୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନା କଲେ ଅର୍ଥମନ୍ତ୍ରୀ

Published By : Prameya-News7 Bureau | June 28, 2019 IST

ଭୁବନେଶ୍ୱର ୨୮/୬ : ୨୦୧୯-୨୦ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୧ ଲକ୍ଷ ୩୯ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ  । ଚଳିତ ଆର୍ଥିକ ବର୍ଷରେ ୧ ଲକ୍ଷ ୧୫ ହଜାର ୨୬୬ କୋଟି ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ ରଖାଯାଇଛି । ପ୍ରଶାସନିକ ଖର୍ଚ୍ଚ ୫୭ ହଜାର ୩୧୦ କୋଟି ବୋଲି ଆକଳନ କରାଯାଇଛି । ତେବେ କେନ୍ଦ୍ରୀୟ ଅନୁଦାନ ୩୦ ହଜାର ୫୫୯ କୋଟି ଟଙ୍କା ମିଳିବ ବୋଲି ବଜେଟରେ କୁହାଯାଇଛି । ଋଣ ସୂତ୍ରରୁ ପୁଞ୍ଜି ସଂଗ୍ରହ ପାଇଁ ୨୩ ହଜାର ୭୩୪ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଅଣଟିକସରୁ ୧୨୫୦୦ କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖାଯାଇଥିବା ବେଳେ ନିଜସ୍ୱ ଟିକସରୁ ୩୩ ହାଜର କୋଟି ଟଙ୍କା ସଂଗ୍ରହ ଲକ୍ଷ୍ୟ ରଖାଯାଇଛି ।

ସୁଧ ବାବଦକୁ ଦେୟ ୧୩ ହଜାର ୩୦୦ କୋଟି ଟଙ୍କା ହେବ ବୋଲି ବଜେଟରେ କୁହାଯାଇଛି । ବଜେଟ ଉପସ୍ଥାପନା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ଦିନରେ ବିପର୍ଯ୍ୟୟ ମୁକାବିଲା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଫନି ବାତ୍ୟାରେ ଓଡିଶା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ବଜେଟରେ ସରକାରୀ ଉଦ୍ୟୋଗ ପାଇଁ ୪ ହଜାର କୋଟି ଟଙ୍କା

ସ୍ୱାସ୍ଥ୍ୟ ପାଇଁ ୪ ହଜାର ୮୨୮ କୋଟି ଟଙ୍କା

ମହିଳା ଓ ଶିଶୁ ବିକାଶ ପାଇଁ ୩୪୫୭ କୋଟି ଟଙ୍କା

ଶିକ୍ଷା ଦକ୍ଷତା ବିକାଶ ୧୯ ହଜାର ୪୯୨ କୋଟି ଟଙ୍କା

ମଧ୍ୟାହ୍ନ ଭୋଜନ ପାଇଁ ୨୭୮ କୋଟି ଟଙ୍କା

ମେଧାବୀ ଛାତ୍ରଛାତ୍ରୀଙ୍କ ବୃତ୍ତି ପାଇଁ ୬୩ କୋଟି ଟଙ୍କା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୨୦୩ କୋଟି ଟଙ୍କା

ଫନି ପ୍ରଭାବିତଙ୍କ ପାଇଁ ୫ ଲକ୍ଷ ନୂଆ ପକ୍କା ଘର ନିର୍ମାଣ ହେବ

ସମଗ୍ର ଶିକ୍ଷା ଅଭିଯାନ ପାଇଁ ୨୫୦୦ କୋଟି ଟଙ୍କା

ସହରାଂଚଳ ପାନୀୟ ଜଳ ଯୋଗାଣ ପାଇଁ ୭୦୩ କୋଟି ଟଙ୍କା

ଶିକ୍ଷା ଦକ୍ଷତା ବିକାଶ ପାଇଁ ୯ ହଜାର ୪୯୨ କୋଟି ଟଙ୍କା

କମାଣ୍ଡ ଏରିଆ ଡେଭେଲପ୍ମେଣ୍ଟ ପାଇଁ ୩୧୪ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଆରମ୍ଭ । କଳାକାରଙ୍କୁ ମିଳିବ ମାସିକ ୧୨୦୦ ଟଙ୍କା ଭତ୍ତା

ମମତା ଯୋଜନା ପାଇଁ ୩୦୫ କୋଟି ଟଙ୍କା

ଆଦର୍ଶ ବିଦ୍ୟାଳୟ ପାଇଁ ୩୨୦ କୋଟି ଟଙ୍କା

ନିଜସ୍ୱ ଟିକସ ପାଇଁ ୩୩ ହଜାର କୋଟି ଟଙ୍କା

ଜାଗା ମିଶନ ପାଇଁ ୧୦୦ କୋଟି

ପାନୀୟ ଜଳ ଯୋଗାଣ ବିଭାଗକୁ ୫ ହଜାର କୋଟି ଟଙ୍କା

ଓଡିଶା ବିଶ୍ୱ ବିଦ୍ୟାଳୟ ପାଇଁ ୧୫ କୋଟି ଟଙ୍କା

ଯୋଜନା ଓ ସମନ୍ଵୟଵ୍ୟ ବିଭାଗ ପାଇଁ ୧୦୯୪ କୋଟି ଟଙ୍କା

ପଶ୍ଚିମ ଓଦିଆହ ବିକାଶ ପରିଷଦ ପାଇଁ ୮୦ କୋଟି ଟଙ୍କା

ଓଡିଶା ମାଣ୍ଡିଆ ମିଶନ ପାଇଁ ୫୦ କୋଟି ଟଙ୍କା

ଶ୍ୱେତ ବିପ୍ଳବ ପାଇଁ ୬୫ କୋଟି ଟଙ୍କା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ବୀମା ରାଶି ୧୦ ଲକ୍ଷକୁ ବୃଦ୍ଧି

ମହିଳା ସଶକ୍ତିକରଣ ପାଇଁ ୩୦୧ କୋଟି ଟଙ୍କା

ଗ୍ରାମାଞ୍ଚଳ, ସହରାଂଚଳ ସୁବିଧା ପାଇଁ ୮୦ କୋଟି ଟଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.