Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

୧୯୯୧ରୁ ଏପର୍ଯ୍ୟନ୍ତ ପ୍ରତିବ୍ୟକ୍ତି ଆୟ ବଢିଛି୨୨ ଗୁଣା, ୧୨.୩ ଗୁଣା ମହଙ୍ଗା ହୋଇଛି ନିତ୍ୟବ୍ୟବହାର୍ଯ୍ୟ ସେବା ଓ ସାମଗ୍ରୀ

24/07/2021 at 4:18 PM

ନୂଆଦିଲ୍ଲୀ ୨୪।୭: ଭାରତର ଆର୍ଥିକ ପରିବର୍ତ୍ତନ ଲାଗି ୨୪ ଜୁଲାଇ ୧୯୯୧ରେ ନିଆଯାଇଥିବା ପଦକ୍ଷେପକୁ ଶନିବାର ପୁରିଛି ୩୦ ବର୍ଷ । ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ମନମୋହନ ସିଂହ ଦେଶର ଶତତ ବିକାଶ ନିମନ୍ତେ ପରିକଳ୍ପନା କରିଥିବା ଏଲପିଜି ଅର୍ଥାତ ଉଦାରିକରଣ (ଲିବରାଲାଇଜେସନ), ଘରୋଇକରଣ ( ପ୍ରାଇଭେଟାଇଜେସନ) ଓ ଜଗତିକରଣ ( ଗ୍ଲୋବାଲାଇଜେସନ) ଅର୍ଥନୀତିକୁ ସଂସଦର ବଜେଟ୍ ଅଧିବେଶନରେ ଉପସ୍ଥାପନ କରିଥିଲେ।   ଆର୍ଥିକ ମଜଭୁତ ଭାରତ ଲାଗି ସେଦିନ ପଡିଥିବା ନିଅଁ ଉପରେ ଆଜି ଆମେ ୫ ଟ୍ରିଲିୟନ ଡଲାର ଜିଡିପିର ସ୍ୱପ୍ନ ଦେଖୁଛେ।

୧୯୯୧ ମସିହାର ଏହି ବଜେଟର ପ୍ରଭାବ ପରବର୍ତ୍ତି ସମୟରେ ଦେଶବାସୀଙ୍କନ ଉପରେ ପଡିଥିଲା। ଲୋକଙ୍କ ବ୍ୟୟ ଓ ଆୟ ଉଭୟ ବଦଳିବା ସହ ଜୀବନଶୈଳୀରେ ମଧ୍ୟ ପରିବର୍ତ୍ତନ ହୋଇଥିଲା। ଦେଶର ନବମ ପ୍ରଧାନମନ୍ତ୍ରୀ ପି.ଭି ନରସିମହା ରାଓ ତାଙ୍କ ସରକାରରେ ଡ.ମନମୋହନ ସିଂହଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ଦାୟିତ୍ୱ ଦେଇଥିଲେ।  ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ମନମୋହନଙ୍କ ଅଭିଜ୍ଞତା ଏଠାରେ ଦେଶର  ବିକାଶ କାର୍ଯ୍ୟରେ ଆସିଥିଲା। ମନମୋହନ ଅର୍ଥମନ୍ତ୍ରାଳୟ ଦାୟିତ୍ୱ ନେବା ବେଳକୁ ତାଙ୍କ ଆଗରେ ହର୍ଷଦ ମେହେଟ୍ଟାର ସେୟାର ଅନିୟମିତତା ଠାରୁ ଆରମ୍ଭ କରି ଚୀନ୍‌ ଓ ପାକିସ୍ତାନ ସହ ଯୁଦ୍ଧରେ ତଳିତଳାନ୍ତ ଅର୍ଥବ୍ୟବସ୍ଥା, ଆମଦାନୀ ଲାଗି ଜଟିଳ ଲାଇସେନ୍ସିଂ ସିଷ୍ଟମ ସମେତ ବିଦେଶୀ ପୁଞ୍ଜି ନିବେଶ ଉପରେ ସରକାରୀ ରୋକ ଆଦି ଚାଲେଞ୍ଜ ଭାବେ ଉଭା ହୋଇଥିଲା।

