ଧରାପଡିଲା ଫାଇନାନ୍ସ କର୍ମଚାରୀଙ୍କ ମିଛ, ଅଭିନବ ଉପାୟରେ କରିଥିଲେ ଲୁଟ୍

Published By : Prameya-News7 Bureau | September 08, 2021 IST

ଖୋର୍ଦ୍ଧ ୮।୯: ଜାତୀୟ ରାଜପଥରେ ଫାଇନାନ୍ସ କର୍ମଚାରୀଙ୍କଠାରୁ ବନ୍ଧୁକ ମୁନରେ ଲୁଟ୍ ଘଟଣାର ପର୍ଦ୍ଦାଫାଶ । ତଦନ୍ତରୁ ଜଣାପଡିଛି ଯେ, ଭାରତ ଫାଇନାନ୍ସ କର୍ମଚାରୀ ରଣଜିତ ବେହେରା ଗୋଡିପଡା  ପଞ୍ଚାୟତ ଲହଗାଂ ଗ୍ରାମରୁ ସ୍ବୟଂ ସହାୟିକା ଗୋଷ୍ଠୀରୁ ଟଙ୍କା ଆଦାୟ କରି ଫେରୁଥିବା ବେଳେ ଦୁଇ ଜଣ ଯୁବକ ଏକ ଆପାଚି ମୋଟର ସାଇକେଲରେ ଆସି ତାଙ୍କୁ ଅଟକାଇଥିଲେ । ପରେ ରଣଜିତ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡି ଡିକି ଖୋଲି  ୫୪,୦୫୩ ଟଙ୍କା ନେଇ ଆଖି ପିଛୁଳାକେ ପଳାଇଥିବାର ଅଭିଯୋଗ ହୋଇଥିଲା ଜଂକିଆ ଥାନାରେ ।

{"id":508340,"sizeSlug":"full","linkDestination":"none"}

ଲୁଟର ଶିକାର ଯୁବକ ରଣଜିତ ବେହେରା ମଙ୍ଗଳବାର ପୋଲିସ ସମ୍ମୁଖରେ ବୟାନ  ଦେଇଥିଲେ । ହେଲେ ଫାଇନାନ୍ସ ସଂସ୍ଥାର ମ୍ୟାନେଜର ନିଜେ ରଣଜିତକୁ ଜେରା କରିବା ପରେ ରଣଜିତ ନିଜେ ଚୋରୀ କରିଥିବା ମାନିଥିଲେ । ପରେ ମ୍ୟାନେଜର ଥାନାରେ ଅଭିଯୋଗ କଲା ପରେ ଜଙ୍କିଆ ପୋଲିସ ରଣଜିତଠାରୁ ଟଙ୍କା ଜବତ କରି ତାଙ୍କୁ  କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.