅତି କମରେ ଗୋଟିଏ ପବ୍ଲିକ ସେକ୍ଟର କମ୍ପାନୀ ରଖିବାକୁ ସରକାର ଚେଷ୍ଟା କରିବେ । ରଣନୀତିକ ସେକ୍ଟରରେ ସରକାର ବେସରକାରୀ କମ୍ପାନୀଗୁଡିକୁ ମଧ୍ୟ ପ୍ରବେଶ କରିବାକୁ ଅନୁମତି ଦେବେ । ଅନ୍ୟ ସେକ୍ଟରରେ PSU କମ୍ପାନୀଗୁଡିକ ମିଶ୍ରଣ ହେବ ।

କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ, ରିଜର୍ଭ ବ୍ୟାଙ୍କ ରାଜ୍ୟଗୁଡିକର ଋଣ ସୀମାକୁ ୬୦ ପ୍ରତିଶତ ବୃଦ୍ଧି କରିଛି । ରାଜ୍ୟଗୁଡିକ ସେମାନଙ୍କର ଋଣ ସୀମାର ମାତ୍ର ୧୪ ପ୍ରତିଶତ ଋଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.