ସେତେବେଳର ଯାହା ସବୁଠୁ ବଡ଼ ଚାଲେଞ୍ଜ ଥିଲା ତାହା ହେଉଛି ଅର୍ଥବ୍ୟବସ୍ଥାର ସ୍ଥାଣୁତା। ଏଣୁ ମନମୋହନଙ୍କ ଏଲପିଜି ଅର୍ଥନୀତି ପରିକଳ୍ପନା ସେତେବେଳେ ହାସ୍ୟସ୍ପଦ ମନେ ହୋଇଥିଲେ ବି ପରିବର୍ତ୍ତି କାଳରେ ଲାଭଜନକ ସାବ୍ୟସ୍ତ ହୋଇଥିଲା। ନୂଆ ଅର୍ଥନୀତିରେ ଦେଶରୁ ଲାଇସେନସିଂ ରାଜର ଅନ୍ତ ହୋଇଥିଲା। ଏହା ସହ ଦେଶର ଘରୋଇ ଅର୍ଥ ବ୍ୟବସ୍ଥାର ଦ୍ୱାର ବିଶ୍ୱ ଲାଗି ଉନ୍ମୁକ୍ତ ହୋଇଯାଇଥିଲା।

୮୦ଦଶକ ପର୍ଯ୍ୟନ୍ତ କେଉଁ ଇଣ୍ଡଷ୍ଟ୍ରିରେ କେତେ ସାମଗ୍ରୀ ପ୍ରଡକ୍ସନ ହେବ ତାହା ସରକାରୀ ଭାବେ ଧାର୍ଯ୍ୟ ଥିଲା। ସିମେଣ୍ଟ ହେଉ କି, ଲୁହା ଛଡ, ନିର୍ମାଣ ସାମଗ୍ରୀ, କାର ହେଉ କି ବାଇକ୍‌ ସ୍କୁଟର ଉତ୍ପାଦନ କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ସରକାରୀ ନିୟନ୍ତ୍ରଣରେ ଥିଲା। ୧୯୯୧ ମସିହାରେ ମନମୋହନ ସିଂ ଅର୍ଥମନ୍ତ୍ରୀ ହେବା ବେଳକୁ ଦେଶର ବିଦେଶୀ ମୁଦ୍ରାଭଣ୍ଡାର ମାତ୍ର ୫.୮୦ ବିଲିୟନ ଡଲାରର ଥିଲା। ଯେଉଁଥିରେ ଦେଶ ମାତ୍ର ୨ ସପ୍ତାହ ଲାଗି ଆମଦାନୀ କ୍ଷମ ଥିଲା। କୌଣସି ଅର୍ଥମନ୍ତ୍ରୀଙ୍କ ଲାଗି ଏହାଠାରୁ ବଳି ଆଉ କିଛି ବଡ଼ ଆହ୍ୱାନ ନଥିଲା। 

ତେବେ ବଜେଟରେ ମନମୋହନ ସମସ୍ତ ସମସ୍ୟାର ଏକକାଳୀନ ସମାଧାନ ବାଟ ବାହାର କରିଥିଲେ। ଅର୍ଥମନ୍ତ୍ରୀଙ୍କ ପରାମର୍ଶରେ ତତ୍କାଳୀନ ସରକାର ୧୯୯୧ ମସିହାରେ ୨୨୦ ପ୍ରତିଶତର କଷ୍ଟମ ଡ୍ୟୁଟିକୁ ଦେଢଶହ ପ୍ରତିଶତକୁ ହ୍ରାସ କରିଥିଲେ। ବଜେଟ୍‌ରେ ବ୍ୟାଙ୍କମାନଙ୍କ ଉପରେ ଥିବା ଆରବିଆଇଙ୍କ ନିୟନ୍ତ୍ରଣ ମଧ୍ୟ ଢିଲା ହୋଇଥିଲା। ଫଳରେ ଜମା ଓ ଋଣ ଉପରେ ସୁଧହାର ଓ ଋଣ ନୀତି ନିର୍ଦ୍ଧାରଣ କରିବାର ଅଧିକାର ବ୍ୟାଙ୍କମାନଙ୍କୁ ମିଳିଲା। ଏହା ସହ ଘରୋଇ ବ୍ୟାଙ୍କ ଖୋଲିବା ଲାଗି ନିୟମ ମଧ୍ୟ ସରକାର କୋହଳ କରିଥିଲେ। ଫଳରେ ଦେଶରେ ବ୍ୟାଙ୍କମାନଙ୍କର ବିସ୍ତାର ସୁଗମ ହୋଇଥିଲା।

