Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

5/07/2019 at 10:41 AM

ନୂଆଦିଲ୍ଲୀ ୫|୭: ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ଥର ବ୍ରିଫକେସ୍ ବଦଳରେ ନାଲି କପଡା ବ୍ୟାଗ୍ ରେ ବଜେଟ୍ । ବଜେଟ୍ ର ନାଁ ବଦଳି ଦେଶର ବହିଖାତା ହୋଇଛି । ଲୋକସଭାରେ ବଜେଟ୍ ‘ଦେଶର ବହିଖାତା’ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ।

ଖାଦ୍ୟ ସୁରକ୍ଷା ଯୋଜନାରେ ଦୁଇ ଗୁଣା ଅର୍ଥ ଖର୍ଚ୍ଚ ହୋଇଛି । ପ୍ରତ୍ୟେକ ମଣିଷ ପରିବର୍ତ୍ତନ ଅନୁଭବ କରୁଛନ୍ତି । ୫ବର୍ଷରେ କାମରେ ଅଗ୍ରଗତି ଆସିବ । ସରକାରୀ ପ୍ରକଳ୍ପକୁ ସହଜ କରାଯିବ । ପ୍ରଦୂଷଣମୁକ୍ତ ଦେଶ ଗଢିବାକୁ ଲକ୍ଷ୍ୟ । ସ୍ଥିର ଭାରତର କଳ୍ପନା ସାକାର ହୋଇଛି । ୫ବର୍ଷରେ ୨.୭ ଟ୍ରିଲିଅନ ଡଲାର ଅର୍ଥନୀତି ଛୁଇଁଛି । ୨୦୨୫ ସୁଦ୍ଧା ୫ ଟ୍ରିଲିଅନ ଡଲାର ଲକ୍ଷ୍ୟ ପୂରଣ ହେବ । ପ୍ରଦୂଷଣ ମୁକ୍ତ ଭାରତ ଗଢିବା ସରକାରଙ୍କ ଲକ୍ଷ୍ୟ । ଦେଶର ପ୍ରତିବ୍ୟକ୍ତି ପରିବର୍ତ୍ତନ ଅନୁଭବ କରୁଛି । ବିଶ୍ବରେ ଷଷ୍ଠ ବୃହତ ଅର୍ଥନୀତି ହୋଇପାରିଛି ଭାରତ । ୫ବର୍ଷରେ ଆଶା, ବିଶ୍ବାସ, ଆକାଂକ୍ଷା ବଢିଛି । ଭିତ୍ତିଭୂମି ବିକାଶ ଉପରେ ଆମର ଫୋକସ୍ । ଭାରତ ଏବେ ନିଯୁକ୍ତି ସୃଷ୍ଟିକାରୀ ଦେଶ ପାଲଟିଛି ।

ବିଜିନେସ୍ କରିଡର ଯୋଗୁଁ ଦେଶକୁ ଫାଇଦା ମିଳିଛି । ଉଡାନ ଯୋଜନାରେ ଛୋଟ ସହରକୁ ଯୋଗାଯୋଗ ବଢିଛି । ମେକ୍ ଇନ୍ ଇଣ୍ଡିଆ ଦେଶର ସଂପଦ ବଢାଇଛି । ମୁଦ୍ରା ଯୋଜନା ଲୋକଙ୍କ ଜୀବନ ବଦଳାଇଛି । ସରକାରଙ୍କ ମନ୍ତ୍ର ରିଫର୍ମ, ପରଫର୍ମ ଟ୍ରାନ୍ସଫର୍ମ । ଲାଇସେନ୍ସ ଓ କୋଟା ଯୁଗର ଶେଷ ହୋଇଛି । ଅନ୍ତର୍ଦେଶୀୟ ଦଳମାର୍ଗ ବିକାଶ ଜରୁରୀ । ଇଲେକଟ୍ରୋନିକ୍ସ ଯାନବାହାନକୁ ପ୍ରୋତ୍ସାହନ ଜରୁରୀ । ଗାଁ-ସହର ଭିତରେ ତାରତମ୍ୟ କମୁଛି । ଓ୍ବାନ୍ ନେସନ ଓ୍ବାନ୍ ଗ୍ରୀଡ୍ ଯୋଜନା କରାଯିବ । ସାରା ଦେଶକୁ ଗ୍ରୀଡରୁ ବିଜୁଳି ମିଳିବ ।

