ଜାରିହେଲା ଦିଲ୍ଲୀ ୨୬ ଜାନୁୟାରୀ ଗଣତନ୍ତ୍ର ଦିବସ ସମାରୋହର ରୂପ ରେଖ, ୧୬ ପରେଡ ଦଳ, ୧୭ ସୈନ୍ୟ ବ୍ୟାଣ୍ଡ ସହ ବାହାରିବ ୨୫ ପ୍ରଜ୍ଞାପନ ମେଢ଼

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ ୨୨।୧: ଜାନୁୟାରୀ ୨୬ ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡର ରୂପରେଖ ଶନିବାର ସ୍ପଷ୍ଟ ହୋଇଯାଇଛି। ଭାରତୀୟ ସେନା ପକ୍ଷରୁ ଏ ନେଇ ଏକ ବୟାନ ଜାରି ହୋଇଥିବା ବେଳେ ଚଳିତବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ୧୬ଟି ମାର୍ଚ୍ଚିଂ ସ୍କ୍ୱାର୍ଡ, ୧୭ଟି ସୈନ୍ୟ ବ୍ୟାଣ୍ଡ ଓ ବିଭିନ୍ନ ରାଜ୍ୟ, ବିଭାଗ ତଥା ସଶସ୍ତ୍ର ବଳଙ୍କ ୨୫ଟି ପ୍ରଜ୍ଞାପନ ମେଢ ଦିଲ୍ଲୀ ରାଜପଥରେ ବାହାରିବେ। ଗଣତନ୍ତ୍ର ଦିବସ-୨୦୨୨ର ପ୍ରତିନିଧିତ୍ୱ ଏକ ଘୋଡସବାର ଦଳ ସମେତ ୧୪ ମେକାନାଇଜଡ୍ ଦଳ, ୬ ପରେଡ ଦଳ ଓ ଭାରତୀୟ ବାୟୁସେନାର ହାଲୁକା ହେଲିକପ୍ଟରଙ୍କ ଫ୍ଲାଇଂପାଷ୍ଟ ଦ୍ୱାରା କରାଯିବ।

{"id":577922,"sizeSlug":"full","linkDestination":"none"}

ସେନାର ମେକାନାଇଜଡ ଟିମ୍‌ରେ ଏକ ପିଟି-୭୬ ଟ୍ୟାଙ୍କ, ଗୋଟିଏ ସେଞ୍ଚୁରିଆନ ଟ୍ୟାଙ୍କ, ୨ଟି ଏମବିଟି ଅର୍ଜୁନ ଏମକେଆଇ ଟ୍ୟାଙ୍କ, ଏକ ଏପିସି ଟୋପସ୍‌ ଆର୍ମର୍ଡ କ୍ୟାରିୟର, ଏକ ବିଏମପି-୧ଇନଫେଣ୍ଟ୍ରି କମ୍ବାଟ ଭେଇକିଲ ଓ ଗୋଟିଏ ବିଏମପି-୨ ଇନଫେଣ୍ଟ୍ରି କମ୍ବାଟ ଭେଇକିଲ ଦେଖାଯିବେ। ଏହା ଛଡା ମେକାନାଇଜଡ ଟିମ୍‌ରେ ଗୋଟିଏ ପିକେ ହ୍ୱିଟଜର, ୨ଟି ଧନୁଷ ହ୍ୱିଟଜର, ଏକ ପିଏମଏସ ବ୍ରିଜ ସିଷ୍ଟମ, ୨ଟି ୟୁନିଭର୍ସାଲ ବ୍ରିଜ କନଷ୍ଟ୍ରକ୍ସନ ସିଷ୍ଟମ, ଗୋଟିଏ ଏଫଟି-୧୬ଇଲେକ୍ଟ୍ରୋନିକ ୱାରଫେୟାର ସିଷ୍ଟମ, ୨ଟି ଇଲେକ୍ଟ୍ରୋନିକ ୱାରଫେୟାର ସିଷ୍ଟମ, ଏକ ଟାଇଗର କେଟ୍ ମିଜାଇଲ ସିଷ୍ଟମ ଓ ୨ଟି ଆକାସ ମାଜାଇଲ ସିଷ୍ଟମ ମଧ୍ୟ ରହିବେ।

ବୟାନ ଅନୁସାରେ ଭାରତୀୟ ସେନାର ୬ଟି ଇନଫେଣ୍ଟ୍ରି ୟୁନିଟ, ରାଜପୁତ ରେଜିମେଣ୍ଟ, ଆସାମ ରେଜିମେଣ୍ଟ, ଜମ୍ମୁ-କାଶ୍ମୀର ଲାଇଟ୍ ଇନଫେଣ୍ଟ୍ରି, ଶିଖ ଲାଇଟ୍ ଇନଫେଣ୍ଟ୍ରି, ଆର୍ମି ଅର୍ଡାନ୍ସ କ୍ରପ ରେଜିମେଣ୍ଟ ସମେତ ପାରାସ୍ୟୁଟ ରେଜିମେଣ୍ଟ ପରେଡରେ ଅଂଶଗ୍ରହଣ କରିବ। ଏହା ଛଡା ଭାରତୀୟ ବାୟୁସେନା ଓ ନୌସେନାଙ୍କ ଗୋଟିଏ ଗୋଟିଏ ପରେଡ ଦଳ ମଧ୍ୟ ଭାଗ ନେବେ। ଏହା ବାଦେ ସିଆରପିଏଫ, ସିଆଇଏସଏଫ, ବିଏସଏଫ, ଏସଏସବି, କୋଷ୍ଟଗାର୍ଡର ୫ଟି ଲେଖାଏଁ ଫରେଡ ଦଳ ଭାଗ ନେବେ।

{"id":577923,"width":839,"height":629,"sizeSlug":"full","linkDestination":"none"}

ଚଳିତବର୍ଷ ଗଣତନ୍ତ୍ର ଦିବସ ସମାରୋହ ପରେଡରେ ୨ ଜଣ ପରମବୀର ଚକ୍ର ଓ ଜଣେ ଅଶୋକଚକ୍ର ବିଜେତା ମଧ୍ୟ ଅଂଶଗ୍ରହଣ କରିବେ। ପରେଡ ପ୍ରାରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟାସନାଲ ୱାର ମେମୋରିଆଲରେ ମାଲ୍ୟାର୍ପଣ ପୂର୍ବକ ଦେଶଲାଗି ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ପୂର୍ବାହ୍ନ ସାଢେ ୧୦ଟାରେ ପରେଡ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟାରେ ଶେଷ ହେବ। ଏଥିରେ ବିଭିନ୍ନ ରାଜ୍ୟ, ବିଭାଗ ଓ ସଶସ୍ତ୍ର ବଳଙ୍କ ୨୫ଟି ପ୍ରଜ୍ଞାପନ ମେଢ ପ୍ରଦର୍ଶିତ ହେବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.