ଦରମା ପାଉଥିବା ଲୋକଙ୍କୁ ବଡ ଉପହାର ଦେଲେ ନିର୍ମଳା ସୀତାରମଣ, ପିଏଫ ପଇସା ଭରିବେ ସରକାର

Published By : Prameya-News7 Bureau | May 13, 2020 IST

ନୂଆଦିଲ୍ଲୀ ୧୩।୦୫:  ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ବିଷୟରେ ବିସ୍ତୃତ  ସୂଚନା ଦେଇ କହିଛନ୍ତି, ୧୫ ହଜାର ଟଙ୍କା ଦରମା ପାଉଥିବା ଲୋକଙ୍କ ପିଏଫ ସରକାର ଭରିବେ।  ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣ ନିଷ୍ପତ୍ତି ନେଇଛନ୍ତି, ସରକାର ଅଗଷ୍ଟ ପର୍ଯ୍ୟନ୍ତ କମ୍ପାନୀ ଓ କର୍ମଚାରୀଙ୍କ ପକ୍ଷରୁ ନିଜ ଆଡୁ ଇପିଏଫଓରେ ୧୨-୧୨ ପ୍ରତିଶତ ଜମା କରିବେ। ଦେଶରେ ସଂଗଠିତ କ୍ଷେତ୍ରକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏଥିରେ ୪ ଲକ୍ଷରୁ ଅଧିକ ସଂସ୍ଥାକୁ ଲାଭ ମିଳିବ।

ମାତ୍ର ଯୋଜନାରେ କିଛି ସର୍ତ୍ତ ରହିଛି। ସରକାରଙ୍କ ଏହି ଘୋଷଣାର ଫାଇଦା କେବଳ ସେହି କମ୍ପାନୀଙ୍କୁ ମିଳିବ, ଯାହାଙ୍କ ପାଖରେ ୧୦୦ରୁ କମ କର୍ମଚାରୀ ଅଛନ୍ତି ଏବଂ ୯୦ ପ୍ରତିଶତ କର୍ମଚାରୀଙ୍କ ଦରମା ୧୫ ହଜାରରୁ କମ ଥିବ। ଅର୍ଥାତ ୧୫ ହଜାରରୁ ଅଧିକ ଦରମା ପାଉଥିବା ଲୋକଙ୍କୁ ଏହାର ଫାଇଦା ମିଳିବ ନାହିଁ। ଏହି ଯୋଜନା ଲାଗି ୨୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

ଏହି ଯୋଜନାରେ ପ୍ରାୟ ୭୫  ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଲାଭ ମିଳିବ। ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ମଧ୍ୟ ସରକାର ଇପିଏଫଓରେ ନିଜର ଯୋଗଦାନ ଦେଇଥିଲେ। ଏବେ ଏହି ସୁବିଧାକୁ ଆହୁରି ତିନି ମାସ ବଢାଇ ଦିଆଯାଇଛି। ସରକାର ଅଗଷ୍ଟ ମାସ ପର୍ଯ୍ୟନ୍ତ ସଂସ୍ଥା ଓ କର୍ମଚାରୀଙ୍କ ୨୪ ପ୍ରତିଶତ ଇପିଏଫ ଭରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.