ବଜେଟ୍‌: ଶିକ୍ଷା ପାଇଁ ପାଣ୍ଠି ଖୋଲି ଦେଲେ ଅର୍ଥମନ୍ତ୍ରୀ

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଳୀ୧/୨: ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିଛନ୍ତି। ଚଳିତ ବଜେଟ୍‌ରେ ଶିକ୍ଷା ଓ ନିଯୁକ୍ତିକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଶିକ୍ଷା କ୍ଷେତ୍ରରେ ନୂଆନୀତି ଆଣାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ବଜେଟ୍‌ରେ ଶିକ୍ଷା କ୍ଷେତ୍ରରେ ୯୯,୩୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି। ଏଥିସହ ଦେଶରେ ଦୁଇଟି ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି। ଗୋଟିଏ ଜାତୀୟ ପୁଲିସ୍‌ ବିଶ୍ବବିଦ୍ୟାଳୟ ଓ ଅନ୍ୟଟି ଜାତୀୟ ଫରେନ୍‌ସିକ୍‌ ସାଇନ୍ସ ବିଶ୍ବବିଦ୍ୟାଳୟ। ପିପିପି ମଡେଲରେ ମେଡିକାଲ କଲେଜ୍ ଖୋଲାଯିବ ବୋଲି ପ୍ରସ୍ତାବ ରହିଛି। ଶିକ୍ଷା ପାଇଁ ଏଫ୍‌ଡିଆଇର କଥା କୁହାଯାଇଛି। ଡିପ୍ଲୋମା ପାଠ୍ୟକ୍ରମ ପାଇଁ ନୂଆ କଲେଜ ସ୍ଥାପନ ହେବ। ପଛୁଆ ବର୍ଗ ଛାତ୍ରଙ୍କ ପାଇଁ ଅନଲାଇନ୍‌ ଡିଗ୍ରୀର ବ୍ୟବସ୍ଥା କରାଯିବ। ଶିକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ କରାଯିବ। ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଅଧିକ ପ୍ରାଧାନ୍ୟ ଦିଆଯିବ।

ସେହିପରି କୌଶଳ ବିକାଶ ପାଇଁ ୩ ହଜାର କୋଟି ଟଙ୍କାର ପ୍ରସ୍ତାବ ରହିଛି। ଷ୍ଟଡି ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଇଣ୍ଡ-ସେଟ୍‌ର ଏସିଆ ଓ ଆଫ୍ରିକାରେ ସଞ୍ଚାଳନ କରାଯିବ। ଜାତୀୟ ଭର୍ତ୍ତି ଏଜେନ୍ସି ସ୍ଥାପନ କରାଯିବ। କ୍ୱାଣ୍ଟମ କମ୍ପ୍ୟୁଟିଙ୍ଗ୍ ଏବଂ ଟେକ୍ନୋଲୋଜି ଜାତୀୟ ମିଶନ ପାଇଁ ୮,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସ୍କିଲ୍ ଡେଭଲପ୍‌ମେଣ୍ଟ ପାଇଁ ୩ ହଜାର କୋଟି ପ୍ରସ୍ତାବ ରହିଛି। ଜିଲ୍ଲା ହସ୍ପିଟାଲରେ ମେଡିକାଲ ୟୁନିଭର୍ସିଟିର ପ୍ରସ୍ତାବ ମଧ୍ୟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.