ମାର୍ଚ୍ଚ ୧୯୯୧ ରେ ଦେଶରେ ମୋଟ ବ୍ୟାଙ୍କ ସଂଖ୍ୟା ୨୭୨ ଥିଲା। ସେହିପରି ଗ୍ରାମ୍ୟ ବ୍ୟାଙ୍କ ସଂଖ୍ୟା ୧୯୬ ଥିଲା। ୨୦୨୧ରେ ବ୍ୟାଙ୍କମାନଙ୍କ ସଂଖ୍ୟା ୧୨୧କୁ ହ୍ରାସ ହୋଇଥିବା ବେଳେ ଗ୍ରାମ୍ୟବ୍ୟାଙ୍କ ସଂଖ୍ୟା ୪୩କୁ ହ୍ରାସ ହୋଇଛି। ସେପଟେ ଲାଇସେନ୍ସ ରାଜ ଅନ୍ତ ହେବା ଯୋଗୁ କେଉଁ ସାମଗ୍ରୀର କେତେ ଉତ୍ପାଦନ ହେବ ଓ ତାର ଦର କେତେ ଧାର୍ଯ୍ୟ ହେବ ତାର ନିଷ୍ପତ୍ତି ବଜାର ଉପରେ ନ୍ୟସ୍ତ ହୋଇଛି।ଏଥିରେ ସରକାର ମାତ୍ର ୧୮ଟି ଉଦ୍ୟୋଗ ବ୍ୟାତୀତ ବାକି ଉଦ୍ୟୋଗର ଲାଇସେନସିଂ ସମାପ୍ତ କରିଦେଇଥିଲେ।

ଲାଇସେନ୍ସ ରାଜ ଦେଶରେ କିପରି ଉତ୍ପାଦନକୁ ପ୍ରଭାବିତ କରିଥିଲା ତାହା ୧୯୯୧-୯୨ ମସିହାର କାର ଉଦ୍ୟୋଗର ଆକଳନ କଲେ ଜଣାଯାଏ। ଏଥିରେ ସେହି ବର୍ଷ ଦେଶରେ ମାତ୍ର ୨ଟି କାର ବିକ୍ରି ହୋଇଥିବାର ରେକର୍ଡ ରହିଛି। ତେବେ ଲାଇସେନ୍ସ ରାଜ ହଟିବା ଯୋଗୁ ମାର୍ଚ୍ଚ ୧୯୯୫ରେ ଦେଶରେ ୩.୧୨ ଲକ୍ଷ କାର ବିକ୍ରି ହୋଇଥିଲା। ୨୦୦୩-୦୪ ବେଳକୁ ଏହି ହାର ୧୦ଲକ୍ଷ ପାର କରିଥିବା ବେଳେ ମାର୍ଚ୍ଚ ୨୦୨୦-୨୧ରେ ୧ କୋଟି ୫୨ଲକ୍ଷ ୭୧ ହଜାର ୫୧୯ରେ ପହଞ୍ଚିଛି। ଏଥିରୁ ଅନ୍ୟ ଯାନବାହନର ଉତ୍ପାଦନ ଓ ବିକ୍ରିର ଆକଳନ କରାଯାଇପାରେ।

ସରକାରଙ୍କ ଏହି ପଦକ୍ଷେପ ଯୋଗୁ ଭାରତୀୟ ଉଦ୍ୟୋଗମାନଙ୍କୁ ସିଧା ଅନ୍ତର୍ଜାତୀୟ ବଜାରରେ ପ୍ରତିଯୋଗୀତା କରିବାର ସୁଯୋଗ ମିଳିଲା। ଫଳରେ ପରବର୍ତ୍ତି ୧ ଦଶନ୍ଧୀ ଧରି ଦେଶର ଅର୍ଥବ୍ୟବସ୍ଥାରେ ଦ୍ରୁତ ଅଭିବୃଦ୍ଧି ଦେଖା ଦେଇଥିଲା। ଗତ ୩ ଦଶକରେ ଦେଶରେ ପ୍ରତିବ୍ୟକ୍ତି ଆୟ ଟ୫.୮୬ପଇସାରୁ ବଢି ୧୯୪ଟଙ୍କା ୮୧ ପଇସାରେ ପହଞ୍ଚିଥିବା ବେଳେ ଇକୋନମୀ ୩୩ ଗୁଣା ବୃଦ୍ଧି ପାଇଛି। ସେହିପରି ବିଦେଶୀ ମୁଦ୍ରା ଭଣ୍ଡାର ୫.୮୦ ବିଲିୟନ ଡଲାରରୁ ବଢି ୫୭୬.୮୬ ବିଲିୟନ ଡଲାରରେ ପହଞ୍ଚିଛି।

