Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଘରୋଇ କ୍ଷେତ୍ରଙ୍କ ହାତରେ ଦେଶର ୬୦ ପ୍ରତିଶତ ସ୍ୱାସ୍ଥ୍ୟ ସେବା, କରୋନା ବୋଝ ବୋହୁଛନ୍ତି ସରକାରୀ ହସ୍ପିଟାଲ: ଅର୍ଥ ଆୟୋଗ

5/05/2021 at 4:23 PM

ନୂଆଦିଲ୍ଲୀ ୫।୫: କରୋନା ଦ୍ୱିତୀୟ ଲହର ଯେଉଁ ହାରରେ ବ୍ୟାପୁଛି ଉପଲବ୍ଧ ସ୍ୱାସ୍ଥ୍ୟ ସେବା ଲାଗି ଏହା ଚାଲେଞ୍ଜ ସୃଷ୍ଟି କରିଛି।  ଦେଶର ୬୦ ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟ ସେବା ଘରୋଇ କ୍ଷେତ୍ର ଉପରେ ନିର୍ଭରଶୀଳ। ହେଲେ କରୋନା ବୋଝ ଏବେ ସରକାରୀ ଡାକ୍ତରଖାନା ଉପରେ ପଡିବା ଅସ୍ୱଭାବିକ ପରିସ୍ଥିତି ସୃଷ୍ଟି କରିଛି। ଅର୍ଥ ଆୟୋଗଙ୍କ ୨୦୨୧-୨୨ ରିପୋର୍ଟରୁ ସ୍ୱାସ୍ଥ୍ୟ ସେବାରେ ଘରୋଇ କ୍ଷେତ୍ର ଶୂନ୍ୟ ପଦବୀ ପୂରଣ କରିବାରେ ବିଫଳ ହେଉଥିବା ସୂଚିତ କରିଛନ୍ତି।

କୋଭିଡ-୧୯ ମହାମାରୀରେ ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରର ଏହି ଦୁର୍ବଳତା ଉପରୁ ପର୍ଦ୍ଦା ହଟାଇ ଦେଇଛି। ଏଥିରୁ ସ୍ୱାସ୍ଥ୍ୟ ସେବା ଭଳିଏକ ଗୁରୁତ୍ୱପୂର୍ଣ୍ଣ ସେବାକୁ  ବଜାର ବ୍ୟବସ୍ଥା ଉପରେ ଛାଡି ଦିଆଯାଇପାରିବନି ବୋଲି ସ୍ପଷ୍ଟ ହୋଇଯାଇଥିବା ବେଳେ ସରକାର ନିଜେ ଦାୟିତ୍ୱ ବହନ କରିବା ଜରୁରି ହୋଇଯାଇଛି।

ରୁଜୁ ହେଲାଣି ଠକେଇ ମାମଲା
କରୋନା ଭାଇରସ ମହାମାରୀ ଏବେ ସବୁ ଦୋଷ ଦୁର୍ବଳତା ଉପରୁ ପରଦା ହଟାଇବାରେ ଲାଗିଛି। କୋଭିଡ ଦ୍ୱିତୀୟ ଲହରରେ ଉପୁଜିଥିବା ସଂକଟ  ଅନେକଙ୍କ ଲାଗି  ଅବସର ପାଲଟିଛି। ଔଷଧ, ଆଇସିୟୁବେଡ ଓ ଅକ୍ସିଜେନ ଦେବା ନାମରେ ଠକେଇ ହୋଇଥିବାର ଅନେକ ଅଭିଯୋଗ ହେଲାଣି ବୋଲି ଦିଲ୍ଲୀ ପୋଲିସ କମିସନର ଏସ୍.ଏନ.ଶ୍ରୀବାସ୍ତବ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି। କେଉଁଠି ରୋଗୀକୁ ହସ୍ପିଟାଲ ପହଞ୍ଚାଇଦେବା ଲାଗି ଆମ୍ବୁଲାନ୍ସ ଚାଳକ ଅଧିକ ଅର୍ଥ ଦାବି କରୁଛି ତ କେଉଁଠି କିଏ ଅକ୍ସିଜେନ ସିଲିଣ୍ଡର ଆଣିଦେବ କହି କାହାଠୁ ଟଙ୍କା ନେଇ ପଳାଇଲାଣି ବୋଲି ପୋଲିସରେ ଏପରି ଶହଶହ ଏତଲା ହେଉଥିବା ବେଳେ ପୋଲିସ ମଧ୍ୟ ଅନେକ ଲୋକଙ୍କୁ ଗିରଫ କଲାଣି।

ସର୍ବସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଲାଗି ବଡ ନିବେଶ ଜରୁରି
ଅର୍ଥ ଆୟୋଗ ତାଙ୍କ ରିପୋର୍ଟରେ ସ୍ୱାସ୍ଥ୍ୟ ସେବାର ପହଞ୍ଚ ଓ ସେ ପର୍ଯ୍ୟନ୍ତ ରହୁଥିବା ଶୂନ୍ୟସ୍ଥାନ ପୂରଣଲାଗି ରହିଥିବା ବାଧା ସ୍ୱାସ୍ଥ୍ୟ ସୂଚକାଙ୍କ ଅଭିବୃଦ୍ଧିରେ  ବିପରୀତ ପ୍ରଭାବ ପକାଉଥିବା କହିଛନ୍ତି। ଏଥିରେ ବଜାର ବ୍ୟବସ୍ଥାରେ ଥିବା ସ୍ୱାସ୍ଥ୍ୟ ସେବା ସବୁପ୍ରକାର ସମସ୍ୟା ସମାଧାନରେ ସକ୍ଷମ ନୁହେଁ। ଏଣୁ କୋଭିଡ-୧୯ ସାର୍ବଜନିକ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ନିବେଶ ଆବଶ୍ୟକତା ଦର୍ଶାଉଥିବା ରିପୋର୍ଟରେ କୁହାଯାଇଛି। ଯଦି ଏପରି କିଛି ପଦକ୍ଷେପ ନିଆ ନଯାଏ ତେବେ ଦେଶର ସ୍ୱାସ୍ଥ୍ୟ  ସେବା ନା କେବଳ ପ୍ରକୋପ ଓ ବିପଦ ମୁକାବିଲାରେ ବିଫଳ ହେବ ଅନ୍ୟ ଆବଶ୍ୟକ ସେବା ମଧ୍ୟ ଯୋଗାଇ ଦେଇପାରିବନି ବୋଲି ସତର୍କ କରିଛି। 

   Related Posts