ଏମଏସଏମଇ ପାଇଁ ଅନଲାଇନ୍ ପୋର୍ଟାଲ ହେବ । ଏମଏସଏମଇ ଦୁଇ ପ୍ରତିଶତ ସୁଧରେ ଋଣ ପାଇଁ ୩୫୦ କୋଟି । ୪ବର୍ଷରେ ଗଙ୍ଗା ଉପରେ କାର୍ଗୋ ପରିବହନ । କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ପେନସନ ଯୋଜନା ହେବ । ୫୯ ମିନିଟ୍ ରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳିବ ଋଣ । ବିଜୁଳି ଦରରେ ବଡ ସୁଧାର ଯୋଜନା । ରେଲଓ୍ବେରେ ଘରୋଇ ଭାଗିଦାରୀ ବଢିବ । ରେଳ ଭିତ୍ତିଭୂମି ପାଇଁ ୫୦ହଜାର କୋଟି ଆବଶ୍ୟକ । ୨୦୧୮-୧୯ରେ ୩ ଶହ ମେଟ୍ରୋ ଲାଇନ୍‌କୁ ମଞ୍ଜୁରୀ ।

ସେୟାର ମାର୍କେଟକୁ ନିବେଶକଙ୍କୁ ସୁହାଇବା ଭଳି କରାଯିବ । ମିଡିଆରେ ଏଫଡିଆଇ ସୀମା ବଢିବ । ବୀମା କ୍ଷେତ୍ରରେ ୧୦୦ପ୍ରତିଶତ ଏଫଡିଆଇ । ସାଟେଲାଇଟ୍ ଲଞ୍ଚ କ୍ଷମତା ବଢାଯିବ । ଯୋଜନାର କେନ୍ଦ୍ରରେ ଗାଁ, ଗରିବ, ଚାଷୀ । ଉଜ୍ବଳା, ସୌଭାଗ୍ୟ ଯୋଜନାରେ ଗାଁର ଚିତ୍ର ବଦଳିଛି । ୨୦୨୦ ସୁଦ୍ଧା ସବୁ ଘରକୁ ବିଜୁଳି ଦିଆଯିବ । ୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତଙ୍କୁ ମିଳିବ ଘର । ପ୍ରଧାନମନ୍ତ୍ରୀ ସଡର ଯୋଜନାରେ ଫାଇଦା ମିଳିଛି । ଦୈନିକ ୧୩୫କିମି ରାସ୍ତା ବନାଇବାର ଲକ୍ଷ୍ୟ ରଖାଯାଇଛି ।

କୃଷି କ୍ଷେତ୍ରରେ ବଡ ନିବେଶ ଯୋଜନା ରଖାଯାଇଛି । ଅନ୍ନଦାତାଙ୍କୁ ଉର୍ଜାଦାତା ବନାଇବା ଲକ୍ଷ୍ୟ ରଖାଯାଇଛି । ୧୦ ହଜାର ଚାଷୀଙ୍କୁ ନେଇ ଉତ୍ପାଦକ ସଂଘ ହେବ । ଡାଏରୀ ଫାର୍ମକୁ ପ୍ରୋତ୍ସାହନ ଦିଆଯିବ । ଚାଷୀଙ୍କୁ ଫସଲର ଉଚିତ ଦାମ୍ ଦେବାକୁ ପ୍ରଥମିକତା ଦିଆଯିବ । ଆମଦାନୀ ପାଇଁ କମ୍ ଖର୍ଚ୍ଚ କରାଯିବ । କୃଷି କ୍ଷେତ୍ରରେ ବିକାଶ ପାଇଁ ନୂଆ ଯୋଜନା ହେବ । ସମସ୍ତଙ୍କୁ ବିଶୁଦ୍ଧ ପାଣି ଦେବାକୁ ପ୍ରାଥମିକତା ଦିଆଯିବ । ଜଳଶକ୍ତି ମନ୍ତ୍ରାଳୟ ଜଳ ସଂଶୋଧନ କରିବ । ଗାଁରେ ପ୍ରତି ଘରକୁ ପାଣି ପହଞ୍ଚିବ ।

ସ୍ବଚ୍ଛ ଭାରତ ଯୋଜନା ସଫଳ ହୋଇଛି । ୫.୬ ଲକ୍ଷ ଗାଁକୁ ଖୋଲାରେ ମଳତ୍ୟାଗରୁ ମୁକ୍ତି ମିଳିଛି । ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆସିବ । ବିଶ୍ବର ୨୦୦ ଟପ୍ କଲେଜ ଭିତରେ ଭାରତର ୩ଟି କଲେଜ ରହିଛି । ଭାରତରେ ଉଚ୍ଚଶିକ୍ଷା ଗ୍ରହଣ କରିବା ପାଇଁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରାଯିବ । ଅନଲାଇନ୍ କୋର୍ସ ଉପରେ ଗୁୁରୁତ୍ବ ଦିଆଯିବ ।

   Related Posts