Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଆଜି ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ଯୋଗଦେବେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ

8/07/2019 at 8:05 AM

ନୂଆଦିଲ୍ଲୀ ୮/୭: ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଆଜି ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ଯୋଗଦେବେ । ବଜେଟ୍ ରେ ରହିଥିବା କିଛି ପ୍ରମୁଖ ପ୍ରସ୍ତାବ ବାବଦରେ ଆଲୋଚନା କରିବେ ।  ଏହା ବ୍ୟତୀତ ବିତ୍ତୀୟ ସୁଦୃଢୀକରଣ ନେଇ ରୋଡ୍ ମ୍ୟାପ ପ୍ରସ୍ତୁତ କରିବେ ବୋଲି ଜଣାପଡିଛି । ବଜେଟ୍ ରେ ସୀତାରମଣ ପ୍ରତିଟି ଦିଗକୁ ଚାହିଁ ପ୍ରସ୍ତାବ ଆଣିଛନ୍ତି । ଅଭିବୃଦ୍ଧି ତ୍ବରାନିତ କରିବା ପାଇଁ ବ୍ୟାପକ ଭାବେ ଚିନ୍ତା କରାଯାଇଛି ।

୨୦୧୪-୨୫ ବର୍ଷ ସୁଦ୍ଧା ଦେଶର ଅର୍ଥନୀତି ୫ ଲକ୍ଷ କୋଟି ଡଲାର ହେବ ବୋଲି ଆକଳନ କରାଯାଇଛି । ଏହା ଛଡା ସରକାର ବିତ୍ତୀୟ ନିୟଣ୍ଟ ଲକ୍ଷ୍ୟ ଚଳିତ ଆର୍ଥିକ ବର୍ଷ ପାଇଁ ଜିଡିପିର ୩.୩%କୁ କମାଇ ଦେଇଛନ୍ତି । ବିତ୍ତୟୀ ନିୟଣ୍ଟ ଲକ୍ଷ୍ୟକୁ ପୂରଣ ପାଇଁ ସରକାରଙ୍କୁ ଅଧିକ ରାଜସ୍ବ ଆଦାୟ କରିବାକୁ ପଡିବ ।  ରିଜର୍ଭ ବ୍ୟାଙ୍କ ଆଉ ଅତିରିକ୍ତ ୬ ହଜାର କୋଟି ଟଙ୍କା ଲାଭାଂଶ ଦେଉବୋଲି ସରକାର ଚାହୁଁଛନ୍ତି । ତେଣୁ ଏବାବଦରେ ମଧ୍ୟ ଆଲୋଚନା ହୋଇପାରେ ।   

   Related Posts