୧୯୯୧ ମସିହାରେ ଦେଶର ପ୍ରତି ବ୍ୟକ୍ତି ମାସିକ ଆୟ ୫୩୮ ଟଙ୍କା ଥିବା ବେଳେ ଏବେ ମାସିକ ୧୨ ହଜାର ୧୪୦ ଟଙ୍କା ଅର୍ଥାତ ୨୨.୫୬ଗୁଣା ବଢିଛି। ସେହି ଅନୁପାତରେ ୧୯୯୧ ମସିହାରେ ୬୭ଟଙ୍କା ୯ ପଇସାରେ ବିକ୍ରି ହେଉଥିବା ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ୩୦ ବର୍ଷରେ ୧୨.୩ ଗୁଣା ବଢି ୮୩୪ଟଙ୍କା ୫ ପଇସାରେ ପହଞ୍ଚିଛି। ସେହି ଅନୁପାତରେ ଖୀର ଲିଟର ୫ଟଙ୍କା ୫୦ ପଇସାରୁ ୮.୭ ଗୁଣା ବଢି ୪୮ ଟଙ୍କାରେ ପହଞ୍ଚିଥିବା ବେଳେ କେଜି ପିଛା ୨ଟଙ୍କା ୩୦ ପଇସାରେ ବିକ୍ରି ହେଉଥିବା  ଚାଉଳ ଦର ୮.୪ଗୁଣା ବଢି ୧୯ଟଙ୍କା ୪୦ ପଇସା, ପେଟ୍ରୋଲ ଲିଟର ୧୪ଟଙ୍କା୬୦ ପଇସାରୁ ୭ଗୁଣା ବଢି ୧୦୧ଟଙ୍କା ୮ପଇସାରେ ପହଞ୍ଚିଛି। ସେହିପରି ୧୯୯୧ ମସିହାରେ ଭାରତୀୟ ମୁଦ୍ରାରେ ପ୍ରତି ଡଲାର ୧୭.୯ ଟଙ୍କାରୁ ୪.୧ ଗୁଣା ବଢି ୭୩ଟଙ୍କା ୪ ପଇସାରେ ପହଞ୍ଚିଛି।  

୩୦ ବର୍ଷ ପୂର୍ବେ ଦେଶ ଲାଗି ଉଦାରିକରଣ ଅର୍ଥନୀତିର ମୂଳଦୁଆ ପକାଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ମନମୋହନ ସିଂହ ଏବେକାର ସରକାରଙ୍କୁ ଏବେଠୁ ସତର୍କ ହେବା ଲାଗି ପରାମର୍ଶ ମଧ୍ୟ ଦେଇଛନ୍ତି। ୩୦ ବର୍ଷ ପୂର୍ବେ ୧୯୯୧ ମସିହାରେ ଦେଶର ଆର୍ଥକ ଅବସ୍ଥା ଯାହା ଥିଲା ଆଗକୁ ହୁଏତ ତାଠାରୁ ଭୟାନକ ପରିସ୍ଥିତି ଉପୁଜିପାରେ ବୋଲି ଚେତାଇ ଦେଇଛନ୍ତି। ଏଣୁ ଏଭଳି ପରସ୍ଥିତି ଲାଗି ସରକାର ନିଜକୁ  ଓ ଦେଶକୁ ପ୍ରସ୍ତୁତ କରିବା ପାଇଁ ରାସ୍ତା ଖୋଜିନେବାକୁ ମଧ୍ୟ କହିସାରିଛନ୍ତି।

   Related Posts