୩୦ ବର୍ଷ ତଳେ ବାସଚ୍ୟୁତ ହୋଇଥିଲେ, ଏଯାଏଁ ମିଳିନି ପଟ୍ଟା : ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

Published By : Prameya-News7 Bureau | September 10, 2021 IST

ଦେଓଗଡ, ୧୦|୦୯: ରେଙ୍ଗାଳୀ ନଦୀବନ୍ଧ ଦ୍ଵାରା ବାସଚ୍ୟୁତ ପରିବାରକୁ ଜମି ପଟ୍ଟା ପ୍ରଦାନ ଦାବି । ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ଗ୍ରାମବାସୀ ।

ସୂଚନାନୁସାରେ, ଅଶୀ ଦଶକରେ ରେଙ୍ଗାଳୀ ନଦୀବନ୍ଧ ଯୋଜନା ଦ୍ବାରା ଦେବଗଡ ଜିଲ୍ଲାର ଅନେକ ଗ୍ରାମର ଲୋକେ ବାସଚ୍ୟୁତ ହୋଇଥିଲେ । ଏହି ଯୋଜନା ପାଇଁ ବାଲିରଇ, ନନେହିଁ, ଜାମଝରୀ, ଗୋଡଭଙ୍ଗା ଗ୍ରାମର ବାସଚ୍ୟୁତ ପରିବାରକୁ ଲୁଢର ଗ୍ରାମର ଉଦୟପୁର ଅଞ୍ଚଳରେ ଥଇଥାନ କରାଯାଇଥିଲା । ସେହି ସମୟରେ ଗ୍ରାମବାସୀଙ୍କୁ "କେ" ଫର୍ମ ପଟ୍ଟା ଦିଆଯାଇଥିଲା ।

ମାତ୍ର ଇତିମଧ୍ୟରେ ଚାଳିଶି ବର୍ଷ ବିତିଯାଇଥିଲେ ମଧ୍ୟ ଗ୍ରାମବାସୀଙ୍କୁ ଫାଇନାଲ ପଟ୍ଟା ଦିଆଯାଇନାହିଁ । ଫଳରେ ଗ୍ରାମବାସୀମାନେ ବନ୍ୟା, ବାତ୍ୟା, ମରୁଡି ସମୟରେ ସରକାରୀ ସହାୟତା ପାଇପାରୁନାହାନ୍ତି । ସେହିଭଳି ଗ୍ରାମବାସୀ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ଏନେଇ ଗ୍ରାମବାସୀମାନେ ଦେବଗଡ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସହ ଶୀଘ୍ର ଫାଇନାଲ ପଟ୍ଟା ଦେବାକୁ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.