ଦେଶର ଆର୍ଥିକ ମାନ୍ଦାବସ୍ଥା ନେଇ ଚିନ୍ତାରେ କେନ୍ଦ୍ର ସରକାର : ଆଜି କିଛି ନୂଆ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ

Published By : Prameya-News7 Bureau | September 14, 2019 IST

ନୂଆଦିଲ୍ଲୀ ୧୪।୯: ଦେଶର ଆର୍ଥିକ ମାନ୍ଦାବସ୍ଥା ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିଛି ନୂଆ ଘୋଷଣା କରିପାରନ୍ତି । ଏ ନେଇ ଆଜି ଦିନ ସାଢେ ୨ଟା ସମୟରେ ସେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ମାନ୍ଦାବସ୍ଥା ଯୋଗୁଁ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ହେଉନାହିଁ ।

ବିଶେଷକରି ଅଟୋ ସେକ୍ଟରରେ ବିଶେଷ ପ୍ରଭାବ ପଡିଛି । ଏପରିକି ଗାଡି ବିକ୍ରିରେ ବଡ଼ ଧରଣର ହ୍ରାସ ଘଟିଛି। ଗାଡ଼ି ବିକ୍ରି ମାନ୍ଦା ରହିଥିବାରୁ କଂପାନିଗୁଡ଼ିକ ନିଜର ପୁଞ୍ଜିନିବେଶକୁ ଅଟକାଇ ଦେଇଛନ୍ତି । ଏଭଳି ସ୍ଥିତି ଯୋଗୁଁ ଅଟୋ ସେକ୍ଟରରୁ ବ୍ୟାପକ ପରିମାଣରେ ଛଟେଇ ମଧ୍ୟ ହୋଇଛି । କେବଳ ଅଟୋ ସେକ୍ଟର ନୁହେଁ ଅନେକ ସେକ୍ଟରରେ ମଧ୍ୟ ମାନ୍ଦାବସ୍ଥାର ବ୍ୟାପକ ପ୍ରଭାବ ପଡିଛି । ଯାହାକୁ ନେଇ କେନ୍ଦ୍ର ସରକାର ଚିନ୍ତାରେ ପଡିଯାଇଛନ୍ତି । 

ସେପଟେ ଆର୍ଥିକ ମାନ୍ଦାବସ୍ଥା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ମନମୋହନ ସିଂହ ମୋଦି ସରକାରଙ୍କୁ ଦାୟୀ କରିଛନ୍ତି ।  ବିମୁଦ୍ରାୟନ ଏବଂ ଜିଏସଟି ଭଳି ପଦକ୍ଷେପ ପାଇଁ ଏପରି ଅବସ୍ଥା ଉପୁଜିଥିବା ଅଭିଯୋଗ କରିଛନ୍ତି । ମାନ୍ଦା ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଅର୍ଥନୀତି ବିଶେଷଜ୍ଞ ଏବଂ ସମସ୍ତ ଅଂଶଧନକାରୀଙ୍କ ସହ କେନ୍ଦ୍ର ସରକାର ଆଲୋଚନା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.