ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କୁ ନିର୍ମମ ମାଡ : ସିସିଟିଭିରେ କଏଦ ହେଲା ମାଡର ଦୃଶ୍ୟ

Published By : Prameya-News7 Bureau | October 05, 2019 IST

ଅନୁଗୋଳ ୫।୧୦:  ଅନୁଗୋଳ ଗାନ୍ଧିମାର୍ଗ ରାସ୍ତାରେ ବୁଲେଟରେ ଯାଉଥିଲେ ଜଣେ ଫାଇନାନ୍ସ କମ୍ପାନୀର ଏଜେଣ୍ଟଙ୍କୁ ମାଡ । ୪ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

{"id":166464}

ଏଜେଣ୍ଟ ଜଣକୁ ଦେଖିବା କ୍ଷଣି ତାଙ୍କୁ କ୍ରିକେଟ୍ ଷ୍ଟମ୍ପରେ ଆକ୍ରମଣ କରିଥିଲେ। କିନ୍ତୁ ଅତି ନିର୍ମମ ଭାବେ ପିଟି ଚାଲିଥିଲେ ଦୁର୍ବୃତ୍ତ। ଶେଷରେ ଏକ ରାସନ ଦୋକାନରେ ଏଜେଣ୍ଟ ଜଣଙ୍କ ପଶି ଯାଇଥିଲେ। ତଥାପି ନିସ୍ତାର ପାଇନଥିଲେ। ସେହି ବାଟରେ ଯାଉଥିବା ଲୋକ ମଧ୍ୟ ତାଙ୍କୁ ରକ୍ଷା କରି ପାରିନଥିଲେ।

{"id":166465}

ଶେଷରେ ଲୋକ ଜମା ହେବା ପରେ ଦୁର୍ବୃତ୍ତ ସ୍ଥାନ ଛାଡି ପଳାଇ ଯାଇଛନ୍ତି। ଏହି ଘଟଣାର ସିସିଟିଭି ଫୁଟେଜ ଭାଇରାଲ ହୋଇଛି। ପୋଲିସ ସିସିଟିଭି ଫୁଟେଜକୁ ଅଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.