କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ କରୋନା ପ୍ୟାକେଜ୍ ଘୋଷଣା : କୋଭିଡ ପ୍ରଭାବିତ ସେକ୍ଟରମାନଙ୍କୁ ୧.୧ ଲକ୍ଷ କୋଟି ଟଙ୍କାର ଲୋନ୍ ଗ୍ୟାରେଣ୍ଟି, ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କକୁ ୧.୨୫ ଲକ୍ଷ ଋଣ

Published By : Prameya-News7 Bureau | June 28, 2021 IST

ନୂଆଦିଲ୍ଲୀ ୨୮/୦୬ :  ଦେଶରେ କରୋନା ସଂକ୍ରମଣ ମଧ୍ୟରେ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନାରେ ପ୍ରଭାବିତ ସେକ୍ଟରମାନଙ୍କ ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ସ୍କିମ୍ ଘୋଷଣା କରିଛନ୍ତି । ଏହି ଯୋଜନା ଆଧାରରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ସର୍ବାଧିକ ୫୦ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଥିବା ବେଳେ ଅନ୍ୟ ସେକ୍ଟରମାନଙ୍କ ପାଇଁ ୬୦ ହଜାର କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି ।

wp:embed {"url":"https://twitter.com/ANI/status/1409449195891617793","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1409449195891617793
/wp:embed


ଏହା ସହିତ ୭.୯୫ ପ୍ରତିଶତ ସୁଧରେ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଲୋନ ଦିଆଯିବାକୁ  ଘୋଷଣା କରାଯାଇଛି । ସେହିଭଳି ଅନ୍ୟ ସେକ୍ଟରମାନଙ୍କ ପାଇଁ ୮.୨୫ ପ୍ରତିଶତ ସୁଧ ହାରରେ ଋଣ ଯୋଗାଇଦିଆଯିବ । ଏହାସହିତ ଟ୍ରାଭେଲ ଏଜେନ୍ସିମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଏବଂ ପର୍ଯ୍ୟଟକ ଗାଇଡମାନଙ୍କୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ ଯେଉଁଥି​‌ରେ ଉପକୃତ ହେବେ ଦେଶର ୧୧ ହଜାର ଟୁରିଷ୍ଟ ଗାଇଡ୍ ।     

wp:embed {"url":"https://twitter.com/ANI/status/1409454564487483398","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1409454564487483398
/wp:embed

ଦେଶର ୨୫ ଲକ୍ଷ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସୁବିଧା ଯୋଗାଇଦେବେ କେନ୍ଦ୍ର ସରକାର । ଏହାସହିତ ଦେଶରେ ନଭେମ୍ବର ମାସ ଯାଏଁ ଜାରି ରହିବ ଗରିବ ଅନ୍ନ କଲ୍ୟାଣ ଯୋଜନା । ଦେଶରେ କରୋନା ସଂକ୍ରମଣ ପ୍ରତିବନ୍ଧକ ହଟାଯିବାପରେ ବିଦେଶରୁ ଭାରତ ଆସିବାକୁ ଥିବା ପ୍ରଥମ ୫ ଲକ୍ଷ ଯାତ୍ରୀଙ୍କ ପାଇଁ ଭିସା ଫିସ୍ ଛାଡ କରାଯିବ । ଏହି ସ୍କିମ୍ ୨୦୨୨ ମସିହା ମାର୍ଚ୍ଚ ୩୧ ଯାଏଁ ଲାଗୁ ରହିବ । ଏଥିପାଇଁ କେନ୍ଦ୍ର ସରକାର ଖର୍ଚ୍ଚ କରିବେ ୧୦୦ କୋଟି ଟଙ୍କା । ଏହି ଯୋଜନାରେ ଜଣେ ଯାତ୍ରୀ କେବଳ ଥରେ ହିଁ ଏହି ସୁବିଧା ପାଇପାରିବେ ।

wp:embed {"url":"https://twitter.com/ANI/status/1409457030193057798","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1409457030193057798
/wp:embed

ଦେଶରେ ମେଡିକାଲ ସୁବିଧା ବୃଦ୍ଧି କରାଯିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସ୍ବାସ୍ଥ୍ୟ ସେବାକୁ ଆହୁରି ବ୍ୟାପକ କରାଯାଇ ଦେଶର ଜନସାଧରଣଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.