Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏବେ ପ୍ରତିରକ୍ଷା ଉପକରଣ ଦେଶରେ ହିଁ ତିଆରି ହେବ, ଅନେକ ହତିଆରର ଆମଦାନୀ ବନ୍ଦ

16/05/2020 at 8:06 PM

ନୂଆଦିଲ୍ଲୀ ୧୬।୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଯେଉଁ ସ୍ଵତନ୍ତ୍ର ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରିଛନ୍ତି, ଏହାର ବିସ୍ତୃତ ବିବରଣୀ ଦେଇ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଚତୁର୍ଥ ପର୍ଯ୍ୟାୟ ଘୋଷଣା କରିଛନ୍ତି। ଏଥିରେ ପ୍ରତିରକ୍ଷାକୁ ନେଇ ବଡ ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ଏବେ ଦେଶରେ ମେଡ୍‌ ଇନ୍‌ ଇଣ୍ଡିଆ ଆଧାରରେ ଅନେକ  ପ୍ରକାରର ପ୍ରତିରକ୍ଷା ଉପକରଣ ନିଜ ଦେଶରେ ହିଁ ନିର୍ମାଣ ହେବ।

ଅର୍ଥମନ୍ତ୍ର ନିର୍ମଳା ସୀତାରମଣ ଘୋଷଣା କରି କହିଛନ୍ତି, ସରକାର ଏମିତି ଅସ୍ତ୍ର ଶସ୍ତ୍ର, ବସ୍ତୁ, ଉପକରଣକୁ ଚୟନ କରିବେ, ଯାହାର ଆମଦାନୀ ଉପରେ ରୋକ୍‌ ଲଗାଯିବ। ଏହି ସବୁ ଉପକରଣର ଦେଶରେ ନିର୍ମାଣ କରାଯିବ। ଅର୍ଡିନାନ୍ସ ଫ୍ୟାକ୍ଟ୍ରିର କର୍ପୋଟାଇଜେସନ କରାଯିବ। ଘରୋଇକରଣ କରାଯିବ ନାହିଁ। ପ୍ରତିରକ୍ଷା ଉତ୍ପାଦନରେ ବିଦେଶୀ ପୁଞ୍ଜି ନିବେଶ(FDI)ର ସୀମାକକୁ ବଢାଯାଇ ୭୪ ପ୍ରତିଶତ କରାଯାଇଛି।

ଅର୍ଥ ମନ୍ତ୍ରୀ କହିଛନ୍ତି, ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭରଶୀଳତା ଆଣିବା ପାଇଁ ମେକ୍ ଇନ୍ ଇଣ୍ଡିଆକୁ ବଳ ଦିଆଯିବ। ଭାରତ ଏହି ଦିଗରେ ଅନେକ ପଦକ୍ଷେପ ଉଠାଇଛି। ଏବେ ଏମିତି ଅସ୍ତ୍ର ଶସ୍ତ୍ରର ଚିହ୍ନଟ କରାଯିବ ଏବଂ ଏହାର ଆମଦାନୀ ଉପରେ କଟକଣା ଲଗାଯିବ। ବର୍ଷ ପରେ ବର୍ଷ ଭାରତରେ ହତିଆରର ଉତ୍ପାଦନ ବଢାଯିବ। କଳକବ୍‌ଜା ସବୁ ଦେଶରେ ପ୍ରସ୍ତୁତ କରାଯିବ ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

   Related Posts