TDSରେ ୨୫ ପ୍ରତିଶତ ହ୍ରାସ କଲେ ସରକାର, ଲୋକଙ୍କ ହାତକୁ ଆସିବ ୫୦ ହଜାର କୋଟି ଟଙ୍କା ନଗଦ

Published By : Prameya-News7 Bureau | May 13, 2020 IST

ନୂଆଦିଲ୍ଲୀ ୧୩।୦୫: କରୋନା ସଙ୍କଟ ମୁକାବିଲା ଲାଗି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ଯୋଜନା ଘୋଷଣା କରିଥିଲେ। ଏହି ବୃହତ ଆର୍ଥିକ ପ୍ୟାକେଜ୍‌ରେ କେଉଁ କ୍ଷେତ୍ର ପାଇଁ କେତେ ଅର୍ଥ ବ୍ୟୟବରାଦ କରାଯାଇଛି ସେ ନେଇ ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାମରଣ ସୂଚନା ଦେଇଛନ୍ତି। ଏହି ରିଲିଫ ପ୍ୟାକେଜ୍‌ରେ TDS ଶୁଳ୍କରେ ମଧ୍ୟ ରିହାତି ଦିଆଯିବା ସାମିଲ। ଟ୍ୟାକ୍ସ ଡିଡକ୍ସନ ଆଟ୍ ସୋର୍ସ ଅର୍ଥାତ TDS ଓ ଟ୍ୟାକ୍ସ କଲେକ୍ସନ ଆଟ୍ ସୋର୍ସ ଅର୍ଥାତ TCS ର ସଂପ୍ରତି ଦରରେ ୨୫ ପ୍ରତିଶତ ହ୍ରାସ କରାଯାଇଛି।

ଟିଡିଏସରେ ଦିଆଯାଉଥିବା ରିହାତିର ଲାଭ କଣ୍ଟ୍ରାକ୍ଟ ଅର୍ଥ ପୈଠ, ବ୍ୟବସାୟିକ ଫି, ସୁଧ, ଭଡା, ଲାଭ, କମିଶନ କିମ୍ବା ବ୍ରୋକରେଜ୍‌ ଆୟ ଉପରେ ମିଳିବ। ଟ୍ୟାକ୍ସରେ ଦିଆଯାଇଥିବା ଏହି ରିହାତି ଗୁରୁବାରଠୁ ଅର୍ଥାତ ଆସନ୍ତାକାଲିଠୁ ଲାଗୁ ହେବ। ଅର୍ଥମନ୍ତ୍ରୀ ସୀତାରମଣଙ୍କ ଅନୁଯାୟୀ ଟିଡିଏସ ଓ ଟିସିଏସରେ ହୋଇଥିବା  ଛାଡରୁ ସାଧାରଣ ଲୋକଙ୍କ ପକେଟ୍‌କୁ ୫୦ ହଜାର କୋଟି ଟଙ୍କା ନଗଦ ଅର୍ଥ  ଆସି ପାରିବ।

wp:core-embed/twitter {"url":"https://twitter.com/PIB_India/status/1260536491844878336?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1260536491844878336\u0026ref_url=https%3A%2F%2Fhindi.news18.com%2Fnews%2Fbusiness%2Ftds-on-non-salary-income-reduced-by-25-percent-last-date-for-returns-extended-3110452.html","type":"rich","providerNameSlug":"twitter","className":""}
https://twitter.com/PIB_India/status/1260536491844878336?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1260536491844878336&ref_url=https%3A%2F%2Fhindi.news18.com%2Fnews%2Fbusiness%2Ftds-on-non-salary-income-reduced-by-25-percent-last-date-for-returns-extended-3110452.html
/wp:core-embed/twitter

ଏହା ସହିତ ଚାରିଟେବଲ ଟ୍ରଷ୍ଟ, ନନ୍‌ କର୍ପୋରେଟ୍ ବିଜନେସ୍, ଏଲଏଲପି ଓ କପୋରେଟିଭ୍ର ସମସ୍ତ ବକାୟ ରିଫଣ୍ଡକୁ ତୁରନ୍ତ ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୧୯-୨୦୨୦ ପାଇଁ ସମସ୍ତ ଆୟକର ଦାଖଲର ଅନ୍ତିମ ତାରିଖ ୨୦୨୦ ଜୁଲାଇ ୩୧ରୁ ବଢାଯାଇ ୨୦୨୦ ନଭେମ୍ଵର ୩୦ କରାଯାଇଛି। ଟ୍ୟାକ୍ସ ଅଡିଟ୍ ତାରିଖ ବଢାଯାଇ ୨୦୨୦ ସେପ୍ଟେମ୍ବର ୩୦ରୁ  ବଢାଯାଇ ୨୦୨୦ ଅକ୍ଟୋବର ୩୧ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.